Indian Railways: ସେପଟେ ଦେଶରେ ପୁଣି ଥରେ କୋରୋନା ମାମଲା ବଢିବାରେ ଲାଗିଛି, ଲୋକମାନେ ନିଜ ଘରକୁ ଫେରି ଆସୁଛନ୍ତି । କୋରୋନାର ବଢୁଥିବା ମାମଲା ମଧ୍ୟରେ ଶ୍ରମିକମାନେ ପୁଣି ଥରେ ନିଜ ଘରକୁ ଫେରିବା ଆରମ୍ଭ କରିଛନ୍ତି ।
Trending Photos
ନୂଆଦିଲ୍ଲୀ: Indian Railways: ଏପ୍ରିଲ ୫ରୁ ୭୧ଟି ଅଣ ସଂରକ୍ଷିତ ଟ୍ରେନ୍ ସେବା (unreserved train Service) ଆରମ୍ଭ କରିବା ପରେ ରେଳବାଇ (Indian railways) ଆହୁରି ଅନେକ ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ କରିବାକୁ ଯାଉଛି । ରେଳମନ୍ତ୍ରୀ ପୀୟୁଷ ଗୋୟଲ (Railway Minister Piyush Goyal) ସୂଚନା ଦେଇଛନ୍ତି ଯେ, ଭାରତୀୟ ରେଳବାଇ ଦ୍ୱାରା ୪ଟି ଶତାବ୍ଦୀ ସ୍ପେଶାଲ ଓ ଏକ ଦୁରନ୍ତୋ ସ୍ପେଶାଲ ଟ୍ରେନ୍ ଆରମ୍ଭ କରିବାକୁ ଯାଉଛି । ଏହି ଟ୍ରେନ୍ ଗୁଡିକ ଏପ୍ରିଲ ୧୦ରୁ ଏପ୍ରିଲ ୧୫ରୁ ଆରମ୍ଭ ହେବ, ଯେଉଁଥରେ ସୁବିଧାଜନକ ଓ ନିରାପଦ ଯାତ୍ରା ସୁନିଶ୍ଚିତ ହେବ ।
ଅଧିକ ପଢ଼ନ୍ତୁ:-ନାଇଟ୍ ଡ୍ୟୁଟି କରୁଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର, ଭତ୍ତା ନିୟମରେ ହେଲା ବଡ଼ ପରିବର୍ତ୍ତନ!
यात्रियों की सेवा में समर्पित, भारतीय रेल द्वारा 4 शताब्दी स्पेशल, तथा एक दुरंतो स्पेशल ट्रेन आरंभ की जा रही हैं।
10 अप्रैल से 15 अप्रैल के बीच यह सेवायें शुरु होंगी, जिनसे सुविधाजनक, और सुरक्षित यात्रा सुनिश्चित होगी। pic.twitter.com/Owz3zzL5SU
— Piyush Goyal (@PiyushGoyal) April 5, 2021
ଏହି ୪ଟି ଶତାବ୍ଦୀ ଟ୍ରେନରେ ନୂଆଦିଲ୍ଲୀ-ଅମୃତସର (ଦୈନିକ), ନୂଆଦିଲ୍ଲୀ-ଅମୃତସର (ସାପ୍ତାହିକ), ଚଣ୍ଡିଗଡ଼-ଦିଲ୍ଲୀ (ସପ୍ତାହରେ ୬ ଦିନ), ନୂଆଦିଲ୍ଲୀ-ଦୌରାଇ (ଦୈନିକ) ସାମିଲ ରହିଛି । ଏହା ବ୍ୟତୀତ ଦୁରନ୍ତୋ ସ୍ପେଶାଲରେ ସରାଇ ରୋହିଲ୍ଲା-ଦିଲ୍ଲୀ-ଜାମ୍ମୁ ତୱି (ସପ୍ତାହରେ ତିନି ଦିନ) ସାମିଲ ରହିବେ ।
ଏହା ବ୍ୟତୀତ ମୁମ୍ବାଇ ଓ ଫୈଜାବାଦ ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଯେଉଁଥି ପାଇଁ ଟ୍ରେନ ନମ୍ୱର 01067 ଓ 01017 ଚଳିତ ବର୍ଷ ଏପ୍ରିଲ ୭ରୁ ରେଳ ଟିକେଟରେ ବୁକିଂ ଆରମ୍ଭ ହେବ । ଏହି କ୍ରମରେ କେନ୍ଦ୍ର ରେଳବାଇ (Central Railway) ବର୍ତ୍ତମାନ ମୁମ୍ବାଇରୁ ଗୋରଖପୁର, ପାଟନା-ଦରଭଙ୍ଗା ଏବଂ ପୁଣେରୁ ଦାନାପୁର ପର୍ଯ୍ୟନ୍ତ ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଘୋଷଣା କରିଛି ।
ଅଧିକ ପଢ଼ନ୍ତୁ:-ଦିଲ୍ଲୀ-ମହାରାଷ୍ଟ୍ରରେ ଥମୁନି କୋରୋନାର ପ୍ରକୋପ, ଏହି ୧୧ଟି ରାଜ୍ୟର ସ୍ଥିତି ଚିନ୍ତାଜନକ
ସେପଟେ ଦେଶରେ ପୁଣି ଥରେ କୋରୋନା ମାମଲା ବଢିବାରେ ଲାଗିଛି, ଲୋକମାନେ ନିଜ ଘରକୁ ଫେରି ଆସୁଛନ୍ତି । କୋରୋନାର ବଢୁଥିବା ମାମଲା ମଧ୍ୟରେ ଶ୍ରମିକମାନେ ପୁଣି ଥରେ ନିଜ ଘରକୁ ଫେରିବା ଆରମ୍ଭ କରିଛନ୍ତି ।