ଉତ୍ତର ରେଳ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି । ଉତ୍ତର ରେଳ ସୂଚନା ଦେଇଛି ଯେ ଅନେକ ନୂତନ ସ୍ୱତନ୍ତ୍ର ଟ୍ରେନ୍ ଚଳାଇ ଯାଉଛି ଏବଂ ପ୍ରଥମେ ଚାଲୁଥିବା ଟ୍ରେନ୍ ବର୍ତ୍ତମାନ ସପ୍ତାହରେ ଚାରି ଦିନ ବଦଳରେ ପ୍ରତିଦିନ ଚଳାଚଳ କରିବ ।
Trending Photos
ନୂଆଦିଲ୍ଲୀ: ଯାତ୍ରୀମାନଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ (Indian Railways) ଦ୍ୱାରା ସ୍ୱତନ୍ତ୍ର ଟ୍ରେନ୍ ସଞ୍ଚାଳନ କରାଯାଉଛି । ଅନେକ ସ୍ୱତନ୍ତ୍ର ଟ୍ରେନ୍ (Special Trains) ଚଲାଯାଇଛି ଏବଂ ଅନେକ ନୂତନ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ଯୋଜନା କରାଯାଇଛି । ଏଭଳି ପରିସ୍ଥିତିରେ ଉତ୍ତର ରେଳବାଇ (Northern Railway) ସୋମବାର ମଧ୍ୟ ନୂତନ ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ କରିବାକୁ ଘୋଷଣା (New Special Trains announced) କରିଛି । ଉତ୍ତର ରେଳ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି । ଉତ୍ତର ରେଳ ସୂଚନା ଦେଇଛି ଯେ ଅନେକ ନୂତନ ସ୍ୱତନ୍ତ୍ର ଟ୍ରେନ୍ ଚଳାଇ ଯାଉଛି ଏବଂ ପ୍ରଥମେ ଚାଲୁଥିବା ଟ୍ରେନ୍ ବର୍ତ୍ତମାନ ସପ୍ତାହରେ ଚାରି ଦିନ ବଦଳରେ ପ୍ରତିଦିନ ଚଳାଚଳ କରିବ ।
ଅଧିକ ପଢ଼ନ୍ତୁ:-କୋରୋନା ଭୂତାଣୁକୁ ନେଇ ବଡ଼ ଖୁଲାସା କଲା WHO
ନୂତନ ସ୍ୱତନ୍ତ୍ର ଟ୍ରେନର ଟାଇମିଂ (New Special Trains Schedule)
୧. 09269/09270 ପୋରବନ୍ଦର-ମୁଜାଫରପୁର-ପୋରବନ୍ଦର ସ୍ୱତନ୍ତ୍ର ଟ୍ରେନ୍ (ସପ୍ତାହରେ ୨ ଦିନ)
ଟ୍ରେନ୍ ନଂ 09269 ପୋରବନ୍ଦର-ମୁଜାଫରପୁର (ସପ୍ତାହରେ ୨ ଦିନ) ସ୍ୱତନ୍ତ୍ର ଟ୍ରେନ୍ ଜାନୁଆରୀ ୨୧ରୁ ଅଗ୍ରୀମ ସୂଚନା ଯାଏ ପ୍ରତ୍ୟେକ ଗୁରୁବାର ଓ ଶୁକ୍ରବାର ପୋରବନ୍ଦରରୁ ସନ୍ଧ୍ୟା ୦୭,୪୦ରେ ପ୍ରସ୍ତାନ କରି ତୃତୀୟ ଦିନ ସନ୍ଧ୍ୟା ୦୬.୦୯ରେ ମୁଜାଫରପୁରରେ ପହଞ୍ଚିବ । ପ୍ରତ୍ୟାବର୍ତ୍ତନ ଦିଗରେ ଟ୍ରେନ୍ ନମ୍ବର 09270 ମୁଜାଫରପୁର-ପୋରବନ୍ଦର (ସପ୍ତାହରେ ୨ ଦିନ) ସ୍ୱତନ୍ତ୍ର ଟ୍ରେନ୍ ଜାନୁଆରୀ ୨୪ରୁ ଅଗ୍ରୀମ ସୂଚନା ପର୍ଯ୍ୟନ୍ତ ମୁଜାଫରପୁରରୁ ପ୍ରତ୍ୟେକ ରବିବାର ଓ ସୋମବାର ଦିନ ୦୩.୧୫ରେ ଛାଡି ତୃତୀୟ ଦିନ ଅପରାହ୍ନ ୦୩.୪୫ରେ ପୋରବନ୍ଦରରେ ପହଞ୍ଚିବ ।
ଏହି ସ୍ୱତନ୍ତ୍ର ଟ୍ରେନ୍ ଜାମନଗର, ହାପା, ରାଜକୋଟ, ବିକାନେର, ସୁରେନ୍ଦ୍ରନଗର, ବିରମଗାଓଁ, ଅମ୍ବାରି ରୋଡ୍, ପାଲନପୁର, ଅବୁରୋଡ, ମାରୱାଡ ଜଂ, ବେୱାର, ଅଜମେର, ଜୟପୁର, ବାନ୍ଦିକୁଇ, ଅଲୱାର, ରେୱାରୀ, ଗୁରୁଗାଓଁ, ଦିଲ୍ଲୀ ସରାଇ ରୋହିଲ୍ଲା , ମୁରାଦାବାଦ, ବରେଲି, ଶାହାଜାହାନପୁର, ଲକ୍ଷ୍ନୌ, ଗୋଣ୍ଡା, ଗୋରଖପୁର, ସିସୱା ବଜାର, ବାଗାହା, ନାରକଟିୟଗଞ୍ଜ, ବେତିୟା, ସୁଗୁଲି, ବାପୁଧାମ, ମୋତିହାରୀ, ଚାକିଆ ଏବଂ ମହାସି ଷ୍ଟେସନରେ ଉଭୟ ଦିଗରେ ଅଟକିବ ।
ଅଧିକ ପଢ଼ନ୍ତୁ:-ବାଇଡେନଙ୍କ ଟିମର ଏହି ପାକିସ୍ତାନୀ ଅଧିକାରୀ ବଢ଼ାଇବେ ଭାରତର ସମସ୍ୟା!
୨. 05114/05113 ଛପରା କଚେରୀ-ଗୋମତି ନଗର ସ୍ୱତନ୍ତ୍ର ଟ୍ରେନ୍ (ଦୈନିକ)
ଟ୍ରେନ୍ ନମ୍ବର 05114 ଛପରା କଚେରୀ-ଗୋମତି ନଗର (ଦୈନିକ) ସ୍ୱତନ୍ତ୍ର ଟ୍ରେନ୍ ଜାନୁଆରୀ ୨୭ରୁ ଅଗ୍ରୀମ ସୂଚନା ପର୍ଯ୍ୟନ୍ତ ଛପରା କଚେରୀରୁ ସନ୍ଧ୍ୟା ୦୭.୨୦ରେ ପ୍ରସ୍ଥାନ କରି ପରଦିନ ସକାଳ ୦୬.୩୫ରେ ଗୋମତି ନଗରରେ ପହଞ୍ଚିବ । ପ୍ରତ୍ୟାବର୍ତ୍ତନ ଦିଗରେ ଟ୍ରେନ୍ ନମ୍ବର 05113 ଗୋମତି ନଗର-ଛପରା କଚେରୀ (ଦୈନିକ) ସ୍ୱତନ୍ତ୍ର ଟ୍ରେନ୍ ଜାନୁଆରୀ ୨୮ରୁ ଅଗ୍ରୀମ ସୂଚନା ପର୍ଯ୍ୟନ୍ତ ଗୋମତି ନଗରରୁ ରାତି ୦୯.୧୦ରେ ପ୍ରସ୍ଥାନ କରି ପରଦିନ ସକାଳ ୦୮.୪୦ରେ ଛପରା କଚେରୀରେ ପହଞ୍ଚିବ ।
ମାର୍ଗରେ ଏହି ସ୍ୱତନ୍ତ୍ର ଟ୍ରେନ୍ ମାର୍ହୋରା, ମସରକ୍, ଡିଗୱାହ ଦୁବୌଲି, ଗୋପାଳଗଞ୍ଜ, ଥାୱେ, ତାମ୍କୁହି ରୋଡ୍, ଧୁଦହୀ, ପାଦରୌନା, ରାମକୋଲା (05114 ର ଗୋଟିଏ ରାସ୍ତା), କପ୍ତାନଙ୍ଗଞ୍ଜ, ଗୋରଖପୁର, ବସ୍ତି, ମନକାପୁର, ଗୋଣ୍ଡା ଏବଂ ବାରାବାଙ୍କି ଷ୍ଟେସନରେ ଅଟକିବ ।
ଅଧିକ ପଢ଼ନ୍ତୁ:-ସିନ୍ଧିଆଙ୍କୁ 'ଠକି' ଦେଇଛି କି ବିଜେପି?
୩. 09731/09732 ଜୟପୁର-ଦିଲ୍ଲୀ ସରାଇ ରୋହିଲ୍ଲା-ଜୟପୁର ସ୍ୱତନ୍ତ୍ର ଟ୍ରେନ୍ (ଦୈନିକ)
ଟ୍ରେନ୍ ନଂ 09731 ଜୟପୁର-ଦିଲ୍ଲୀ ସରାଇ ରୋହିଲ୍ଲା (ଦୈନିକ) ସ୍ୱତନ୍ତ୍ର ଟ୍ରେନ୍ ତୁରନ୍ତ ପ୍ରଭାବ ସହିତ ଜାନୁଆରୀ ୩୧ ଯାଏ ଜୟପୁରରୁ ସକାଳ ୦୭.୩୫ ମିନିଟରେ ପ୍ରସ୍ଥାନ କରି ସେହି ଦିନ ମଧ୍ୟାହ୍ନ ୦୧.୪୫ ମିନିଟରେ ଦିଲ୍ଲୀ ସରାଇ ରୋହିଲ୍ଲାରେ ପହଞ୍ଚିବ । ପ୍ରତ୍ୟାବର୍ତ୍ତନ ଦିଗରେ ଟ୍ରେନ୍ ନଂ 09732 ଦିଲ୍ଲୀ ସରାଇ ରୋହିଲ୍ଲା-ଜୟପୁର (ଦୈନିକ) ସ୍ୱତନ୍ତ୍ର ଟ୍ରେନ୍ ତତ୍କାଳ ପ୍ରଭାବରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଦିଲ୍ଲୀ ସରାଇ ରୋହିଲ୍ଲାରୁ ଅପରାହ୍ନ ୦୨.୪୫ରେ ଛାଡି ସେହି ଦିନ ରାତି ୦୮.୨୦ରେ ଜୟପୁରରେ ପହଞ୍ଚିବ ।
ମାର୍ଗରେ ଏହି ସ୍ୱତନ୍ତ୍ର ଟ୍ରେନ୍ ଗାନ୍ଧୀନଗର ଜୟପୁର, ଗାଟୋର, ଡାଉସା, ବାନ୍ଦୀକୁଇ, ଅଲୱାର, ରେୱାରୀ, ଗୁରୁଗାଓଁ ଏବଂ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଷ୍ଟେସନରେ ଅଟକିବ ।
ଅଧିକ ପଢ଼ନ୍ତୁ:-ତାମିଲନାଡୁରେ ହେବ କ୍ଷମତା ପରିବର୍ତ୍ତନ, ଏଥର DMK-କଂଗ୍ରେସର ମେଣ୍ଟ ସରକାର: ସର୍ଭେ
୪. 04727/04728 ଶ୍ରୀଗଙ୍ଗାନଗର-ଦିଲ୍ଲୀ ଜଂ-ଶ୍ରୀଗଙ୍ଗନଗର ସ୍ୱତନ୍ତ୍ର ଟ୍ରେନ୍ (ଦୈନିକ)
04727/04728 ଶ୍ରୀଗଙ୍ଗନଗର-ତିଲକ ବ୍ରିଜ୍-ଶ୍ରୀଗଙ୍ଗନଗର (ଦୈନିକ) ସ୍ୱତନ୍ତ୍ର ଟ୍ରେନ ତୁରନ୍ତ ପ୍ରଭାବ ସହିତ ତିଲକ ବ୍ରିଜ୍ ପରିବର୍ତ୍ତେ ଦିଲ୍ଲୀ ଜଂରୁ ଯାତ୍ରା ଆରମ୍ଭ / ଶେଷ କରିବ । ଟ୍ରେନ୍ ନମ୍ବର 04727 ଶ୍ରୀଗଙ୍ଗନଗର-ଦିଲ୍ଲୀ ଜଂ (ଦୈନିକ) ସ୍ୱତନ୍ତ୍ର ଟ୍ରେନ୍ ତୁରନ୍ତ ପ୍ରଭାବ ସହିତ ରାତି ୦୮.୩୦ରେ ଶ୍ରୀଗଙ୍ଗନଗରୁ ଛାଡି ପରଦିନ ସକାଳ ୦୮.୪୫ରେ ଦିଲ୍ଲୀ ଜଂରେ ପହଞ୍ଚିବ । ପ୍ରତ୍ୟାବର୍ତ୍ତନ ଦିଗରେ ଟ୍ରେନ୍ ନଂ 04728 ଦିଲ୍ଲୀ ଜଂ-ଶ୍ରୀଗଙ୍ଗାନଗର (ଦୈନିକ) ସ୍ୱତନ୍ତ୍ର ଟ୍ରେନ୍ ତୁରନ୍ତ ପ୍ରଭାବ ସହିତ ଦିଲ୍ଲୀ ଜଂରୁ ସନ୍ଧ୍ୟା ୦୬.୦୦ରେ ଛାଡି ପରଦିନ ସକାଳ ୦୫.୫୦ରେ ଶ୍ରୀଗଙ୍ଗନଗରରେ ପହଞ୍ଚିବ ।