Trending Photos
ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଷ ୨ ମାସରୁ ଅଧିକ ସମୟ ଧରି ଯୁଦ୍ଧ (Russia-Ukraine War) ଜାରି ରହିଛି । ଏହି ଯୁଦ୍ଧରେ ୟୁକ୍ରେନର ଅଧିକାଂଶ ସହରର ଶ୍ମଶାନରେ ପରିଣତ ହୋଇସାରିଛି । ଏହା ମଧ୍ୟରେ ଖବର ଆସୁଛି କି ଜାପାନ (Japan) ପୂର୍ବ ଚୀନ ସାଗର (East China Sea) ରେ ସଶସ୍ତ୍ର ସଂଘର୍ଷ ପାଇଁ ପ୍ରସ୍ତୁତ ହେଉଛି । ଏକ ମିଡିଆ ରିପୋର୍ଟରେ କୁହାଯାଇଛି ଯେ ଜାପାନ ନିଜ ପ୍ରସ୍ତୁତିକୁ ଏଥିପାଇଁ ମଜଭୁତ କରୁଛି କାରଣ ଋଷ (Russia) ର ୟୁକ୍ରେନ (Ukraine) ଉପରେ ଆକ୍ରମଣ ପରେ ତାଇୱାନ (Taiwan) ଉପରେ ଚୀନ (China) ର ଆକ୍ରମଣର ସମ୍ଭାବନା ବଢ଼ୁଛି । ସିଙ୍ଗାପୁର ପୋଷ୍ଟ ରିପୋର୍ଟ କରିଛି ଯେ, ସୋଲୋମାନ ଦ୍ୱୀପପୁଞ୍ଜ (Solomon Islands) ସହିତ ସୁରକ୍ଷା ଚୁକ୍ତି ସ୍ୱାକ୍ଷର କରିବା ପରେ ଚୀନ ପ୍ରଶାନ୍ତ ମହାସାଗର (Pacific Ocean) ରେ ନିଜର ସାମରିକ କାର୍ଯ୍ୟକଳାପ ବୃଦ୍ଧି କରିଛି ।
ନିକଟ ଅତୀତରେ ଚୀନ ଓ ସୋଲୋମନ ନିଶ୍ଚିତ କରିଛନ୍ତି ଯେ ସେମାନେ ଏକ ପୃଥକ ସୁରକ୍ଷା ଚୁକ୍ତିନାମା କରିଛନ୍ତି । ଆମେରିକା (America) ଓ ଏହାର ସହଯୋଗୀମାନେ ଭୟ କରୁଛନ୍ତି ଯେ ଏହି ଚୁକ୍ତି ଅଷ୍ଟ୍ରେଲିଆ ଉପକୂଳଠାରୁ ୨,୦୦୦ କିଲୋମିଟରରୁ କମ୍ ଦୂରତାରେ ଚୀନର ନୌସେନା ବେସ ଗଢ଼ିପାରେ । ରିପୋର୍ଟରେ କୁହାଯାଇଛି ଯେ, ଜାପାନ ନିଜ ଶକ୍ତି ବୃଦ୍ଧି କରିବା ଆରମ୍ଭ କରିଦେଇଛି କାରଣ ତାଇୱାନ ସଂଘର୍ଷ ଆରମ୍ଭ ହେଲେ ଏହାର ସକ୍ରିୟ ଅଂଶଗ୍ରହଣ ବୃଦ୍ଧି ପାଇବ ।
ରିପୋର୍ଟରେ ଦାବି କରାଯାଇଛି ଯେ, ଚୀନ ସୋଲୋମନ ଆଇସଲ୍ୟାଣ୍ଡକୁ ପ୍ରଲୋଭିତ କରିଛି ଓ ପୁଞ୍ଜି ନିବେଶ ଏବଂ ପର୍ଯ୍ୟଟନ ପରିଦର୍ଶନର ଆଶ୍ୱାସନା ମାଧ୍ୟମରେ ତାକୁ ତାଇୱାନକୁ ସ୍ୱୀକୃତି ନ ଦେବା ପାଇଁ ରାଜି କରାଇଛି । ସିଙ୍ଗାପୁର ପୋଷ୍ଟ ରିପୋର୍ଟ କରିଛି ଯେ ଏହା ଦ୍ୱାରା ଚୀନକୁ ସୋଲୋମନର ପୂର୍ବ ସୀମାଠାରୁ ପ୍ରାୟ ୨,୦୦୦ କିଲୋମିଟର ଦୂରରେ ଏକ ସାମରିକ ଭିତ୍ତିଭୂମି ନିର୍ମାଣ କରିବାକୁ ଅନୁମତି ମିଳିଛି ।
ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ପାପୁଆ ନ୍ୟୁ ଗିନି (Papua New Guinea), ଭାନୁୟୁଟୁ (Vanuatu) ଏବଂ କିରିବାଟି (Kiribati) ଭଳି ଅନ୍ୟ ଦ୍ୱୀପପୁଞ୍ଜ ଦେଶକୁ ପ୍ରଲୋଭିତ କରିବା ପାଇଁ ଚୀନ (China) ମଧ୍ୟ ଏହିପରି କୌଶଳ ପ୍ରୟୋଗ କରିପାରେ । ଏହା ବ୍ୟତୀତ ଚୀନ ମଧ୍ୟ ତାଇୱାନର ସହଯୋଗୀ ମାର୍ଶଲ ଦ୍ୱୀପପୁଞ୍ଜ (Marshall Islands), ନାଉରୁ (Nauru) ଏବଂ ଟୁଭାଲୁ (Tuvalu) କୁ ନିଜ ସପକ୍ଷରେ ଆଣିବା ଉପରେ କାର୍ଯ୍ୟ କରୁଛି । ଚୀନର ଏହି ରଣନୀତି ଆମେରିକା ଓ ଅଷ୍ଟ୍ରେଲିଆକୁ ଚିନ୍ତାରେ ପକାଇଛି ।
ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ୧୮ ମାସର DA ବକେୟାକୁ ନେଇ ଆସିଲା ସବୁଠୁ ବଡ଼ ଅପଡେଟ୍, ଜାଣନ୍ତୁ କେତେ ମିଳିବ ଟଙ୍କା
ଏହା ବି ପଢ଼ନ୍ତୁ:-ଡ୍ରାଇଭିଂ ଲାଇସେନ୍ସ ତିଆରି ପାଇଁ ସରକାର ବଦଳାଇଲେ ନିୟମ, ଏଣିକି ଆପଣଙ୍କୁ କାଟିବାକୁ ପଡ଼ିବନି RTO ର ଚକ୍କର
ଏହା ବି ପଢ଼ନ୍ତୁ:-ଖୁବ୍ ଶୀଘ୍ର ପୃଥିବୀ ମାନଚିତ୍ରରୁ ଗାଏବ ହୋଇଯିବ ଏସବୁ ସ୍ଥାନ!
ଏଠାରେ କହି ରଖୁଛୁ ଯେ, ଜାପାନ ଏସବୁ ଦେଶ ସହ ବିଭିନ୍ନ ଚୁକ୍ତିନାମା ମାଧ୍ୟମରେ ମେଣ୍ଟରେ ଅଛି, ଅର୍ଥାତ୍ ଚୀନର ତାଇୱାନ ସହିତ ସଶସ୍ତ୍ର ସଂଘର୍ଷ ହେଲେ ଜାପାନ ଏହି ଦେଶଗୁଡିକୁ ସମର୍ଥନ କରିବ । ଚୀନ ବିରୋଧୀ ଭାବନା ଓ ସୁରକ୍ଷା ବିପଦ ମଧ୍ୟରେ ଭୌଗୋଳିକ ରାଜନୈତିକ ତିକ୍ତତା ଯୋଗୁଁ ଚୀନ ସହିତ ଜାପାନର ସମ୍ପର୍କ ଖରାପ ହେବାରେ ଲାଗିଛି । ସେନକାକୁ ଦ୍ୱୀପପୁଞ୍ଜ (ଚାଇନାର ଡିଆଓ ଦ୍ୱୀପ) ଉପରେ ଚୀନର ଦାବିକୁ ନେଇ ଜାପାନର ଲୋକମାନେ ଅସନ୍ତୋଷ ପ୍ରକାଶ କରିସାରିଛନ୍ତି । ୟୁକ୍ରେନ ଆକ୍ରମଣ ପରେ ଚୀନ ଓ ଋଷ ମଧ୍ୟରେ ସମ୍ପର୍କ ମଜବୁତ ହେବା ପରେ ଜାପାନର ଚିନ୍ତା ବଢ଼ି ଯାଇଛି ।
ଋଷ ପୂର୍ବରୁ ହିଁ ଜାପାନକୁ ସମାଲୋଚନା କରିସାରିଛି ଓ ଏହା ବିରୋଧରେ ଅନ୍ତର୍ଜାତୀୟ ସ୍ୱରରେ ଯୋଗଦେବା ପାଇଁ ଶାନ୍ତି ଚୁକ୍ତି ଉପରେ ଆଲୋଚନାକୁ ସ୍ଥଗିତ ରଖିଛି । କୁର୍ଲିସ୍ ଦ୍ୱୀପପୁଞ୍ଜର ନିୟନ୍ତ୍ରଣକୁ ନେଇ ଦୁଇ ଦେଶ ପୂର୍ବରୁ ଏକମତ ନୁହଁନ୍ତି । ୟୁକ୍ରେନ ଆକ୍ରମଣ ଉପରେ ଚୀନ ଋଷର ଏକ ପ୍ରମୁଖ ସମର୍ଥକ । ଏହା ଋଷକୁ ଚୀନର ନିକଟତର କରିଛି ଓ ଜାପାନ ଉପରେ ନିଶ୍ଚିତ ଭାବେ ଚାପ ସୃଷ୍ଟି କରିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଏଥିରେ କୁହାଯାଇଛି ଯେ ଜାପାନ ତାଇୱାନ ଷ୍ଟ୍ରାଇଟ୍ (Taiwan Strait) ବିବାଦରେ ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରିଛି ଓ ଚୀନ ଆକ୍ରମଣ ସ୍ଥିତିରେ ତାଇୱାନକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି ।