Trending Photos
ନୂଆଦିଲ୍ଲୀ: ରେଳ ଯାତ୍ରୀ (Train Passengers) ଙ୍କ ପାଇଁ ଖୁସି ଖବର । ଟ୍ରେନ୍ ଚଳାଚଳକୁ ସ୍ୱାଭାବିକ କରୁଥିବା ଭାରତୀୟ ରେଳ (Indian Railways IRCTC) ସୋମବାର ଠାରୁ ଅର୍ଥାତ ମାର୍ଚ୍ଚ ୮ରୁ ୧୩ଟି ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍ ଚଳାଚଳକୁ ଅନୁମତି ଦେଇଛି । ଏଥିରେ ଜନ ସାମାନ୍ୟ, ସାଧାରଣ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ଯାତ୍ରୀବାହୀ ଟ୍ରେନ୍ ସାମିଲ ରହିଛି । ଏହି ଟ୍ରେନଗୁଡ଼ିକର ପରିଚାଳନାକୁ ନେଇ ପୂର୍ବ ରେଳବାଇ (Eastern Railway)ତରଫରୁ ଘୋଷଣା କରାଯାଇଛି।
ଅଧିକ ପଢ଼ନ୍ତୁ:-ସର୍ଭେ: ବଙ୍ଗଳାରେ ପୁଣି ମମତା ସରକାର, ଜାଣନ୍ତୁ କେଉଁ ରାଜ୍ୟରେ କାହାକୁ ମିଳିବ କ୍ଷମତା
୪୭ ନିୟମିତ ଟ୍ରେନ୍ ଚାଲିବ, ଲାଗିବ ନାହିଁ କୌଣସି ବିଶେଷ ଭଡା
ଭାରତୀୟ ରେଳ (Indian Railways) ଟ୍ରେନର ପରିଚାଳନାକୁ ସ୍ୱାଭାବିକ କରିବାରେ ବ୍ୟସ୍ତ ଅଛି । ମାର୍ଚ୍ଚ ଶେଷ ଓ ଏପ୍ରିଲ୍ ଆରମ୍ଭରେ ଦକ୍ଷିଣ ପୂର୍ବ ରେଳ ଜୋନ୍ ୪୭ ନିୟମିତ ମେଲ୍ ଏକ୍ସପ୍ରେସ ଏବଂ ଯାତ୍ରୀବାହୀ ଟ୍ରେନ୍ ଚଳାଇବାକୁ ଯାଉଛି । ଏହି ଟ୍ରେନଗୁଡିକ ସ୍ୱତନ୍ତ୍ର ଭାବରେ ନୁହେଁ ବରଂ କୋରୋନା କାଳ ପୂର୍ବ ପରି ନିୟମିତ ଭାବରେ ଚାଲିବ । ଏଥିରେ ସ୍ୱତନ୍ତ୍ର ଭଡା କିମ୍ବା ବର୍ଦ୍ଧିତ ବଢ଼ା ବଦଳରେ ସାଧାରଣ ଭଡା ଲାଗିବ । ପ୍ରକାଶ ଥାଉକି ପ୍ରଥମ ପର୍ଯ୍ୟାୟରେ ୨୯ଟି ଟ୍ରେନ୍ ଚଲାଇବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଅଛି । ଏହା ପରେ ଆହୁରି ୧୮ଟି ନିୟମିତ ଟ୍ରେନ୍ ପରିଚାଳନା କରାଯିବ । ଏହି ସମସ୍ତ ଟ୍ରେନର ବଗି ଏବଂ ଇଞ୍ଜିନ୍ ପ୍ରସ୍ତୁତ ହୋଇ ରେଳ ବୋର୍ଡକୁ ଏହି ପ୍ରସ୍ତାବ ପଠାଯାଇଛି । ସବୁଜ ସଙ୍କେତ ପାଇବା ମାତ୍ରେ ସମସ୍ତ ୪୭ଟି ଟ୍ରେନକୁ ଟ୍ରାକରେ ଫେରାଇ ଆଣିବା କାମ ଆରମ୍ଭ ହେବ । ବର୍ତ୍ତମାନ ଏହି ଜୋନରେ ୪୩ଟି ଟ୍ରେନ୍ ଆରମ୍ଭ ହୋଇଛି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଆରମ୍ଭ ହେବାକୁ ଥିବା ଟ୍ରେନ୍ ମଧ୍ୟରୁ ୧୩ଟି ଟ୍ରେନ୍ ରାଞ୍ଚି-ହାଟିଆରୁ ରହିଛି । ରାଞ୍ଚିରୁ ୮, ହାଟିଆରୁ ୫ ଏବଂ ୪ଟି ଟ୍ରେନ୍ ଟାଟାନଗର ରେଳ ଷ୍ଟେସନରୁ ଖୋଲିବାର ପ୍ରସ୍ତାବ ରହିଛି ।
ଅଧିକ ପଢ଼ନ୍ତୁ:-ବଦଳିଯିବ ଅଫିସର ନିୟମ: କର୍ମଚାରୀଙ୍କୁ ସପ୍ତାହରେ ୪ ଦିନ କରିବାକୁ ପଡିବ କାମ, ୩ ଦିନ ମିଳିବ ଛୁଟି!
ବର୍ତ୍ତମାନ ସ୍ପେଶାଲ ଭାବେ ଚାଲୁଥିବା ଟ୍ରେନ୍ ନିୟମିତ ହେବ
ରେଳବାଇ ତରଫରୁ କୁହାଯାଇଛି ଯେ ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହୋଇଛି । ତେଣୁ ୪୭ଟି ଟ୍ରେନ୍ ଆରମ୍ଭ ହେଉବାକୁ ଯାଉଛି । ସେଗୁଡ଼ିକ ନିୟମିତ ଟ୍ରେନ୍ ହେବ । ସ୍ୱତନ୍ତ୍ର ଭଡା ପାଇଁ କୌଣସି ବ୍ୟବସ୍ଥା ହେବ ନାହିଁ । ପୂର୍ବ ପରି ଭଡ଼ା ଲାଗିବ । ବର୍ତ୍ତମାନ ଚାଲୁଥିବା ଟାଟା-ୟଶୱନ୍ତପୁର ଏକ୍ସପ୍ରେସ ଏବଂ ରାଞ୍ଚି-ହାୱରା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ ସମେତ ତିନୋଟି ଟ୍ରେନକୁ ସ୍ୱତନ୍ତ୍ର ବର୍ଗରୁ ହଟାଇ ନିୟମିତ କରାଯାଉଛି । ଅଧିକାରୀ କହିଛନ୍ତି ଯେ ସ୍ୱତନ୍ତ୍ର ଟ୍ରେନର ଭଡା ଅଧିକ ରଖାଯାଇଛି, କିନ୍ତୁ ନିୟମିତ ଟ୍ରେନରେ ପୁରୁଣା ସାମାନ୍ୟ ଭଡା ଲାଗିବ ।
ଅଧିକ ପଢ଼ନ୍ତୁ:-ନିର୍ବାଚନ ପୂର୍ବରୁ ମମତାଙ୍କୁ ବଡ଼ ଝଟକା, ବିଜେପିରେ ସାମିଲ ହେଲେ ୫ ଟିଏମସି ବିଧାୟକ
ଏହି ଟ୍ରେନ୍ ଚଳାଇବା ପାଇଁ ସମ୍ପୂର୍ଣ୍ଣ ହୋଇସାରିଛି ପ୍ରସ୍ତୁତି
ହାୱରାରୁ ଛତ୍ରପତି ଶିବାଜୀ ଟର୍ମିନାଲ୍ ପର୍ଯ୍ୟନ୍ତ ଦୁରନ୍ତୋ ଏକ୍ସପ୍ରେସ, ହାଟିଆରୁ ଆନନ୍ଦ ବିହାର ଯାଉଥିବା ଝାଡ଼ଖଣ୍ଡ ସୁବର୍ଣ୍ଣ ଜୟନ୍ତୀ ଏକ୍ସପ୍ରେସ, ଝାଡଖଣ୍ଡ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ରାଞ୍ଚିରୁ ନୂଆଦିଲ୍ଲୀ, ହାୱାର-ଦିଗା ସୁପର ଫାଷ୍ଟ ଏକ୍ସପ୍ରେସ, ଶାଲିମାର-ବିଶାଖାପାଟନମ୍ ଏକ୍ସପ୍ରେସ, ଇସ୍ପାତ ଏକ୍ସପ୍ରେସ, ଆବା ଏକ୍ସପ୍ରେସ, ହାଟିଆ-ବାଙ୍ଗାଲୋର କ୍ୟାଣ୍ଟ ଏକ୍ସପ୍ରେସ, ସନ୍ତରାଗାଛି-ଜବଲପୁର ହମସଫର ଏକ୍ସପ୍ରେସ, ସନ୍ତରାଗାଛି-ଚେନ୍ନାଇ ସେଣ୍ଟ୍ରାଲ ଅନ୍ତ୍ୟୋଦୟ ଏକ୍ସପ୍ରେସ, ସନ୍ତରାଗାଛି-ଆନନ୍ଦ ବିହାର ସାପ୍ତାହିକ ଏକ୍ସପ୍ରେସ, ହାୱରା-ଶିରଡି ସାଇ ନଗର ଏକ୍ସପ୍ରେସ ଏବଂ ରାଞ୍ଚି-ହାୱରା ଇଣ୍ଟରସିଟି ଏକ୍ସପ୍ରେସ, ଟାଟା-ଅମୃତସର ଏକ୍ସପ୍ରେସ, ଟାଟା-ଅମୃତସର ଏକ୍ସପ୍ରେସ ତାୱି ଏକ୍ସପ୍ରେସ, ରାଞ୍ଚି-ମାଣ୍ଡୁୱାଡିହ ଏକ୍ସପ୍ରେସ, ରାଞ୍ଚି-ଅଜମେରଶରୀଫ ଗରିବ ନୱାଜ ଏକ୍ସପ୍ରେସ, ରାଞ୍ଚି-ସାସାରାମ ଏକ୍ସପ୍ରେସ ଏବଂ ହାଟିଆ-ପାଟନା ପାଟାଲିପୁତ୍ର ଏକ୍ସପ୍ରେସ ଆସନ୍ତା ସପ୍ତାହରୁ ସବୁଜ ସଙ୍କେତ ସହିତ ଚାଲିବାକୁ ଯାଉଛି ।