Indian Railways: ସପ୍ତାହରେ ଚାରି ଦିନ ଚାଲୁଥିବା ଗରୀବ ରଥ ସ୍ୱତନ୍ତ୍ର ଟ୍ରେନ୍ ମାର୍ଚ୍ଚ ୨୨ରୁ ଆଗାମୀ ସୂଚନା ପର୍ଯ୍ୟନ୍ତ ଦିଲ୍ଲୀ ସରାଇ ରୋହିଲ୍ଲାରୁ ପ୍ରତ୍ୟେକ ସୋମବାର, ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ ସକାଳ ୦୮.୫୫ରେ ପ୍ରସ୍ଥାନ କରି ପରଦିନ ସକାଳ ୦୭.୩୫ରେ ବାନ୍ଦ୍ରା ଟର୍ମିନାଲରେ ପହଞ୍ଚିବ ।
Trending Photos
ନୂଆଦିଲ୍ଲୀ: Indian Railways: ଯାତ୍ରୀମାନଙ୍କ ବଢୁଥିବା ଭିଡ଼କୁ ଧ୍ୟାନରେ ରଖି ରେଳବାଇ (Indian Railways) ମୁମ୍ବାଇ ଓ ଥିରୁବନନ୍ତପୁରମ୍ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଘୋଷଣା କରିଛି । ଏହା ହୋଲି (Holi) ଏବଂ ଏହା ପରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ସୁବିଧା ହେବ । ଅଧିକାରୀମାନେ କହିଛନ୍ତି ଯେ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ରୁଟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଯାଉଛି ।
ଅଧିକ ପଢ଼ନ୍ତୁ:-କୋରୋନା ଯୋଗୁଁ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଲା ଏହି ରାଜ୍ୟ
ବାନ୍ଦ୍ରା ଟର୍ମିନାଲ୍ - ଦିଲ୍ଲୀ ସରାଇ ରୋହିଲ୍ଲା ଗରୀବ ରଥ (02215/02216)
ସପ୍ତାହରେ ଚାରି ଦିନ ଚାଲୁଥିବା ଗରୀବ ରଥ ସ୍ୱତନ୍ତ୍ର ଟ୍ରେନ୍ ମାର୍ଚ୍ଚ ୨୨ରୁ ଆଗାମୀ ସୂଚନା ପର୍ଯ୍ୟନ୍ତ ଦିଲ୍ଲୀ ସରାଇ ରୋହିଲ୍ଲାରୁ ପ୍ରତ୍ୟେକ ସୋମବାର, ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ ସକାଳ ୦୮.୫୫ରେ ପ୍ରସ୍ଥାନ କରି ପରଦିନ ସକାଳ ୦୭.୩୫ରେ ବାନ୍ଦ୍ରା ଟର୍ମିନାଲରେ ପହଞ୍ଚିବ । ପ୍ରତ୍ୟାବର୍ତ୍ତନ ଦିଗରେ ପ୍ରତ୍ୟେକ ମଙ୍ଗଳବାର, ବୁଧବାର, ଶୁକ୍ରବାର ଏବଂ ରବିବାର ବାନ୍ଦ୍ରା ଟର୍ମିନାଲରୁ ମାର୍ଚ୍ଚ ୨୩ରେ ମଧ୍ୟାହ୍ନ ୧୨ଟାରେ ଛାଡି ପରଦିନ ସକାଳ ୧୧ଟାରେ ଦିଲ୍ଲୀ ସରାଇ ରୋହିଲ୍ଲାରେ ପହଞ୍ଚିବ । ମାର୍ଗରେ ଏହା ବୋରିଭଲୀ, ସୁରଟ, ଭରୁଚ, ଭଡୋଦରା, ଅହମ୍ମଦାବାଦ, ଗାନ୍ଧୀନଗର ରାଜଧାନୀ, ପଲାନପୁର, ଆବୁ ରୋଡ, ଫାଲନା, ଅଜମେର, ଜୟପୁର, ଅଲୱାର, ରେୱାରୀ, ଗୁରୁଗ୍ରାମ ଏବଂ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଷ୍ଟେସନରେ ଉଭୟ ଦିଗରେ ରହିବ ।
ଅଧିକ ପଢ଼ନ୍ତୁ:-ଯେଉଁଠାରେ ଯାତ୍ରୀ ଦେଖାଇବେ ହାତ, ଡ୍ରାଇଭରଙ୍କୁ ସେଠାରେ ରୋକିବାକୁ ହେବ ବସ୍
ଥିରୁବନନ୍ତପୁରମ୍ ସେଣ୍ଟ୍ରାଲ୍-ହଜରତ ନିଜାମୁଦ୍ଦିନ ସ୍ୱତନ୍ତ୍ର (06001/06002)
ସପ୍ତାହରେ ଗୋଟିଏ ଦିନ ଚାଲୁଥିବା ଏହି ସ୍ୱତନ୍ତ୍ର ଟ୍ରେନ୍ ପ୍ରତ୍ୟେକ ବୁଧବାର ଦିନ ୨.୩୦ରେ ତିରୁବନନ୍ତପୁରମ୍ ସେଣ୍ଟ୍ରାଲରୁ ଛାଡି ତୃତୀୟ ଦିନ ରାତି ୧୨.୩୦ରେ ହଜରତ ନିଜାମୁଦ୍ଦିନରେ ପହଞ୍ଚିବ । ଏପ୍ରିଲ୍ ୯ରୁ ପ୍ରତ୍ୟାବର୍ତ୍ତନ ଦିଗରେ ହଜରତ ନିଜାମୁଦ୍ଦିନରୁ ପ୍ରତ୍ୟେକ ଶୁକ୍ରବାର ରାତ୍ରୀ ୧୦.୧୫ରେ ଛାଡି ତୃତୀୟ ଦିନ ତିରୁବନନ୍ତପୁରମ୍ ସେଣ୍ଟ୍ରାଲରେ ପହଞ୍ଚିବେ ।
ମାର୍ଗରେ ଏହା କୋଲାମ, କାୟାନକୁଲମ୍, ଆଲାପୁଜା, ଏର୍ଣ୍ଣାକୁଲମ୍, ଆଲୁଭା, ତ୍ରୀଶୂର, ଶୋରାନୁର, କୋଜିକୋଡେ, କନ୍ନୁର, କାସାରାଗୋଡ, ମାଙ୍ଗାଲୁରୁ, ଉଦଦିପି, କରୱାର, ମାଡଗାଓଁ, ପେଡନେ, ସିନ୍ଧୁଦର୍ଗ, ରତ୍ନାଗିରି, ଚିପ୍ଲୁନ୍, ପନଭେଲ, ଲସଇ ରୋଡ, ସୁରଟ, ବଡୋଦରା, ରତନାମ, କୋଟା, ସବାଇ ମାଧୋପୁର, ଭରତପୁର ଏବଂ ମଥୁରା ଷ୍ଟେସନରେ ରହିବ ।