ଜାଣନ୍ତୁ କେବେ ବଢ଼ିବ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା, ବଜେଟରେ...
Advertisement
Article Detail0/zeeodisha/odisha841112

ଜାଣନ୍ତୁ କେବେ ବଢ଼ିବ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା, ବଜେଟରେ...

୨୦୨୧ ବଜେଟରୁ କେନ୍ଦ୍ର କର୍ମଚାରୀ (Central Government Employees) ମାନେ ଆଶା କରୁଥିଲେ ଯେ ସରକାର ସେମାନଙ୍କ ଦାବି ଶୁଣିବା ପରେ ସେମାନଙ୍କୁ ଉପହାର ପ୍ରଦାନ କରିବା ପାଇଁ କାମ କରିବେ ।

ଜାଣନ୍ତୁ କେବେ ବଢ଼ିବ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା, ବଜେଟରେ...

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: ସାଧାରଣ ବଜେଟରୁ କେନ୍ଦ୍ର  କର୍ମଚାରୀମାନେ ବହୁତ ଆଶା କରିଥିଲେ, କିନ୍ତୁ କୌଣସି ଲାଭ ମିଳିଲା ନାହିଁ । କର୍ମଚାରୀମାନେ ଆଶା କରୁଥିଲେ ଯେ ମୋଦି ସରକାର ସେମାନଙ୍କ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି କରିବାକୁ ନେଇ ବଜେଟରେ କିଛି ଘୋଷଣା କରିପାରନ୍ତି । ଦୀର୍ଘ ସମୟ ଧରି ବେତନ ବୃଦ୍ଧିକୁ ଅପେକ୍ଷା କରିଥିବା ୫୦ ଲକ୍ଷ କେନ୍ଦ୍ର କର୍ମଚାରୀ ଏହି ବଜେଟରୁ ବହୁତ ଆଶା କରିଥିଲେ ।

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର! ଏହି ମାସରୁ ଚାଲିବ ୩୨ଟି ନୂଆ ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

୨୦୨୧ ବଜେଟରୁ କେନ୍ଦ୍ର କର୍ମଚାରୀ (Central Government Employees) ମାନେ ଆଶା କରୁଥିଲେ ଯେ ସରକାର ସେମାନଙ୍କ ଦାବି ଶୁଣିବା ପରେ ସେମାନଙ୍କୁ ଉପହାର ପ୍ରଦାନ କରିବା ପାଇଁ କାମ କରିବେ । ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଅଧିକ ଚିନ୍ତା କରିବାର ବିଷୟ ହେଉଛି ଯେ ଦରମା ବୃଦ୍ଧି ଓ ମହଙ୍ଗା ଭତ୍ତା (DA) ର ନୂତନ ହାର ନ ପାଇବା ।

ଅଧିକ ପଢ଼ନ୍ତୁ:-ପୁଣି ବିଜେପିର ଟେନସନ୍ ବଢ଼ାଇଲେ ନୀତିଶ

ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ପ୍ରତିବର୍ଷ ଜାନୁଆରୀ ଓ ଜୁଲାଇରେ ବଢ଼ିଥାଏ । କିନ୍ତୁ ଗତ ବର୍ଷ ଏପ୍ରିଲରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ ଯେ କର୍ମଚାରୀଙ୍କୁ ନୂତନ ଦରରେ ଡିଏ ଜୁନ୍ ୨୦୨୧ ପରେ ମିଳିବ । ଅର୍ଥାତ ଜାନୁୟାରୀ ୨୦୨୦ରୁ ଜୁନ୍ ୨୦୨୧ ପର୍ଯ୍ୟନ୍ତ କର୍ମଚାରୀମାନଙ୍କୁ ବର୍ଦ୍ଧିତ ହାରରେ ମହଙ୍ଗା ଭତ୍ତା ଆଉ ପ୍ରାପ୍ତ ହେଉନାହିଁ ।

ଅଧିକ ପଢ଼ନ୍ତୁ:-ମମତାଙ୍କୁ ଲାଗିଲା ବଡ଼ ଝଟକା, ବିଜେପିରେ ସାମିଲ ହେଲେ ଆଉ ଜଣେ ଟିଏମସି ବିଧାୟକ

ସମସ୍ତ କେନ୍ଦ୍ର କର୍ମଚାରୀ ଜାଣିବାକୁ ଚାହାଁନ୍ତି ଯେ ସେମାନଙ୍କର ମହଙ୍ଗା ଭତ୍ତା କେବେ ବୃଦ୍ଧି ପାଇବ । ଯେତେବେଳେ ଦୀପାବଳି ଅବସରରେ ସରକାର ବୋନସର ଘୋଷଣା କରିଥିଲେ, ସେତେବେଳେ ଲୋକମାନେ ଆଶା କରିଥିଲେ ଯେ ବର୍ତ୍ତମାନ ସରକାର ମଧ୍ୟ ଡିଏ ବୃଦ୍ଧି ଘୋଷଣା କରିବେ । କିନ୍ତୁ ଏପରି ସରକାର କରି ନାହାଁନ୍ତି । ଆପଣଙ୍କ ସୂଚନା ପାଇଁ ଆମେ କହି ରଖୁଛୁ ଯେ ଯଦି କୌଣସି ନୂତନ ସରକାରୀ ଆଦେଶ ଆସେ ନାହିଁ, ତେବେ ଜୁଲାଇ ୨୦୨୧ରେ DA ରେ ବୃଦ୍ଧି ସମ୍ଭବ ଅଟେ ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ବିଜେପିକୁ ଲାଗିଲା ବଡ଼ ଝଟକା, କଂଗ୍ରେସ ପାଇଁ ଭଲ ଖବର

ସୂଚନାଯୋଗ୍ୟ, କୋରୋନା ଭୂତାଣୁ ମହାମାରୀ ସଙ୍କଟ ଯୋଗୁଁ କେନ୍ଦ୍ର ସରକାର ଗତ ବର୍ଷ ଅର୍ଥାତ ୨୦୨୦ର ଜୁଲାଇରେ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ପ୍ରତି ଛଅ ମାସରେ ମିଳୁଥିବା ମହଙ୍ଗା ଭତ୍ତା (DA) ର ବୃଦ୍ଧି ଉପରେ ଆଗାମୀ ଏକ ବର୍ଷ ଅର୍ଥାତ ଜୁନ୍ ୨୦୨୧ ପର୍ଯ୍ୟନ୍ତ ରୋକ ଲଗାଇ ରଖିଛନ୍ତି । ବର୍ତ୍ତମାନ ସେମାନଙ୍କୁ ୨୧ ପ୍ରତିଶତ ମହଙ୍ଗା ଭତ୍ତା (DA) ବଦଳରେ କେବଳ ୧୭ ପ୍ରତିଶତ ମହଙ୍ଗା ଭତ୍ତାର ଲାଭ ମିଳୁଛି । ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ବୃଦ୍ଧି କରାଯାଇଥାଏ, କିନ୍ତୁ କୋରୋନା ସଙ୍କଟ (Coronavirus Crisis) ଓ ଲକଡାଉନ୍ (Lockdown) ହୋଇଥିବାରୁ ସରକାରୀ କୋଷ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି । ଯାହାକୁ ଦୃଷ୍ଟିରେ ରଖି ଏହା ଉପରେ ଦେଢ଼ ବର୍ଷ ଯାଏ ରୋକ ଲଗାଯାଇଛି ।