ଏହି ଭିଡିଓରେ ଦେଖାଯାଇଛି ଯେ ୱୁହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ବୈଜ୍ଞାନିକମାନେ ବାଦୁଡିଙ୍କ ନମୁନା ନେବାବେଳେ ଅବହେଳା କରିଥିଲେ । ଏହି କାରଣରୁ ସେମାନେ ବାଦୁଡ଼ିଙ୍କ ଶିକାର ହୋଇଥିଲେ ।
Trending Photos
ବେଜିଂ: ଚୀନର ୱୁହାନ ଗସ୍ତ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ଟିମ୍ କୋରୋନା ଭୂତାଣୁ ଉପରେ ଏକ ବଡ଼ ଖୁଲାସା କରିଛି । ୱୁହାନ ଲ୍ୟାବ (Wuhan Lab) ର ବୈଜ୍ଞାନିକମାନେ WHO ଆଗରେ ସ୍ୱୀକାର କରିଛନ୍ତି ଯେ ରହସ୍ୟମୟ ଗୁମ୍ଫାର ନମୁନା ନେବାବେଳେ ସେମାନଙ୍କୁ କିଛି ବାଦୁଡ଼ି କାମୁଡିଥିଲେ । ଚାଇନାର ବୈଜ୍ଞାନିକଙ୍କ ଦାୟିତ୍ୱହୀନତାକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଏହାର ଖୁଲାସା ହୋଇଛି । ଉଲ୍ଲେଖନୀୟ କଥା ହେଉଛି, ଗତ ବର୍ଷ ବିଶ୍ୱକୁ ସଙ୍କଟରେ ପକାଇ ଥିବା ବୈଶ୍ୱିକ କୋରୋନା ମହାମାରୀ (Coronavirus Epidemic) ଚୀନ୍ର ୱୁହାନରୁ ଆରମ୍ଭ ହୋଇଥିଲା । ତା’ପରେ ଚାଇନାର ୱୁହାନ୍ ସହର ଚର୍ଚ୍ଚାରେ ଆସିଥିଲା । ଚୀନ ଉପରେ ଅଭିଯୋଗ ଲାଗିଆସୁଛି ଯେ ସେ ଦୁନିଆକୁ ଏହି ମହାମାରୀ ବିଷୟରେ ଲୁଚାଇ ରଖିଥିଲା ।
ଅଧିକ ପଢ଼ନ୍ତୁ:-ବାଇଡେନଙ୍କ ଟିମର ଏହି ପାକିସ୍ତାନୀ ଅଧିକାରୀ ବଢ଼ାଇବେ ଭାରତର ସମସ୍ୟା
ଏହି ଭିଡିଓରେ ଦେଖାଯାଇଛି ଯେ ୱୁହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ବୈଜ୍ଞାନିକମାନେ ବାଦୁଡିଙ୍କ ନମୁନା ନେବାବେଳେ ଅବହେଳା କରିଥିଲେ । ଏହି କାରଣରୁ ସେମାନେ ବାଦୁଡ଼ିଙ୍କ ଶିକାର ହୋଇଥିଲେ । ଏହି ଗୁମ୍ଫାରେ ଚାଇନାର ବୈଜ୍ଞାନିକମାନେ ନମୁନା ନେଇଥିଲେ । ବାଦୁଡ଼ିର ଏହି ଗୁମ୍ଫାକୁ କୋରୋନା ଭୂତାଣୁ ସଂକ୍ରମିତ ବାଦୁଡ଼ିଙ୍କ ଗଡ଼ ଭାବରେ ଜଣାଶୁଣା । ତାଇୱାନ ନ୍ୟୁଜ୍ ଅନୁଯାୟୀ, ଡିସେମ୍ବର ୨୯, ୨୦୧୭ରେ ଚାଇନାର ଏକ ସରକାରୀ ଟିଭି ଚ୍ୟାନେଲ ଏହି ଭିଡିଓ ଜାରି କରିଥିଲା । ଏଥିରେ ଚାଇନାର ବ୍ୟାଟ୍ ୱେମ୍ୟାନ୍ ଭାବରେ ଜଣାଶୁଣା ସି ଝେଙ୍ଗଲି ଏବଂ ତାଙ୍କ ଦଳ ସାର୍ସ (SARS) ର ଉତ୍ପତ୍ତି ଆବିଷ୍କାର କରିବାକୁ ବାହାରିଥିଲେ ।
ଅଧିକ ପଢ଼ନ୍ତୁ:-ସିନ୍ଧିଆଙ୍କୁ 'ଠକି' ଦେଇଛି କି ବିଜେପି?
ସେ ଜାଣିଥିଲେ ଯେ ଗୁମ୍ଫାରେ ଥିବା ବାଦୁଡ଼ିଗୁଡ଼ିକ ବିପଜ୍ଜନକ ଏବଂ ସଂକ୍ରାମକ ବୋଲି ପ୍ରମାଣିତ ହୋଇପାରେ । ଭିଡିଓରେ ବୈଜ୍ଞାନିକମାନେ ସୁରକ୍ଷା ମାନନକୁ ଅଣଦେଖା କରି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିବ । ୱୁହାନ୍ ଲ୍ୟାବର କିଛି ବୈଜ୍ଞାନିକ ଟି-ସାର୍ଟ ପିନ୍ଧିଥିବାବେଳେ କେତେକ ବାଦୁଡ଼ିକୁ ଧରିଥିବାର ନଜର ଆସିଛନ୍ତି । ଏହି କାରଣରୁ ଦଳର ଜଣେ ସଦସ୍ୟଙ୍କୁ ବାଦୁଡ଼ି କାମୁଡ଼ିଥିଲା ।
ଅଧିକ ପଢ଼ନ୍ତୁ:-ତାମିଲନାଡୁରେ ହେବ କ୍ଷମତା ପରିବର୍ତ୍ତନ, ଏଥର DMK-କଂଗ୍ରେସର ମେଣ୍ଟ ସରକାର: ସର୍ଭେ
ସୂଚନାଯୋଗ୍ୟ, କୋରୋନାର ଉତ୍ପତ୍ତି କେଉଁଠାରୁ ହୋଇଥଲା, ଏହି ଭାଇରସ୍ କେଉଁଠୁ ଆସିଲା? ଏହାର ଅନୁସନ୍ଧାନ ପାଇଁ WHO ବିଶେଷଜ୍ଞ ଦଳ ପୁଣିଥରେ ଚୀନ୍ ଗସ୍ତ କରିବେ । ଜାନୁଆରୀ ୧୧ରେ ଚୀନ୍ ଏହି ସୂଚନା ଦେଇଛି । ଚୀନ୍ କହିଛି ଯେ WHO ର ବିଶେଷଜ୍ଞ ଦଳ ଜାନୁଆରୀ ୧୪ରୁ କୋରୋନା ଯାଞ୍ଚ ପାଇଁ ଗସ୍ତ କରିବେ । WHO ର ବିଶେଷଜ୍ଞ ଦଳ ଚାଇନାରେ କୋରୋନା ସହ ଜଡିତ ଆବଶ୍ୟକ ତଥ୍ୟ ଏବଂ ପ୍ରମାଣ ସଂଗ୍ରହ କରିବେ ।