Indian Army: ବର୍ତ୍ତମାନ 'ଆଇରନ୍ ମ୍ୟାନ୍' ଭଳି ଉଡ଼ିବେ ଭାରତୀୟ ସୈନିକ! ଜାଣନ୍ତୁ କିପରି
Advertisement
Article Detail0/zeeodisha/odisha1544430

Indian Army: ବର୍ତ୍ତମାନ 'ଆଇରନ୍ ମ୍ୟାନ୍' ଭଳି ଉଡ଼ିବେ ଭାରତୀୟ ସୈନିକ! ଜାଣନ୍ତୁ କିପରି

Indian Army Jet Pack Suit:  ଭାରତୀୟ ସେନା ୪୮ ଜେଟ୍ ପ୍ୟାକ୍ ସୁଟ୍ କ୍ରୟ ପ୍ରକ୍ରିୟା ଆରମ୍ଭ କରିଛି। ଯାହାର ଅନେକ ଲାଭ ମଧ୍ୟ ରହିଛି। ସୀମାରେ ନିୟୋଜିତ ହୋଇଥିବା ସୈନିକ ମଧ୍ୟ ଜେଟ୍ ପ୍ୟାକ୍ ସୁଟ୍ ପିନ୍ଧି ଗୁରୁତର ଅବସ୍ଥାରେ ଉଡିପାରିବେ। 

 Indian Army: ବର୍ତ୍ତମାନ 'ଆଇରନ୍ ମ୍ୟାନ୍' ଭଳି ଉଡ଼ିବେ ଭାରତୀୟ ସୈନିକ! ଜାଣନ୍ତୁ କିପରି

Jet Pack Suit for Indian Army: ସମ୍ବେଦନଶୀଳ ସୀମାନ୍ତ ଅଞ୍ଚଳରେ ସାମଗ୍ରିକ ତଦାରଖ ତଥା ଯୁଦ୍ଧ କ୍ଷମତାକୁ ମଜବୁତ କରିବା ପାଇଁ ଭାରତୀୟ ସେନା ନେଇଛି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏନେଇ ନିଆୟାଇଥିବା ନିଷ୍ପତ୍ତି ଅନୁସାରେ ଆଧୁନିକ ଡ୍ରୋନ୍ ସିଷ୍ଟମ କ୍ରୟ ପ୍ରକ୍ରିୟା ଆରମ୍ଭ କରିଛି ଭାରତୀୟ ସେନା। ଏହା ସହିତ ସେନା ମଧ୍ୟ ଆନୁଷଙ୍ଗୀକ ସାମଗ୍ରୀ ସହିତ ୧୦୦ 'ରୋବୋଟିକ୍ ମ୍ୟୁଲ' କ୍ରୟ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛି। ଜାନୁଆରୀ ୨୪ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ସେନା ଅଧିକାରୀ।

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ସେନା ଅଧିକାରୀ କହିଛନ୍ତି ଯେ, "ବାୟ-ଇଣ୍ଡିଆନ" ବର୍ଗରେ ଫାଷ୍ଟ-ଟ୍ରାକ ପ୍ରକ୍ରିୟା ଅଧୀନରେ ଜରୁରୀକାଳୀନ କ୍ରୟ ଅଧୀନରେ ଟେଥର୍ଡ ଡ୍ରୋନ କ୍ରୟ କରାଯାଉଛି। ଏହି ବର୍ଗ ଅଧୀନରେ ଜରୁରୀକାଳୀନ କ୍ରୟ ଅଧୀନରେ ୪୮ ଜେଟ୍ ପ୍ୟାକ୍ ସୁଟ୍ କିଣିବା ପାଇଁ ସେନା ଆଗ୍ରହୀ ୟୁନିଟ୍ ଠାରୁ ଅନୁରୋଧ ପାଇଁ ଚିଠି ମାଗିଛି।  

ଭାରତୀୟ ସେନା ୪୮ ଜେଟ୍ ପ୍ୟାକ୍ ସୁଟ୍ କ୍ରୟ ପ୍ରକ୍ରିୟା ଆରମ୍ଭ କରିଛି। ଯାହାର ଅନେକ ଲାଭ ମଧ୍ୟ ରହିଛି। ସୀମାରେ ନିୟୋଜିତ ହୋଇଥିବା ସୈନିକ ମଧ୍ୟ ଜେଟ୍ ପ୍ୟାକ୍ ସୁଟ୍ ପିନ୍ଧି ଗୁରୁତର ଅବସ୍ଥାରେ ଉଡିପାରିବେ। ଜେଟ୍ ପ୍ୟାକ୍ ସୁଟ୍,   ପାଞ୍ଚଟି ଗ୍ୟାସ୍ ଟର୍ବାଇନ ଜେଟ୍ ଇଞ୍ଜିନ ସହିତ ସଂଯୁକ୍ତ। ଯାହା ପ୍ରାୟ ୧୦୦୦ ହର୍ସ ପାୱାର ଶକ୍ତି ଉତ୍ପାଦନ କରିଥାଏ। ଏଭଳି ଧରଣର ସୁଟ ଇନ୍ଧନ, ଡିଜେଲ କିମ୍ବା କିରୋସିନ ବ୍ୟବବାର ଏହାକୁ ଚଲାଯାଇ ପାରିବ। ଜେଟ୍ ପ୍ୟାକ୍ ସୁଟ୍ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଗତି କରିବାକୁ ସକ୍ଷମ।

ଟେଥେରେଡ୍ ଡ୍ରୋନ୍ ସିଷ୍ଟମ୍ ସହ ଏପରି ଡ୍ରୋନ୍ ସାମିଲ ହୋଇଥାଏ, ଯାହା ଭୂମିରେ ଏକ 'ଟେଥର୍ ଷ୍ଟେସନ୍' ସହିତ ସଂଲଗ୍ନ ହୋଇଥାଏ ଏବଂ ଏହା ଅଧିକ ସମୟ ପାଇଁ ଭିଜୁଆଲ୍ ପରିସର ବାହାରେ ଲକ୍ଷ୍ୟ ଉପରେ ନଜର ରଖିପାରେ। ସେନା ଅଧିକାରୀ କହିଛନ୍ତି ଯେ ପ୍ରତ୍ୟେକ ଡ୍ରୋନ୍ ସିଷ୍ଟମ ଦୁଇଟି ସମ୍ମିଳିତ ପେଲୋଡ ସହିତ ଏରିଆଲ୍ ଯାନ, ଜଣେ ବ୍ୟକ୍ତି ପୋର୍ଟେବଲ୍ ଗ୍ରାଉଣ୍ଡ କଣ୍ଟ୍ରୋଲ୍ ଷ୍ଟେସନ୍, ଟେଥର ଷ୍ଟେସନ୍, ଏକ ରିମୋଟ୍ ଭିଡିଓ ଟର୍ମିନାଲ୍ ଏବଂ ଅନ୍ୟାନ୍ୟ ଉପାଦାନ ରହିବ। ଟେଣ୍ଡର ଦାଖଲ କରିବାର ଶେଷ ତାରିଖ ହେଉଛି ଆସନ୍ତା ୧୪ ଫେବୃଆରୀ।

ଗତ ୨୦୨୦ ମେ ମାସରେ ଆରମ୍ଭ ହୋଇଥିବା ପୂର୍ବ ଲଦାଖ ଗତିରୋଧ ପରେ  ଚୀନ୍ ସହିତ ଲମ୍ବିଥିବା ପ୍ରାୟ ୩୫୦୦ କିଲୋମିଟର ଲମ୍ବା ପ୍ରକୃତ ନିୟନ୍ତ୍ରଣ ସୀମା ରେଖା ସହିତ ଭାରତୀୟ ସେନା ଏହାର ସାମଗ୍ରିକ ନୀରିକ୍ଷଣ ପ୍ରଣାଳୀକୁ ମଜବୁତ କରୁଛି। ସେନା ସାମଗ୍ରୀ ସହିତ ୧୦୦  'ରୋବୋଟିକ୍ ମ୍ୟୁଲ' ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ସେନା ଅଧିକାରୀ କହିଛନ୍ତି ଯେ ଟେଣ୍ଡର ଦାଖଲ କରିବାର ଶେଷ ତାରିଖ ହେଉଛି ୬ ଫେବୃଆରୀ।