ଟିକେଟ୍ କାଉଣ୍ଟରରେ ଭିଡ଼କୁ ହ୍ରାସ କରିବାକୁ ରେଳବାଇ ପୁଣି ଥରେ UTS ମୋବାଇଲ୍ ଆପ୍ ଲଞ୍ଚ କରିଛି । ରେଳ ଯାତ୍ରୀମାନେ କେବଳ ଏହି ମୋବାଇଲ୍ ଆପ୍ ମାଧ୍ୟମରେ ଜନରଲ ଟିକେଟ୍ ଓ ପ୍ଲାଟଫର୍ମ ଟିକେଟ୍ କିଣିପାରିବେ । ଏଥିପାଇଁ ସେମାନଙ୍କୁ ଧାଡ଼ିରେ ଲାଗିବାକୁ ପଡ଼ିବ ନାହିଁ ।
Trending Photos
ନୂଆଦିଲ୍ଲୀ: ଦେଶରେ କୋରୋନା ଟିକାକରଣ ଆରମ୍ଭ ହେବା ସହିତ ଭାରତୀୟ ରେଲୱେ (Indian Railways) ଯାତ୍ରୀ ସୁବିଧା ବିସ୍ତାର ଉପରେ ମଧ୍ୟ ଗୁରୁତ୍ୱ ଦେଉଛି । ଟ୍ରେନ୍ ସେବାର ବିସ୍ତାର, ଇ-କ୍ୟାଟରିଂ ସୁବିଧା (E-Catering Facility) ସହିତ ରେଳବାଇ ବର୍ତ୍ତମାନ ଯାତ୍ରୀମାନଙ୍କୁ ଆଉ ଏକ ପ୍ରମୁଖ ରିହାତି ପ୍ରଦାନ କରିଛି । ଅଣସଂରକ୍ଷିତ ଟିକେଟ୍ ବୁକ୍ କରିବା ପାଇଁ ରେଳମନ୍ତ୍ରୀ ପୀୟୁଷ ଗୋୟଲ (Railway Minister Piyush Goyal) ପୁଣି ଥରେ UTS ମୋବାଇଲ୍ ଆପ୍ ଆରମ୍ଭ କରିଛନ୍ତି । ଟିକେଟ୍ କାଉଣ୍ଟରରେ ଭିଡ଼କୁ ହ୍ରାସ କରିବାକୁ ରେଳବାଇ ଏହି ସୁବିଧା ଆରମ୍ଭ କରିଛି । ରେଳମନ୍ତ୍ରୀ ଗୋୟଲ ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ଫେବୃଆରୀ ୧ରୁ ପୁଣି ଆରମ୍ଭ ହେଉଛି ଏହି ସେବା
ଟିକେଟ୍ କାଉଣ୍ଟରରେ ଭିଡ଼କୁ ହ୍ରାସ କରିବାକୁ ରେଳବାଇ ପୁଣି ଥରେ UTS ମୋବାଇଲ୍ ଆପ୍ ଲଞ୍ଚ କରିଛି । ରେଳ ଯାତ୍ରୀମାନେ କେବଳ ଏହି ମୋବାଇଲ୍ ଆପ୍ ମାଧ୍ୟମରେ ଜନରଲ ଟିକେଟ୍ ଓ ପ୍ଲାଟଫର୍ମ ଟିକେଟ୍ କିଣିପାରିବେ । ଏଥିପାଇଁ ସେମାନଙ୍କୁ ଧାଡ଼ିରେ ଲାଗିବାକୁ ପଡ଼ିବ ନାହିଁ ।
ଅଧିକ ପଢ଼ନ୍ତୁ:-ଜାଣନ୍ତୁ କେବେ ବଢ଼ିବ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା, ବଜେଟରେ...
ଆପଣ ଏହିପରି ଟିକେଟ୍ ବୁକ୍ କରିପାରିବେ
- ଗୁଗୁଲ୍ ପ୍ଲେଷ୍ଟୋରରୁ UTS ଆପ୍ ଡାଉନଲୋଡ୍ କରନ୍ତୁ ।
-ଏହା ପରେ ଆପଣଙ୍କର ନାମ, ମୋବାଇଲ୍ ନମ୍ବର, ID କାର୍ଡ ନମ୍ବର ଦାଖଲ କରନ୍ତୁ ।
- ବର୍ତ୍ତମାନ ଆପଣଙ୍କୁ ପଞ୍ଜିକରଣ କରିବାକୁ ପଡିବ ।
- ପଞ୍ଜୀକରଣ କରିବା ସମୟରେ ଆପଣଙ୍କର ମୋବାଇଲ୍ ନମ୍ବରରେ ଏକ OTP ଆସିବ ।
- ଏହା ପରେ ଆପଣ ସାଇନ୍ ଅପ୍ କରିପାରିବେ ।
- ID ଓ ପାସୱାର୍ଡ ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଆସିବ ।
- ଆପଣ ପରେ UTS ଲଗ୍ ଇନ୍ କରିପାରିବେ ।
ଷ୍ଟେସନଠାରୁ ୫ କିମି ଦୂରତା ମଧ୍ୟରେ ଟିକେଟ ବୁକ୍ କରାଯାଇହେବ
ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର! ଏହି ମାସରୁ ଚାଲିବ ୩୨ଟି ନୂଆ ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍
ସୂଚନାଯୋଗ୍ୟ, ଏହି ଆପ୍ ଉଭୟ ଆଣ୍ଡ୍ରଏଡ୍ ଓ ଆଇଫୋନରେ କାମ କରେ । ଏହି ଆପ୍ ବ୍ୟବହାର କରିବାକୁ ଆପଣଙ୍କୁ ଜିପିଏସ୍ ଟର୍ନ୍ ଅନ୍ କରିବାକୁ ପଡିବ ଏବଂ ଷ୍ଟେସନ ଠାରୁ ପ୍ରାୟ ୫ କିଲୋମିଟର ଦୂରତା ମଧ୍ୟରେ ଟିକେଟ୍ ବୁକ୍ କରିପାରିବେ । ଏଥିରେ ମଧ୍ୟ PNR ନମ୍ବର ଯାତ୍ରୀମାନଙ୍କୁ ଦିଆଯିବ । ଯେଉଁଥିରେ ଯାତ୍ରୀମାନେ ଗୋଟିଏ PNR ରେ ସର୍ବାଧିକ ୪ଟି ଟିକେଟ୍ ବୁକ୍ କରିପାରିବେ । ଆପଣ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ପେଟିଏମ୍ ଇତ୍ୟାଦି ଦ୍ୱାରା ଟିକେଟ୍ ପାଇଁ ଦେୟ ଦେବାକୁ ସମର୍ଥ ହେବେ ।
ରେଳମନ୍ତ୍ରୀ ପୀୟୁଷ ଗୋୟଲ ଟ୍ୱିଟ୍ କରିଛନ୍ତି ଯେ, ବର୍ତ୍ତମାନ ଆପଣ ଜେନରଲ ଟିକେଟ୍ ବୁକ୍ କରିବା ପାଇଁ UTS ଆପ୍ ବ୍ୟବହାର କରିପାରିବେ । ଚେନ୍ନାଇ ଉପନଗରୀୟ ଟର୍ମିନାସ୍-ଥିରୁବଲ୍ଲୁର, ରାୟପୁରମ୍-ଗୁମ୍ମିଦିପୋଣ୍ଡି, ଚେନ୍ନାଇ ବିଚ୍-ଚେଙ୍ଗାଲପାଟ୍ଟୁ ଏବଂ ଚେନ୍ନାଇ ବିଚ୍-ଭେଲାଚେରୀ କ୍ଷେତ୍ରରେ ଏହି ସେବା ଉପଲବ୍ଧ ହେବ ।