ତାମିଲନାଡୁରେ ବିଜେପିର ଆଶାକୁ ଝଟକା ଲାଗିଛି । ଏଠାରେ ୟୁପିଏ ସରକାର (UPA Govt) ଗଠନ ହେଉଥିବାର ନଜରକୁ ଆସୁଛି ।
Trending Photos
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ତାମିଲନାଡୁ ସମେତ ପାଞ୍ଚଟି ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ଟାଇମ୍ସ ନାଓ ଓ ସି-ଭୋଟର (Times Now-C-Voter opinion poll) ମିଶି ଓପିନିୟନ ପୋଲ୍ କରିଛନ୍ତି । ଓପିନିୟନ ପୋଲ୍ ଅନୁଯାୟୀ, ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (TMC), ତାମିଲନାଡୁରେ ୟୁପିଏ (UPA), ଆସାମ ଓ ପୁଡୁଚେରୀରେ ଏନଡିଏm (NDA) ଏବଂ କେରଳରେ ଏଲଡିଏଫ (LDF) ସରକାର ଗଠନ ହେବାର ଅନୁମାନ କରାଯାଇଛି । ଏହି ଓପିନିୟନ ପୋଲ୍ ଅନୁଯାୟୀ ପଶ୍ଚିମବଙ୍ଗରେ ବିଜେପି (BJP) ର ଦୃଢ଼ ପ୍ରଦର୍ଶନ ସତ୍ତ୍ୱେ ମମତା ବାନାର୍ଜୀ (Mamata Banerjee) ଙ୍କ ନେତୃତ୍ୱରେ ଟିଏମସି ପୁଣି ଥରେ କ୍ଷମତାକୁ ଫେରିବ । ଦଳ ରାଜ୍ୟର ୨୯୪ଟି ଆସନରୁ ୧୫୪ଟି ଆସନ ପାଇବ ବୋଲି ଆକଳନ କରାଯାଇଛି । ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ ୧୦୦ରୁ ଅଧିକ ଆସନ ଅତିକ୍ରମ କରୁଥିବା ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ:-ନିର୍ବାଚନ ପୂର୍ବରୁ ମମତାଙ୍କୁ ବଡ଼ ଝଟକା, ବିଜେପିରେ ସାମିଲ ହେଲେ ୫ ଟିଏମସି ବିଧାୟକ
ତାମିଲନାଡୁରେ ବିଜେପିର ଆଶାକୁ ଝଟକା ଲାଗିଛି । ଏଠାରେ ୟୁପିଏ ସରକାର (UPA Govt) ଗଠନ ହେଉଥିବାର ନଜରକୁ ଆସୁଛି । ଅନ୍ୟପକ୍ଷରେ ପୁଡୁଚେରୀରେ ଏନଡିଏ ସରକାର ଗଠନ ହେବ ବୋଲି ପୂର୍ବାନୁମାନ କରାଯାଇଛି । ଏଥି ସହିତ କେରଳରେ ସିଏମ ବିଜୟନଙ୍କ ନେତୃତ୍ୱରେ LDF ପୁନର୍ବାର କ୍ଷମତାକୁ ଫେରିପାରେ । ଆସାମରେ ପୁଣିଥରେ କ୍ଷମତାକୁ ଫେରିବ ଏନଡିଏ । ରାଜ୍ୟରେ ୧୨୬ଟି ଆସନ ମଧ୍ୟରୁ ଏନଡିଏ ୬୭ଟି ଆସନ ପାଇବ ବୋଲି ଆକଳନ କରାଯାଇଛି ।
ଅଧିକ ପଢ଼ନ୍ତୁ:-ମହାରାଷ୍ଟ୍ର-ଦିଲ୍ଲୀ ସମେତ ଏହି ୯ଟି ରାଜ୍ୟରେ ଦୁଇରୁ ତିନି ଗୁଣ ଯାଏ ବଢ଼ି ଯାଇଛି କୋରୋନାର ଡେଲି ରିପୋର୍ଟ
ପଶ୍ଚିମବଙ୍ଗ
ପଶ୍ଚିମବଙ୍ଗରେ ଏଥର ବିଜେପିକୁ ବହୁତ ଫାଇଦା ମିଳୁଥିବାର ନଜରକୁ ଆସୁଛି । ଗତ ନିର୍ବାଚନରେ ୩ଟି ଆସନ ଜିତିଥିବା ଗେରୁଆ ଦଳ ଏଥର ରାଜ୍ୟରେ ୧୦୦ ନମ୍ୱର ଅତିକ୍ରମ କରିପାରେ । ଗତଥର ତୁଳନାରେ ମମତାଙ୍କ ଦଳ ହାତରୁ ୫୭ଟି ଆସନ ଖସିବ ବୋଲି ଅନୁମାନ କରାଯାଉଛି । ଗତ ନିର୍ବାଚନରେ ମମତା ବାନାର୍ଜୀଙ୍କ ଟିଏମସି ୨୧୧ଟି ଆସନ ପାଇଥିଲା । ଏହି ସର୍ଭେରେ କଂଗ୍ରେସ-ବାମ ଦଳଗୁଡିକ ୩୩ଟି ଆସନ ପାଇବେ ବୋଲି ଆକଳନ କରାଯାଇଛି ।
କେରଳ
ସର୍ଭେ ଅନୁଯାୟୀ, ରାଜ୍ୟର ୧୪୦ଟି ଆସନ ମଧ୍ୟରୁ ବାମ ଦଳ ନେତୃତ୍ୱାଧୀନ ଏଲଡିଏଫ୍ (LDF) ୮୨ଟି ଆସନ ପାଇବ ବୋଲି ଆକଳନ କରାଯାଇଛି । ଏଥି ସହିତ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ (UDF) ୫୬ଟି ଆସନ ପାଇପାରେ । ସର୍ଭେରେ, ମୁଖ୍ୟମନ୍ତ୍ରୀ ପି ବିଜୟନ ଏବେ ମଧ୍ୟ ଲୋକଙ୍କ ପ୍ରଥମ ପସନ୍ଦ । କେରଳରେ ମଧ୍ୟ ବିଜେପିକୁ ବଡ଼ ଝଟକା ଲାଗିପାରେ । ଏଠାରେ ପାର୍ଟିକୁ କେବଳ ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡିପାରେ ।
ଅଧିକ ପଢ଼ନ୍ତୁ:-ବଦଳିଯିବ ଅଫିସର ନିୟମ: କର୍ମଚାରୀଙ୍କୁ ସପ୍ତାହରେ ୪ ଦିନ କରିବାକୁ ପଡିବ କାମ, ୩ ଦିନ ମିଳିବ ଛୁଟି!
ତାମିଲନାଡୁ
ତାମିଲନାଡୁରେ ଆମ୍ମା ପାର୍ଟି ଏଆଇଡିଏମକେ (AIDMK) ସହିତ ବିଜେପିର ଆଶା ଉପରେ ଜୋରଦାର ଝଟକା ଲାଗିପାରେ । ରାଜ୍ୟର ୨୩୪ଟି ଆସନ ମଧ୍ୟରୁ ୟୁପିଏ (ଡିଏମକେ (DMK)-କଂଗ୍ରେସ (Congress) +) ୧୫୮ଟି ଆସନ ପାଇବ ବୋଲି ଆକଳନ କରାଯାଇଛି । ଏଥିସହ ଏଆଇଡିଏମକେ-ବିଜେପି ମିଳିତ ମେଣ୍ଟର ଖାତାରେ ୬୫ଟି ଆସନ ଯିବ ବୋଲି ଆକଳନ କରାଯାଇଛି । ଏଠାରେ MNM କୁ ୫ଟି ଆସନ, AMMK କୁ ୩ଟି ଏବଂ ଅନ୍ୟକୁ ୩ଟି ଆସନ ମିଳିପାରେ ବୋଲି ଆକଳନ କରାଯାଇଛି ।
ଆସାମ
ଆସାମରେ ବିଜେପି ପାଇଁ ଖୁସି ଖବର ଅଛି । ଓପିନିୟନ ପୋଲ୍ ଅନୁଯାୟୀ, ଏନଡିଏ ପୁଣି ଥରେ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି । ଏଠାକାର ୧୨୬ଟି ଆସନ ମଧ୍ୟରୁ ୬୭ଟି ଆସନ ଏନଡିଏକୁ ମିଳିବ ବୋଲି ଆକଳନ କରାଯାଇଛି । ସେପଟେ ପୂର୍ବ ଅପେକ୍ଷା ଉନ୍ନତ ପ୍ରଦର୍ଶନ କରି UPA ୩୯ଟି ଆସନରୁ ବଢ଼ି ୫୭ଟି ଆସନ ପାଇପାରେ । ଅନ୍ୟମାନେ ଦୁଇଟି ଆସନ ପାଇବେ ବୋଲି ଆଶା କରାଯାଉଛି ।
ପୁଡୁଚେରୀ
ସର୍ଭେରେ, ପୁଡୁଚେରୀର ୩୦ଟି ବିଧାନସଭା ଆସନ ମଧ୍ୟରୁ ଏନଡିଏ ୧୬ରୁ ୨୦ଟି ଆସନ ପାଇବ ବୋଲି ଆକଳନ କରାଯାଇଛି । ଏଥିସହିତ ୟୁପିଏ ୧୩ଟି ଆସନ ପାଇବ ବୋଲି କୁହାଯାଇଛି । ଏପ୍ରିଲ ୬ରେ ପୁଡୁଚେରୀରେ ମତଦାନ ହେବ ।
ସେପଟେ ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ଆଠଟି ପର୍ଯ୍ୟାୟରେ ମତଦାନ ହେବ । ଏଥି ସହିତ ତାମିଲନାଡୁ ଓ କେରଳରେ ନିର୍ବାଚନ ମଧ୍ୟ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଆସାମରେ ମାର୍ଚ୍ଚ ୨୭, ଏପ୍ରିଲ ୧ ଏବଂ ଏପ୍ରିଲ ୬ରେ ତିନୋଟି ପର୍ଯ୍ୟାୟରେ ମତଦାନ ହେବ । ସମସ୍ତ ରାଜ୍ୟରେ ମେ ୨ରେ ଭୋଟ୍ ଗଣନା ପରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।