ଖୁସି ଖବର! ଗାଡ଼ି ଚାଳକଙ୍କ ପାଇଁ ଭଲ ଖବର, ନୀତିନ ଗଡକରୀ ଦେଲେ ଏହି ସୂଚନା
Advertisement
Article Detail0/zeeodisha/odisha1117619

ଖୁସି ଖବର! ଗାଡ଼ି ଚାଳକଙ୍କ ପାଇଁ ଭଲ ଖବର, ନୀତିନ ଗଡକରୀ ଦେଲେ ଏହି ସୂଚନା

ଆମେରିକାର ଲୋକଙ୍କୁ ସମ୍ବୋଧିତ କରି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଗଡକରୀ (Nitin Gadkari) କହିଛନ୍ତି ଯେ,  "ରୋପୱେ (Ropeways), କେବୁଲ କାର ... ଏବଂ ବିଶେଷ ଭାବରେ ହାଲୁକା ରେଳ ପରିବହନର ପ୍ରଯୁକ୍ତିବିଦ୍ୟା ଉପରେ ମୋର ବିଶେଷ ଆଗ୍ରହ ରହିଛି । ଏହିପରି ଟେକ୍ନୋଲୋଜି ଉପରେ କମ କରିବାର ଅଛି ।" ସେ ଆଗକୁ କହିଛନ୍ତି ଯେ, କିଛି ଆମେରିକାନ କମ୍ପାନୀ ତାଙ୍କ ସହ ଯୋଗାଯୋଗ କରିଛନ୍ତି ଯେ ସେମାନଙ୍କ ପାଖରେ ଏହି ଟେକ୍ନୋଲୋଜି ରହିଛି ।

ଖୁସି ଖବର! ଗାଡ଼ି ଚାଳକଙ୍କ ପାଇଁ ଭଲ ଖବର, ନୀତିନ ଗଡକରୀ ଦେଲେ ଏହି ସୂଚନା

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ (Union Minister for Road Transport and Highways Nitin Gadkari) ଏକ ଭଲ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାର (Central Government) ଏକ ଏପରି ଦିଗରେ କାର୍ଯ୍ୟ କରୁଛନ୍ତି ଯାହା ଦ୍ୱାରା ଲୋକମାନେ ଆଗାମୀ ଦିନରେ ଉପକୃତ ହେବେ । ଆମେରିକାରେ କେନ୍ଦ୍ର ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ନୀତିନ ଗଡକରୀ (Nitin Gadkari) କହିଛନ୍ତି ଯେ ଭାରତ ବହୁଳ ପରିବହନ ପାଇଁ ବିଦ୍ୟୁତ ଭିତ୍ତିକ ପ୍ରଯୁକ୍ତିବିଦ୍ୟା ଖୋଜୁଛି ଯାହା ଆର୍ଥିକ ଦୃଷ୍ଟିରୁ ଶସ୍ତା ଓ ଯାହା  ଭାରତରେ ଆରମ୍ଭ ହୋଇପାରିବ । ଗଡକରୀ କହିଛନ୍ତି ଯେ ପାହାଡ ତଥା ଜନଗହଳି ପୂର୍ଣ୍ଣ ସହରାଞ୍ଚଳରେ ପରିବହନର ବିକଳ୍ପ ଧାରା ଭାବରେ ରୋପୱେ ବିକାଶ କରିବାକୁ ମନ୍ତ୍ରଣାଳୟ ଯୋଜନା କରିଛି ।

ଆମେରିକାର ଲୋକଙ୍କୁ ସମ୍ବୋଧିତ କରି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଗଡକରୀ (Nitin Gadkari) କହିଛନ୍ତି ଯେ,  "ରୋପୱେ (Ropeways), କେବୁଲ କାର ... ଏବଂ ବିଶେଷ ଭାବରେ ହାଲୁକା ରେଳ ପରିବହନର ପ୍ରଯୁକ୍ତିବିଦ୍ୟା ଉପରେ ମୋର ବିଶେଷ ଆଗ୍ରହ ରହିଛି । ଏହିପରି ଟେକ୍ନୋଲୋଜି ଉପରେ କାମ କରିବାର ଅଛି ।" ସେ ଆଗକୁ କହିଛନ୍ତି ଯେ, କିଛି ଆମେରିକାନ କମ୍ପାନୀ ତାଙ୍କ ସହ ଯୋଗାଯୋଗ କରିଛନ୍ତି ଯେ ସେମାନଙ୍କ ପାଖରେ ଏହି ଟେକ୍ନୋଲୋଜି ରହିଛି ।

ଗଡ଼କରୀଙ୍କ ଏହି ମନ୍ତବ୍ୟ "ରିଇମାଜିନିଂ ଇଣ୍ଡିଆ-2.0 ସିରିଜ୍" ଅନ୍ତର୍ଗତ ଆୟୋଜିତ ଭାରତ 2.0 ପାଇଁ ଭିତ୍ତିଭୂମି ପୁନଃନିର୍ମାଣ ପାଇଁ ଅଧିବେଶନକୁ ସମ୍ବୋଧିତ କରିବାବେଳେ ଦେଇଛନ୍ତି । ଏହି ଡାୟଲୋଗ ସିରିଜ, ସିଲିକନ୍ ଭ୍ୟାଲି ମାସିକ ସଂଳାପ (SVD) ର ଅଂଶ, ଯାହାର ଆରମ୍ଭ ଫାଉଣ୍ଡେସନ ଫର ଇଣ୍ଡିଆ ଏବଂ ଇଣ୍ଡିଆନ୍ ଡାଇସପୋରା ଷ୍ଟଡିଜ୍ (FIIDS) ଭାରତର ସ୍ୱାଧୀନତାର ୭୫ ବର୍ଷକୁ ସ୍ମରଣୀୟ କରିବା ପାଇଁ ଚାଲିଥିବା 'ଆଜାଦୀ କା ଅମୃତ ମହତ୍ସୋବ ଅନ୍ତର୍ଗତ କରାଯାଇଛି ।

ଏହା ବି ପଢ଼ନ୍ତୁ:-ପରମାଣୁ ଯୁଦ୍ଧ ହେଲେ ପୃଥିବୀର ସବୁକିଛି ହୋଇଯିବ ଧ୍ୱଂସ, କେବଳ ସୁରକ୍ଷିତ ରହିବ ଏହି ୫ଟି ସ୍ଥାନ!

ଏହା ବି ପଢ଼ନ୍ତୁ:-ଯୁଦ୍ଧ ମଧ୍ୟରେ ପୁଟିନଙ୍କୁ ନେଇ ଆସିଲା ବହୁତ ବଡ଼ ଖବର, ଏହି ଗୁରୁତର ରୋଗରେ ପୀଡ଼ିତ ଅଛନ୍ତି ଋଷର ରାଷ୍ଟ୍ରପତି!

ଏହା ବି ପଢ଼ନ୍ତୁ:-ହୋଲି ପୂର୍ବରୁ କର୍ମଚାରୀମାନଙ୍କୁ ମିଳିଲା ବଡ଼ ଉପହାର! ବଢ଼ିଲା ମହଙ୍ଗା ଭତ୍ତା

ଗଡକରୀ କହିଛନ୍ତି ଯେ, "ଆମେ ଏପରି ଟେକ୍ନୋଲୋଜି ଖୋଜୁଛୁ ଯାହା ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ଓ ବୃହତ ଆକାରରେ ପରିବହନ ବ୍ୟବସ୍ଥାକୁ ବିଦ୍ୟୁତ୍ ଉତ୍ପାଦନ କରିବା ପାଇଁ ଆମେ ଭାରତରେ ଆରମ୍ଭ କରିପାରିବୁ ।" ସେ କହିଛନ୍ତି ଯେ ସରକାରଙ୍କ ଯୋଜନା ହେଉଛି ଉତ୍ତରାଖଣ୍ଡ, ଜମ୍ମୁ- କଶ୍ମୀର, ହିମାଚଳ ପ୍ରଦେଶ, ମଣିପୁର ଏବଂ ସିକିମରେ ସଂଯୋଗ ବୃଦ୍ଧି ପାଇଁ ୧୧ଟି ରୋପୱେ ପ୍ରକଳ୍ପ ଆରମ୍ଭ କରିବାର ରହିଛି ।