Indian Railways: ଘନ କୁହୁଡ଼ି କାରଣରୁ ୨୬୦ ଟ୍ରେନ କ୍ୟାନସଲ, ଦେଖନ୍ତୁ ପୂରା ଲିଷ୍ଟ
Advertisement
Article Detail0/zeeodisha/odisha1519428

Indian Railways: ଘନ କୁହୁଡ଼ି କାରଣରୁ ୨୬୦ ଟ୍ରେନ କ୍ୟାନସଲ, ଦେଖନ୍ତୁ ପୂରା ଲିଷ୍ଟ

Train Cancelled Today: ସାରାଦେଶରେ ଜାରି ରହିଛି ଥଣ୍ଡାର ପ୍ରକୋପ। ଗତ କିଛିଦିନ ହେଲା ଉତ୍ତର ଭାରତରେ କୁହୁଡ଼ି ସହ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ସେହିପରି ବିଭିନ୍ନ ଜୋନରେ ରେଳ ଟ୍ରାକ୍ ଓ ଷ୍ଟେସନର ନବୀକରଣ ମଧ୍ୟ କରାଯାଉଛି। ତେବେ ଏହି କାରଣରୁ ଗତ ଦୁଇଦିନ ହେଲା ଭାରତୀୟ ରେଳ ବିଭାଗ ବହୁ ସଂଖ୍ୟାରେ ଟ୍ରେନକୁ କ୍ୟାନସଲ କରାଯାଇଛି।

 

Indian Railways: ଘନ କୁହୁଡ଼ି କାରଣରୁ ୨୬୦ ଟ୍ରେନ କ୍ୟାନସଲ, ଦେଖନ୍ତୁ ପୂରା ଲିଷ୍ଟ

Indian Railways: ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖରାପ ଖବର ରହିଛି। କୌଣସି ସ୍ଥାନକୁ ଯାତ୍ରା କରିବା ପୂର୍ବରୁ ଥରେ ଆପଣ ଯାତ୍ରା କରିବାକୁ ଥିବା ଟ୍ରେନ ବିଷୟରେ ଭଲସେ ଚେକ୍ କରିନିଅନ୍ତୁ। କାରଣ ଭାରତୀୟ ରେଳ ବିଭାଗ ଜାନୁଆରୀ ୮ ଅର୍ଥାତ୍ ଆଜି ୨୬୦ ଟି ଟ୍ରେନକୁ ଯାତାୟତ ପୂର୍ବରୁ କ୍ୟାନସଲ କରିଛି। ଭାରତୀୟ ରେଳ ବିଭାଗର NTES ଅର୍ଥାତ୍ ନ୍ୟାସନାଲ ଟ୍ରେନ ଇନକ୍ୱାରୀ ସିଷ୍ଟମ ଅନୁଯାୟୀ, ରବିବାରରେ ୨୬୦ ଟି ଟ୍ରେନ କ୍ୟାନସଲ କରାଯିବା ସହ ଷ୍ଟେସନରୁ ହିଁ  ୪୪ ଟି ଟ୍ରେନର ଗତିପଥକୁ ବଦଳାଇ ଦିଆଯାଇଛି।    

କେଉଁ ରାଜ୍ୟ ଉପରେ ପଡ଼ିବ ପ୍ରଭାବ-:
ଆଜି ଯାତ୍ରା କରିବାକୁ ଥିବା ଯାତ୍ରୀ ମାନେ ଘରୁ ବାହାରିବା ପୂର୍ବରୁ ନିଜ ଟ୍ରେନର ତାଲିକା ସମ୍ପୂର୍ଣ୍ଣ ଭାବେ ଚେକ୍ କରିନିଅନ୍ତୁ। ଏତେ ସଂଖ୍ୟ ଟ୍ରେନର ବାତିଲ (Train Cancelled Today)  ଦେଶକୁ ପ୍ରଭାବିତ କରିଛି, ଜନସାଧାରଣଙ୍କୁ ଟେନସନ ଦେଇଛି। ଏଠାରେ କହିରଖୁଛୁ ଏହି ସବୁ ଟ୍ରେନର ସିଡ୍ୟୁଲ କ୍ୟାନସଲ ହେବାର ପ୍ରଭାବ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ହରିୟାଣା, ନୂଆଦିଲ୍ଲୀ, ପଞ୍ଜାବ, ଆସାମ, କର୍ଣ୍ଣାଟକ, ଝାଡଖଣ୍ଡ, ଛତିଶଗଡ,ବିହାର ଓ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିବ। 

fallback

ଟ୍ରେନ କ୍ୟାନସଲ ହେବାର କାରଣ-:

ପୁରାଦେଶରେ ଅଲଗା ଅଲଗା ଜୋନରେ ଟ୍ରାକ୍ ମରାମତି ଓ ନିର୍ମାଣ କାର୍ଯ୍ୟ ସହ ଉତ୍ତର ଭାରତରେ ଘନ କୁହୁଡ଼ି କାରଣରୁ ରେଳ ବିଭାଗ ଗତ କିଛିଦିନ ହେବ ଲଗାତାର ଟ୍ରେନକୁ କ୍ୟାନସଲ କରୁଛି। ଗତକାଲି ଅର୍ଥାତ୍ ଶନିବାର ମଧ୍ୟ ରେଳ ବିଭାଗ ୩୦୨ ଟି ଟ୍ରେନ କ୍ୟାନସଲ କରିଥିଲା । ଏହାସହ ରେଳବିଭାଗ ଯାତ୍ରୀଙ୍କୁ ଯାତ୍ରା କରିବା ପୂର୍ବରୁ ରେଳ ବିଭାଗ ହେଲ୍ପଲାଇନ ନମ୍ବର ୧୩୯ ରେ କଲ୍ କରି ପଚରାଉଚରା କରି ଡିଟେଲ୍ସ ନେବାକୁ ଅନୁରୋଧ କରିଛନ୍ତି। ଏହାସହ ରେଳ ବିଭାଗର ୱେବସାଇଟ୍ https://enquiry.indianrail.gov.in/ ରେ ସର୍ଚ୍ଚ କରି ନିଜ ଟ୍ରେନର ଷ୍ଟାଟସ ଜାଣିପାରିବେ।

ସେହିପରି ଭାରତୀୟ ରେଳବିଭାଗର ସୂଚନାନୁସାରେ, କୁହୁଡି କାରଣରୁ ବିଳମ୍ବରେ ଚାଲୁଥିବା ଟ୍ରେନରେ ମାଗଣା ଖାଇବା ମଧ୍ୟ ଦିଆଯିବ ଏହା ସହ ଟିକେଟ କ୍ୟାନସଲ ହେଲେ ପୁରା ଟଙ୍କା ମଧ୍ୟ ଫେରାଇବ ରେଳ ବିଭାଗ।

ନିଜ ଟ୍ରେନର ଷ୍ଟାଟସ ଏମିତି ଚେକ୍ କରନ୍ତୁ

1-ଆପଣଙ୍କ ଟ୍ରେନ କ୍ୟାନସଲ ହେଲେ ଏହାର ସୋର୍ସକୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହାକୁ ଚେକ୍ କରିବା ପୂର୍ବରୁ ଆପଣଙ୍କୁ ସର୍ବ ପ୍ରଥମେ ରେଲୱେ ବିଭାଗର ୱେବସାଇଟ  enquiry.indianrail.gov.in ରେ କ୍ଲିକ୍ କରିବାକୁ ପଡ଼ିବ।

2-ଏହାବାଦ୍ ସାଇଟର ଡାହାଣ ପାର୍ଶ୍ୱରେ ଆପଣଙ୍କୁ Exceptional Trains ର ଅପସନ୍ ଦେଖାଦେବ। ଏହା ଉପରେ କ୍ଲିକ୍ କରନ୍ତୁ।

3- ଏହା ଉପରେ କ୍ଲିକ କରିବା ପରେ ଆପଣଙ୍କୁ Cancelled Trains ର ଅପସନ୍ ମିଳିବ। ଏବେ ଏହା ଉପରେ କ୍ଲିକ୍ କରନ୍ତୁ।

4- ଏହି ଅପସନ୍ ଉପରେ କ୍ଲିକ୍ କରିବା ପରେ ଆପଣଙ୍କୁ ଟ୍ରେନ ଷ୍ଟାର୍ଟ ଡେଟର ଅପସନ ଉପରେ ନିଜର ଯାତ୍ରା ତାରିଖ ସିଲେକ୍ଟ କରନ୍ତୁ।

5- ଏହା ଉପରେ କ୍ଲିକ କରିବା ପରେ ଟ୍ରେନ କ୍ୟାନସଲ ଓ ଆଂଶିକ କ୍ୟାନସଲ ହୋଇଥିବା ଟ୍ରେନର ପୁରା ତାଲିକା ଆପଣଙ୍କୁ ଦୃଶ୍ୟମାନ ହେବ। 

Also Read: Vladimir Putin: ଭୟଙ୍କର ରୋଗରେ ପୀଡ଼ିତ ପୁଟିନ ! ଅଧିକାରୀ କହିଲେ ଯୁଦ୍ଧ ଶେଷ ବେଳକୁ...

Also Read: Gay couple Expecting first baby: ସମଲିଙ୍ଗୀ ବିବାହ ପରେ ପ୍ରଥମ ଶିଶୁର ଫଟୋ ସେୟାର କଲେ ଦମ୍ପତି