Coronavirus in India: କୋରୋନା ଯୋଗୁଁ ବିଗିଡ଼ି ଯାଇଥିବା ପରିସ୍ଥିତିକୁ କିପରି ପୁନର୍ବାର ନିୟନ୍ତ୍ରଣ କରାଯିବ । କିପରି ସଂକ୍ରମଣକୁ ରୋକାଯାଇପାରିବ । କେଉଁ ନୂଆ ରଣନୀତି ପ୍ରସ୍ତୁତ କରାଯିବ? ବୈଠକ ପରେ ବୈଠକ ଡକାଯାଉଛି । ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ୧୧ଟି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ରାଜ୍ୟଗୁଡ଼ିକରେ ମହାରାଷ୍ଟ୍ର, ଛତିଶଗଡ, ଦିଲ୍ଲୀ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପଞ୍ଜାବ ଏବଂ ରାଜସ୍ଥାନ ଅନ୍ତର୍ଭୁକ୍ତ ରହିଛି ।
Trending Photos
ନୂଆଦିଲ୍ଲୀ: Coronavirus in India: କୋରୋନା (Coronavirus) ମାମଲାରେ ଭାରତ ରେକର୍ଡ ଭାଙ୍ଗୁଛି । ବିଗତ କିଛି ଦିନ ଧରି ଦେଶରେ ୯୦ ହଜାରରୁ ଅଧିକ କୋରୋନା ମାମଲା ସାମ୍ନାକୁ ଆସୁଛି । ଗତକାଲି ଗୋଟିଏ ଦିନରେ ୧ ଲକ୍ଷରୁ ଅଧିକ ମାମଲା ଚିହ୍ନଟ ହୋଇଥିଲା । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୬ ହଜାରରୁ ଅଧିକ କୋରୋନା (COVID-19) ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଯାହା କେନ୍ଦ୍ରରୁ ରାଜ୍ୟ ପର୍ଯ୍ୟନ୍ତ ଆଲୋଡ଼ନ ସୃଷ୍ଟି କରିଛି । ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ (Health Minister Harsh Vardhan) ଆଜି ଅର୍ଥାତ ମଙ୍ଗଳବାର ୧୧ଟି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ । ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ୩ଟି ରାଜ୍ୟରେ ମଧ୍ୟ ବିଶେଷଜ୍ଞ ଦଳ ପଠାଇଛନ୍ତି କେନ୍ଦ୍ର ।
ଅଧିକ ପଢ଼ନ୍ତୁ:-ଆଜିଠୁ ଦିଲ୍ଲୀରେ ନାଇଟ କର୍ଫ୍ୟୁ, କେଜ୍ରିୱାଲ ସରକାର କଲେ ଘୋଷଣା
ଆଜି ୧୧ଟି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ
କୋରୋନା ଯୋଗୁଁ ବିଗିଡ଼ି ଯାଇଥିବା ପରିସ୍ଥିତିକୁ କିପରି ପୁନର୍ବାର ନିୟନ୍ତ୍ରଣ କରାଯିବ । କିପରି ସଂକ୍ରମଣକୁ ରୋକାଯାଇପାରିବ । କେଉଁ ନୂଆ ରଣନୀତି ପ୍ରସ୍ତୁତ କରାଯିବ? ବୈଠକ ପରେ ବୈଠକ ଡକାଯାଉଛି । ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ୧୧ଟି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ରାଜ୍ୟଗୁଡ଼ିକରେ ମହାରାଷ୍ଟ୍ର, ଛତିଶଗଡ, ଦିଲ୍ଲୀ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପଞ୍ଜାବ ଏବଂ ରାଜସ୍ଥାନ ଅନ୍ତର୍ଭୁକ୍ତ ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଗୁରୁବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଏଥିରେ ଉଭୟ କୋରାନା ଏବଂ ଟିକାକରଣ (Vaccination) ପ୍ରକ୍ରିୟା ଉପରେ ଆଲୋଚନା ହେବ । କୋରୋନାର ଏହି ନୂତନ ଲହରୀକୁ ଅଣଦେଖା କରିହେବ ନାହିଁ । ଯେପରି ଭାବରେ ମାମଲାଗୁଡ଼ିକ ଦ୍ରୁତଗତିରେ ବୃଦ୍ଧି ପାଇଛି, ଏହିପରି ସବୁ ସ୍ଥାନରେ ଆତଙ୍କ ସୃଷ୍ଟି କରିଛି ।
ଅଧିକ ପଢ଼ନ୍ତୁ:-ଏବେ ମାତ୍ର ୯ ଟଙ୍କାରେ କିଣି ପାରିବେ LPG ଗ୍ୟାସ୍ ସିଲିଣ୍ଡର! ଜାଣନ୍ତୁ ଏହି ଖାସ୍ ଅଫର ବିଷୟରେ...
୨୫ ଦିନରେ ସଂକ୍ରମଣ ମାମଲା ୨୦ ହଜାରରୁ ୧ ଲକ୍ଷ ପାର
ଏହି ଉପାୟରେ ଏହା ବୁଝିହେବ ଯେ ୨୫ ଦିନ ମଧ୍ୟରେ ସଂକ୍ରମଣ ମାମଲା ଗୋଟିଏ ଦିନରେ 20 ହଜରରୁ ଏକ ଲକ୍ଷକୁ ଅତିକ୍ରମ କରିସାରିଛି । ଗତ ବର୍ଷ ସେପ୍ଟେମ୍ବରରେ ଯେତେବେଳେ ଗୋଟିଏ ଦିନରେ ୯୮ ହଜାର ମାମଲା ଆସିଥିଲା, ସେତେବେଳେ ଏହା ଶିଖରରେ ପହଞ୍ଚିବାକୁ ୭୬ ଦିନ ଲାଗିଥିଲା । ଯଦି ଏହି ପରିସ୍ଥିତି ନିୟନ୍ତ୍ରିତ ନହୁଏ ଏବଂ ସ୍ଥିତି ଆହୁରି ବିସ୍ଫୋରକ ହୁଏ ତେବେ ଲକଡାଉନ୍ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ । ତେଣୁ ବର୍ତ୍ତମାନଠାରୁ କଠୋର ହେବା ଆବଶ୍ୟକ । ମହାରାଷ୍ଟ୍ର, ପଞ୍ଜାବ, ଦିଲ୍ଲୀ ଭଳି ରାଜ୍ୟଗୁଡ଼ିକ ପୂର୍ବାପେକ୍ଷା କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି ।
କିନ୍ତୁ ଏହି କଠୋରତା ସହିତ ଟିକାକରଣର ଗତି ମଧ୍ୟ ବୃଦ୍ଧି କରିବା ହେଉଛି ଆହ୍ୱାନ । କାରଣ ଟିକାକରଣରେ କୋରୋନା ସହିତ ଯୁଦ୍ଧରେ ଜିତିବାର ଏକ ଫର୍ମୂଲା । ଦିଲ୍ଲୀ ସରକାର ଏକ ତୃତୀୟାଂଶ ଟିକାକରଣ କେନ୍ଦ୍ରକୁ ୨୪ ଘଣ୍ଟା ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମହାରାଷ୍ଟ୍ରର ସିଏମ୍ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ୨୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦିଆଯାଉ ।
ଅଧିକ ପଢ଼ନ୍ତୁ:-କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ଭିଜିଲାନ୍ସରେ ଗୋଟିଏ ସ୍ଥାନରେ ୫ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କ ଟ୍ରାନ୍ସଫର ପାଇଁ ନିର୍ଦ୍ଦେଶ
ଓଡ଼ିଶାର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ
ସୋମବାର ରାଜ୍ୟରେ ୫୭୩ ନୂଆ କୋରୋନା ମାମଲା ଚିହ୍ନଟ ହେବା ପରେ ରାଜ୍ୟ ସରକାର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି । ରାଜ୍ୟରେ ମୋଟ ସଂକ୍ରମଣ ମାମଲା ୩,୪୩,୨୬୮କୁ ବୃଦ୍ଧି ପାଇଛି । ସରକାରଙ୍କ ଅନୁଯାୟୀ, ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ସୁନ୍ଦରଗଡ, ବରଗଡ, ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ରହିବ । ଏଥିସହ ଓଡ଼ିଶାରେ ଛତିଶଗଡ ସୀମାବର୍ତ୍ତୀ ଜିଲ୍ଲାରୁ ଆସୁଥିବା ଲୋକଙ୍କୁ କୋଭିଡ-19 ଯାଞ୍ଚ କରିବାକୁ ପଡ଼ିବ ।