ଟେଷ୍ଟ ସିରିଜ ପୂର୍ବରୁ ଦ୍ରାବିଡଙ୍କ 'ମାଷ୍ଟର ଷ୍ଟ୍ରୋକ', ଓପନରଙ୍କୁ ବନେଇଲେ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍!
Advertisement
Article Detail0/zeeodisha/odisha1033576

ଟେଷ୍ଟ ସିରିଜ ପୂର୍ବରୁ ଦ୍ରାବିଡଙ୍କ 'ମାଷ୍ଟର ଷ୍ଟ୍ରୋକ', ଓପନରଙ୍କୁ ବନେଇଲେ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍!

କ୍ରମାଗତ ଭାବେ ଓପନର୍ ଭାବରେ ଫ୍ଲପ୍ କରୁଥିବା ଶୁଭମନ ଗିଲ (Shubman Gill) ଙ୍କୁ ହଟାଇବାକୁ ଟିମ୍ ଇଣ୍ଡିଆ ନିଷ୍ପତ୍ତି ନେଇଛି । 

ଟେଷ୍ଟ ସିରିଜ ପୂର୍ବରୁ ଦ୍ରାବିଡଙ୍କ 'ମାଷ୍ଟର ଷ୍ଟ୍ରୋକ', ଓପନରଙ୍କୁ ବନେଇଲେ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍!

ନୂଆଦିଲ୍ଲୀ: ଟି-୨୦ ସିରିଜରେ ନ୍ୟୁଜିଲ୍ୟାଣ୍ଡକୁ ୩-୦ରେ ମାତ୍ ଦେବା ପରେ ବର୍ତ୍ତମାନ ଟିମ୍ ଇଣ୍ଡିଆ (Team India) ର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଟେଷ୍ଟ ସିରିଜ (Test series) ରେ ମଧ୍ୟ ଏକପାଖିଆ ବିଜୟ ହାସଲ କରିବା । ନଭେମ୍ବରରୁ ଟେଷ୍ଟ ସିରିଜ୍ ଆରମ୍ଭ ହେଉଛି ଯାହାର ପ୍ରଥମ ମ୍ୟାଚ୍ କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯିବ । ପରୀକ୍ଷା ସିରିଜ୍ ଆରମ୍ଭ ପୂର୍ବରୁ ମଧ୍ୟ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଖବର ଅନୁଯାୟୀ ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ଭାରତର ଟେଷ୍ଟ ଓପନିଂକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି ।

କ୍ରମାଗତ ଭାବେ ଓପନର୍ ଭାବରେ ଫ୍ଲପ୍ କରୁଥିବା ଶୁଭମନ ଗିଲ (Shubman Gill) ଙ୍କୁ ହଟାଇବାକୁ ଟିମ୍ ଇଣ୍ଡିଆ ନିଷ୍ପତ୍ତି ନେଇଛି । ଖବର ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡ ସିରିଜରେ ଶୁଭମନ ଗିଲ ମଧ୍ୟମ କ୍ରମରେ ଖେଳୁଥିବା ନଜର ଆସିବେ । ଏଥି ସହିତ କେଏଲ ରାହୁଲ (KL Rahul) ଙ୍କ ସ୍ଥାନରେ ଆସିଥିବା ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଓ ମୟଙ୍କ ଅଗ୍ରୱାଲ (Mayank Agarwal) ଟିମ ଇଣ୍ଡିଆ ପାଇଁ ଓପନିଂର ଦାୟିତ୍ୱ ସମ୍ଭାଳିପାରନ୍ତି । ରୋହିତ ଶର୍ମା (Rohit Sharma) ଙ୍କୁ ଟେଷ୍ଟ ସିରିଜରେ ବିଶ୍ରାମ ଦିଆଯାଇଛି, ଯେଉଁଥିପାଇଁ ମୟଙ୍କ ଅଗ୍ରୱାଲଙ୍କୁ ସୁଯୋଗ ମିଳୁଛି । ମୟଙ୍କ ଅଗ୍ରୱାଲ ଇଂଲଣ୍ଡ ଗସ୍ତରେ ଗୋଟିଏ ବି ମ୍ୟାଚ୍ ଖେଳିପାରିନଥିଲେ । ଓପନିଂ ରୋହିତ ଶର୍ମା ଓ କେଏଲ୍ ରାହୁଲ କରିଥିଲେ ଓ ଆହତ କାରଣରୁ ଶୁଭମନ ଗିଲ ଭାରତ ଫେରିଥିଲେ ।

ଶୁଭମନ୍ ଗିଲଙ୍କୁ ଓପୋନିଙ୍ଗରୁ ହଟାଇବା ସଠିକ୍ ନିଷ୍ପତ୍ତି?

ଏଥିରେ କୌଣସି ସନ୍ଦେହ ନାହିଁ ଯେ ଶୁଭମନ ଗିଲ ବହୁତ ଦକ୍ଷ ଓ ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ, କିନ୍ତୁ ଜଣେ ଓପନର୍ ଭାବରେ ତାଙ୍କ କୌଶଳରେ ତ୍ରୁଟି ନଜର ଆସିଥାଏ । ଗିଲ୍ ଏପର୍ଯ୍ୟନ୍ତ ୮ଟି ମ୍ୟାଚରେ ମାତ୍ର ୩୧.୮୪ ଏଭେରେଜରେ ୪୧୪ ରନ୍ ସଂଗ୍ରହ କରିଛନ୍ତି । ତାଙ୍କ ବ୍ୟାଟରୁ ୩ଟି ଅର୍ଦ୍ଧଶତକ ଆସିଛି । ଓପନିଂ ଓଭରରେ ସୁଇଙ୍ଗ ବିରୁଦ୍ଧରେ ଶୁଭମନ ଗିଲ ଦୁର୍ବଳ ଦେଖାଯାଉଛନ୍ତି କିନ୍ତୁ ସ୍ପିନରଙ୍କ ବିପକ୍ଷରେ ତାଙ୍କ ବ୍ୟାଟିଂ ଭଲ ତେଣୁ ରାହୁଲ ଦ୍ରାବିଡ (Rahul Dravid) ଗିଲଙ୍କ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ଟେଷ୍ଟରେ ବିରାଟ କୋହଲି (Virat Kohli) ମଧ୍ୟ ନାହାଁନ୍ତି, ତେଣୁ ରାହାନେ ୪ ନମ୍ବରରେ ଓ ଗିଲ ୫ ନମ୍ବରରେ ଖେଳିପାରନ୍ତି । ଗିଲଙ୍କ ମିଡିଲ୍ ଅର୍ଡରକୁ ଯିବାରୁ ମୟଙ୍କ ଅଗ୍ରୱାଲଙ୍କୁ ମଧ୍ୟ  ସୁଯୋଗ ମିଳିବ, ଯିଏ ଚମତ୍କାର ଫର୍ମରେ ଥାଇ ମଧ୍ୟ ବେଞ୍ଚରେ ବସି ରହିଥିଲେ ।

ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ- ଅଜିଙ୍କ୍ୟ ରାହାନେ, ଚେତେଶ୍ୱର ପୂଜାରା, ସୂର୍ଯ୍ୟ କୁମାର ଯାଦବ, ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ, ଶ୍ରେୟାସ ଆୟର, ରିଦ୍ଧିମାନ ସାହା, କେ.ଏସ୍ ଭରତ, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ୍, ଅକ୍ସର ପଟେଲ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କୃଷ୍ଣା । ଦ୍ୱିତୀୟ ଟେଷ୍ଟରୁ ବିରାଟ କୋହଲି ଟିମ୍ ଇଣ୍ଡିଆରେ ଯୋଗଦେବେ । 

ଏହା ବି ପଢ଼ନ୍ତୁ:-ଅଣ୍ଡା ତରକାରୀ ନ ଖୁଆଇବାରୁ ମାତୃହନ୍ତା ହେଲା ପୁଅ

ଏହା ବି ପଢ଼ନ୍ତୁ:-ରାଜ୍ୟର ଶିକ୍ଷାନୁଷ୍ଠାନରେ ପଶିଲା କୋରୋନା, ଶତାଧିକ ଛାତ୍ରଛାତ୍ରୀ ସଂକ୍ରମିତ

ଏହା ବି ପଢ଼ନ୍ତୁ:-ପରବର୍ତ୍ତୀ ସମୟରେ ମିଳିବନି LPG ଗ୍ୟାସ୍ ସିଲିଣ୍ଡର ଯଦି କରିବେନି ଏହି କାମ, ପଢ଼ନ୍ତୁ ପୂରା ଖବର

ଏହା ବି ପଢ଼ନ୍ତୁ:-ସକାଳୁ ଉଠି ପ୍ରଥମେ ଆଇନା ଦେଖୁଛନ୍ତି କି? ଜାଣନ୍ତୁ କ'ଣ କହୁଛି ବାସ୍ତୁ

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍