ଜୁମଲାଜୀବୀ, ଖାଲିସ୍ତାନୀ, ବାଳକ ବୁଦ୍ଧି, ଦଲାଲ...ସାଂସଦମାନେ ଏଣିକି ଆଉ କହିପାରିବେନି ଏଭଳି ଶବ୍ଦ; ଦେଖନ୍ତୁ ପୁରା ତାଲିକା
Advertisement
Article Detail0/zeeodisha/odisha1256901

ଜୁମଲାଜୀବୀ, ଖାଲିସ୍ତାନୀ, ବାଳକ ବୁଦ୍ଧି, ଦଲାଲ...ସାଂସଦମାନେ ଏଣିକି ଆଉ କହିପାରିବେନି ଏଭଳି ଶବ୍ଦ; ଦେଖନ୍ତୁ ପୁରା ତାଲିକା

 Unparliamentary Words: ଅଧ୍ୟକ୍ଷଙ୍କ ପୀଠ ଉପରେ ଆକ୍ଷେପକୁ ନେଇ ଘଟଣାକୁ ମଧ୍ୟ ଅସଂସଦୀୟ ଅଭିବ୍ୟକ୍ତି ବର୍ଗରେ ରଖାଯାଇଛି । ଆପଣ ଏଥିରେ ମୋର ସମୟ ନଷ୍ଟ କରୁଛନ୍ତି । ଆପଣ ଆମମାନଙ୍କ ଗଳା ଚାପି ଦିଅନ୍ତୁ, ଚେୟାରକୁ ଦୁର୍ବଳ କରିଦେଇଛନ୍ତି ପରି ଆଦି ଶବ୍ଦ ବା ବାକ୍ୟ ସାମିଲ ରହିଛି ।

ଜୁମଲାଜୀବୀ, ଖାଲିସ୍ତାନୀ, ବାଳକ ବୁଦ୍ଧି, ଦଲାଲ...ସାଂସଦମାନେ ଏଣିକି ଆଉ କହିପାରିବେନି ଏଭଳି ଶବ୍ଦ; ଦେଖନ୍ତୁ ପୁରା ତାଲିକା

ନୂଆଦିଲ୍ଲୀ: Unparliamentary Words: ଲୋକସଭା ସଚିବାଳୟ ଅଣ-ସଂସଦୀୟ ଶବ୍ଦ (Unparliamentary Words) ୨୦୨୧ ଶୀର୍ଷକ ଅଧୀନରେ ଏହିପରି ଶବ୍ଦ ଓ ବାକ୍ୟର ଏକ ନୂତନ ସଂକଳନ ପ୍ରସ୍ତୁତ କରିଛି, ଯାହାକୁ 'ସଂସଦୀୟ ଅଭିବ୍ୟକ୍ତି' ବର୍ଗରେ ରଖାଯାଇଛି । ମୌସୁମୀ ଅଧିବେଶନ (Monsoon Session) ପୂର୍ବରୁ ସଦସ୍ୟଙ୍କ ବ୍ୟବହାର ପାଇଁ ପ୍ରକାଶିତ ଏହି ସଂକଳନରେ ଏପରି ଶବ୍ଦ ସାମିଲ କରାଯାଇଛି, ଯାହାକୁ ୨୦୨୧ ମସିହାରେ ଲୋକସଭା (Lok Sabha), ରାଜ୍ୟସଭା (Rajya Sabha), ବିଧାନସଭାରେ ଅଣ-ସଂସଦୀୟ ଘୋଷିତ ହୋଇଥିଲା । ଏଥିସହ ଯଦି କୌଣସି ସଦସ୍ୟ ପୀଠକୁ ଆକ୍ଷେପ କରି କୁହନ୍ତି ଯେ ଯେତେବେଳେ ଆପଣ ଏହିପରି ଚିତ୍କାର କରି ବେଲକୁ ଯାଉଥିଲେ, ସେହି ସମୟକୁ ମନେ ପକାନ୍ତୁ କିମ୍ବା ଆଜି ଯେତେବେଳେ ଆପଣ ଚେୟାରରେ ବସିଛନ୍ତି ତ ସେହି ସମୟକୁ ମନେ କରନ୍ତୁ...ସେତେବେଳେ ଏହାକୁ ରେକର୍ଡର ଅଂଶ ଭାବରେ ମନେ କରାଯିବ ନାହିଁ ।

ଲୋକସଭାରେ କାର୍ଯ୍ୟ ପ୍ରକ୍ରିୟା ଓ ଆଚରଣ ବିଧି ନିୟମ ୩୮୦ ଅନୁଯାୟୀ, ଯଦି ବାଚସ୍ପତି ଅନୁଭବ କରନ୍ତି ଯେ ଆଲୋଚନା ସମୟରେ ଅପମାନଜନକ କିମ୍ବା ଅସାମ୍ବିଧାନିକ କିମ୍ବା ଅଶ୍ଳୀଳ ବା ଅସମ୍ବେଦନଶୀଳ ଶବ୍ଦ ବ୍ୟବହାର କରାଯାଇଛି, ତେବେ ସେ ସେମାନଙ୍କୁ ଗୃହର ପ୍ରକ୍ରିୟାରୁ ହଟାଇବାକୁ ନିର୍ଦ୍ଦେଶ ଦେଇପାରିବେ । ଏଥି ସହିତ ନିୟମ ୩୮୧ ଅନୁଯାୟୀ, ଗୃହର ପ୍ରକ୍ରିୟାର ଯେଉଁ ଅଂଶ ହଟାଇବାର ଅଛି, ତାହାକୁ ଚିହ୍ନଟ କରାଯିବା ପରେ ପ୍ରକ୍ରିୟାରେ ଏକ ନୋଟ୍ ଏପରି ପକାଯିବ କି ବାଚସ୍ପତିଙ୍କ ଆଦେଶ ଅନୁଯାୟୀ ଏହାକୁ ହଟା ଯାଇଛି ।

ଅଧ୍ୟକ୍ଷଙ୍କ ପୀଠ ଉପରେ ଆକ୍ଷେପକୁ ନେଇ ଘଟଣାକୁ ମଧ୍ୟ ଅସଂସଦୀୟ ଅଭିବ୍ୟକ୍ତି ବର୍ଗରେ ରଖାଯାଇଛି । ଆପଣ ଏଥିରେ ମୋର ସମୟ ନଷ୍ଟ କରୁଛନ୍ତି । ଆପଣ ଆମମାନଙ୍କ ଗଳା ଚାପି ଦିଅନ୍ତୁ, ଚେୟାରକୁ ଦୁର୍ବଳ କରିଦେଇଛନ୍ତି ପରି ଆଦି ଶବ୍ଦ ବା ବାକ୍ୟ ସାମିଲ ରହିଛି ।

ଛତିଶଗଡ ବିଧାନସଭାରେ କଥିତ ଶବ୍ଦ ମଧ୍ୟ ସାମିଲ

ସଂସଦୀୟ ଅଭିବ୍ୟକ୍ତିର ସଂକଳନରେ ଛତିଶଗଡ ବିଧାନସଭା ପ୍ରକ୍ରିୟାରୁ ହଟାଯାଇଥିବା କିଛି ଶବ୍ଦ ବା ବାକ୍ୟ ମଧ୍ୟ ରଖାଯାଇଛି । ଏଥିମଧ୍ୟରେ ବବ୍ କଟ୍ ହେୟାର, ଗରିଆନା, ଅଣ୍ଟ-ଶଣ୍ଟ, ଉଚକ୍କେ, ଅଲଟା ଚୋର କୋଟୱାଲ କୋ ଡାଟେ ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି । ଏଥିରେ ରାଜସ୍ଥାନ ବିଧାନସଭାରେ ଅଣସଂସଦୀୟ ଘୋଷିତ କେତେକ ଶବ୍ଦ ମଧ୍ୟ ରଖାଯାଇଛି, ଯେଉଁଥିରେ କାଁୱ କାଁୱ କରିବା, ତଲବେ ଚାଟନା, ତଡ଼ିପାର ଏବଂ ଝାଡଖଣ୍ଡ ବିଧାନସଭାରେ ଅନେକ ଘାଟରୁ ପାଣି ପିଇବା ଆଦି ସାମିଲ ରହିଛି ।

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କୁ ଶକ୍ତ ଧକ୍କା! ସମର୍ଥନ ପରେ ମଧ୍ୟ ମିଳିଲା ନାହିଁ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର ଆମନ୍ତ୍ରଣ

ଏହା ବି ପଢ଼ନ୍ତୁ:-ମହାରାଷ୍ଟ୍ରରେ ଶିବସେନା ବିରୋଧରେ ଏକାଠି ହେବେ ବିଜେପି-କଂଗ୍ରେସ? ଫଡନାଭିସଙ୍କ ଟ୍ୱିଟରୁ ବଢ଼ିଲା ପାରା

ଏହା ବି ପଢ଼ନ୍ତୁ:-ଉଦ୍ଧବଙ୍କୁ ଆଉ ଏକ ବଡ଼ ଝଟକା ଦେବେ ଫଡନାଭିସ, ପୁତୁରା ଅମିତ ଠାକରେଙ୍କୁ କରିବେ ମନ୍ତ୍ରୀ!

ବାଳକ ବୁଦ୍ଧି ସାଂସଦ, ଶକୁନି ଏବଂ ଦଲାଲ ଭଳି ଶବ୍ଦ ଉପରେ ରୋକ 

ସଂକଳନ ଅନୁଯାୟୀ, ଅଣସଂସଦୀୟ ଶବ୍ଦ, ବାକ୍ୟ କିମ୍ବା ଅଶ୍ଳୀଳ ଅଭିବ୍ୟକ୍ତି ବର୍ଗରେ ରଖାଯାଇଥିବା ଶବ୍ଦଗୁଡ଼ିକରେ ଜୁମଲାଜୀବୀ, ବାଳକ ବୁଦ୍ଧି ସାଂସଦ, ଶକୁନି, ଜୟଚାନ୍ଦ, ଲଲିପପ୍, ଚଣ୍ଡାଲ ଚୌକଡି, ଗୁଲ୍ ଖିଲାଏ, ପିଠ୍ଠୁ, କମିନା, କଳା ଅଧିବେଶନ, ଦଲାଲ୍, ଖୁନ୍ କେ ଖେତି, ଛୋକରା, କୋଇଲା ଚୋର, ଗୋରୁ ଚୋର, ଚରସ ପାଣି, ଷଣ୍ଢ ପରି ଶବ୍ଦ ସାମିଲ ରହିଛି ।

ଏହି ଇଂରାଜୀ ଶବ୍ଦର ବ୍ୟବହାର ଉପରେ ମଧ୍ୟ ରୋକ୍

ନୂତନ ବ୍ୟବସ୍ଥା ଅନୁଯାୟୀ, ସଂସଦରେ ଯେଉଁ ଇଂରାଜୀ ଶବ୍ଦର ବ୍ୟବହାର ଉପରେ ରୋକ୍ ଲଗା ଯାଇଛି, ସେଥିରେ- ashamed, abused, betrayed, corrupt, drama, hypocrisy, incompetent, bloodshed, bloody, betrayed, ashamed, abused, cheated, chamcha, chamchagiri, chelas, childishness, corrupt, coward, criminal, crocodile tears, disgrace, donkey, drama, eyewash, fudge, hooliganism, hypocrisy, incompetent, mislead, lie ଏବଂ untrue ।