Gay couple Expecting first baby: ସମଲିଙ୍ଗୀ ବିବାହ ପରେ ପ୍ରଥମ ଶିଶୁର ଫଟୋ ସେୟାର କଲେ ଦମ୍ପତି
Advertisement
Article Detail0/zeeodisha/odisha1518507

Gay couple Expecting first baby: ସମଲିଙ୍ଗୀ ବିବାହ ପରେ ପ୍ରଥମ ଶିଶୁର ଫଟୋ ସେୟାର କଲେ ଦମ୍ପତି

Gay couple Expecting first baby News: ଆମେ ଅଭିଭାବକ ହେବା ପରେ ସବୁ କିଛି ସାଧାରଣ ପରି ହୋଇଯିବ। ଆମେ ସମଲିଙ୍ଗୀ ହେଲେ ବି ଏ ଖୁସି ଆମକୁ ବାପା ମା ପରି ଖୁସି ଦେଇଛି। ଆମେ ସେହି 'ଜୀବନ ବଞ୍ଚିବାକୁ ଚାହୁଁଛୁ ଯାହା ଆମେ ଚାହୁଁଛୁ'। ନିଜ ପ୍ରଥମ ଶିଶୁର ଫଟୋ ସେୟାର କରି ଏହି ଦମ୍ପତି ସମସ୍ତଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି।

Gay couple Expecting first baby: ସମଲିଙ୍ଗୀ ବିବାହ ପରେ ପ୍ରଥମ ଶିଶୁର ଫଟୋ ସେୟାର କଲେ ଦମ୍ପତି

Gay couple Expecting first baby: ସାମାନ୍ୟ ପୁଅ ଝିଅ ପ୍ରେମ କଲେ ଲିଭ୍ ଇନ୍ ରେ ରହିଲେ ସମାଜ ତାକୁ ଭିନ୍ନ ଦୃଷ୍ଟିରେ ଦେଖୁଥିଲା। ହେଲେ ଏବେ ସମାଜ ଧିରେ ଧିରେ ଯୁଗ ସହ ପରିବର୍ତ୍ତନ ହେଉଛି। ସମଲିଙ୍ଗୀ ସମ୍ପର୍କକୁ ମଧ୍ୟ ଆଇନଗତ କ୍ଷେତ୍ରରେ ଅନୁମତି ମିଳିସାରିଛି । ତେବେ ୨୦୧୯ ରେ ଆମେରିକାର ନ୍ୟୁ ଜର୍ସିରେ ଅନୁଷ୍ଠିତ ଏକ ଗ୍ରାଣ୍ଡ ହିନ୍ଦୁ ବିବାହ ପ୍ରାୟତଃ ସମସ୍ତଙ୍କ ମନେ ଥିବ। ଇଣ୍ଟରନେଟ୍ ରେ ନିଆଁ ଭଳି ବ୍ୟାପିଥିଲା ଏହି ଖବର। ସମଲିଙ୍ଗୀ ଯୋଡ଼ି ଥିଲେ  ଅମିତ ଶାହା ଏବଂ ଆଦିତ୍ୟ ମାଡିରାଜୁ । ତେବେ ସବୁଠାରୁ ବଡ଼ କଥା ହେଉଛି ବର୍ତ୍ତମାନେ ସେମାନେ ଅଭିଭାବକ ହେବାକୁ ଯାଉଛନ୍ତି । ମେ ମାସରେ ହେବାକୁ ଥିବା ଡେଲିଭରିକୁ ନେଇ ସେମାନେ ଏକ ଫଟୋ ସେୟାର କରିଛନ୍ତି। ଆଉ ସେହି ଫଟୋଟି ସେମାନଙ୍କ ଶିଶୁର ବୋଲି ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

ବିବାହ ପରଠାରୁ ଏହି ଦମ୍ପତି ସନ୍ତାନ ପ୍ରାପ୍ତି ହେବାର ହେବାର ସମସ୍ତ ଥିଓରିକୁ ଶିଖୁଥିଲେ। ସରୋଗେଟ୍, ଅଣ୍ଡା ଦାତା ଏବଂ ଗର୍ଭଧାରଣକାରୀ ବାହକ ମଧ୍ୟରେ ପାର୍ଥକ୍ୟ ବୁଝିବା ଠାରୁ ଆରମ୍ଭ କରି ସେହି ଅଂଶୀଦାରମାନଙ୍କ ମଧ୍ୟରୁ କେଉଁଟି ସେମାନଙ୍କ ପରିବାରର ଅଭିବୃଦ୍ଧିର ଅଂଶ ହେବ ତାହା ସ୍ଥିର କରିବା ପର୍ଯ୍ୟନ୍ତ, ଏହା ଦମ୍ପତିଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ସେମାନେ ଏହା ମଧ୍ୟ ଜାଣିବାକୁ ପାଇଥିଲେ ଯେ Heterosexual ଦମ୍ପତିଙ୍କ ତୁଳନାରେ ସେମାନଙ୍କ ପାଇଁ ଖର୍ଚ୍ଚ ଅଧିକ ହୋଇପାରେ। ହେଲେ ଯେତେବେଳେ (IVF) ପଦ୍ଧତିରେ ଅଣ୍ଡା ଦାତା ବିଷୟରେ ସେ ଖବର ପାଇଲେ ସେ ଖୁସିର କିଛି ଠିକଣା ରହିଲାନି ବୋଲି କହିଛନ୍ତି ଆଦିତ୍ଯ। 

ଆଦିତ୍ୟ କହିଛନ୍ତି ଯେ, 'ଆମେ ଅଭିଭାବକ ହେବା ପରେ ସବୁ କିଛି ସାଧାରଣ ପରି ହୋଇଯିବ। ଆମେ ସମଲିଙ୍ଗୀ ହେଲେ ବି ଏ ଖୁସି ଆମକୁ ବାପା ମା ପରି ଖୁସି ଦେଇଛି। ଆମେ ସେହି 'ଜୀବନ ବଞ୍ଚିବାକୁ ଚାହୁଁଛୁ ଯାହା ଆମେ ଚାହୁଁଛୁ'। ଆଦିତ୍ୟଙ୍କ କହିବା କଥା, ଆମ ବାହାଘର ପରେ ଅନେକ ସମଲିଙ୍ଗୀ ଯୋଡ଼ି ବିବାହ କରିଛନ୍ତି । ଆଉ ଏହା ଆମ ପାଇଁ ଖୁସିର କଥା। ତେବେ ଶିଶୁ ହେବା କଥା ଶୁଣି ଯେଉଁ ସମଲିଙ୍ଗୀ ମାନେ ନିଜ ପରିବାରକୁ ବଢାଇବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ଏଥିରୁ କିଛି ଶିକ୍ଷା ପାଇପାରିବେ'।

ଆଦିତ୍ୟ ଏକଥା ବି କହିଛନ୍ତି 'ଲୋକମାନେ ମାତୃ ଦିବସ ପିତୃ ଦିବସ ପାଳୁଛନ୍ତି ଖୁସିରେ ଛୁଟିଦିନ ବି ପାଳୁଛନ୍ତି । ହେଲେ ଆମେ ଅପେକ୍ଷା କରିଛୁ ଆମ ଶିଶୁକୁ । ଯିଏ ଆସିବା ପରେ ଆମ ଜୀବନ ସମ୍ପୂର୍ଣ୍ଣ ବଦଳିଯିବ। ସେହିପରି ଅମିତ କହିଛନ୍ତି ସମାଜ ସମଲିଙ୍ଗୀ ସମ୍ପର୍କ ବା ସମଲିଙ୍ଗୀ ଦମ୍ପତି କହୁଛି ହେଲେ ଆମେ କେବଳ ଦମ୍ପତି କହିବୁ। ତାଙ୍କ କଥାକୁ ସମ୍ନାନ ଦେଇ ଆଦିତ୍ୟ କହିଛନ୍ତି ଆମେ ସମଲିଙ୍ଗୀ ଅଭିଭାବକ ନୁହେଁ ଆମେ କେବଳ ଅଭିଭାବକ' ।