ପୂର୍ବରୁ ପୁରୁଷ ହକି ବିଶ୍ୱକପ ସହ ହକି ଲିଗ ସଫଳତାର ସହ ଆୟୋଜନ କରି ବିଶ୍ୱର ଦୃଷ୍ଟି ଆକର୍ଷଣ କରି ସାରିଛି ଓଡିଶା । ଏବେ ପୁଣି ଏକ ନୂଆ ସଫଳ ଇତିହାସ ଲିପିବଦ୍ଧ ହେବାକୁ ଯାଉଛି ।
Trending Photos
ଭୁବନେଶ୍ୱର: Hockey Men's Junior World Cup 2021: ଆଜି ଅର୍ଥାତ ନଭେମ୍ୱର ୨୪ ଠାରୁ ଜୁନିୟର ହକି ଅଣ୍ଡର-19 ବିଶ୍ୱକପ (Hockey Men's Junior World Cup 2021) ର ମହାକୁମ୍ଭ । ରାଜଧାନୀ ଭୁବନେଶ୍ୱର (Bhubaneswar) ଠାରେ ଶୁଭିବ ଚକ ଦେ ଇଣ୍ଡିଆ । ଆସନ୍ତା ଡିସେମ୍ୱର ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଜୁନିୟର ବିଶ୍ୱକପ ମୁକାବିଲାରେ ବିଶ୍ୱ ବିଜେତା ହେବା ପାଇଁ ଲଢିବେ ୧୬ଟି ଟିମ୍ । ମୋଟ ୪ଟି ପୁଲରେ ବିଭକ୍ତ ହୋଇଛନ୍ତି ସମସ୍ତ ଦଳ । ଆଜି ୫ଟି ମ୍ୟାଚ ହେବାକୁ ଥିବା ବେଳେ ପ୍ରଥମ ମ୍ୟାଚ ସକାଳ ସାଢ଼େ ୯ଟାରେ ବେଲଜିୟମ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ସେହିପରି ପଞ୍ଚମ ମ୍ୟାଚ ଭାରତ-ଫ୍ରାନ୍ସ ମଧ୍ୟରେ ରାତି ୮ଟା ସମୟରେ ଅନୁଷ୍ଠିତ ହେବ । ସେହିପରି ଦିନ ୧୨ଟା ସମୟରେ ଜର୍ମାନୀ ଓ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ ମ୍ୟାଚ ହେବାକୁ ଯାଉଥିବା ବେଳେ ତୃତୀୟ ମ୍ୟାଚ୍ କାନାଡା ଓ ପୋଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ । ସେହିପରି ଚତୁର୍ଥ ମ୍ୟାଚ ମାଲେସିଆ ଓ ଚିଲି ମଧ୍ୟରେ ଅନୁଷ୍ଠିତ ହେବ ।
ଏଥର କୋରୋନା କଟକଣା ପାଇଁ ଷ୍ଟାଡିୟମରେ ମ୍ୟାଚ ଦେଖିପାରିବେନି ଦର୍ଶକ । ପ୍ରତି ୨ ଦିନରେ ସମସ୍ତ ଖେଳାଳି, ଅଫିସିଆଲ, ପୋଲିସ, ଗଣମାଧ୍ୟମ ପ୍ରତିନିଧିଙ୍କ RTPCR Test କରାଯିବ । ଦର୍ଶକ ନଆସୁଥିଲେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୋଲିସ କମିଶନର ଷ୍ଟାଡିୟମ ସୁରକ୍ଷା ଯାଞ୍ଚ କରିଥିବା ବେଳେ ସୁରକ୍ଷା ପାଇଁ ମୁତୟନ ହେବେ ଡିସିପିଙ୍କ ନେତୃତ୍ୱରେ ୪ ଜଣ ଅତିତିକ୍ତ DCP, ୧୦ ACP, ୭୫ ଅଫିସର ଏବଂ ୨୫ ପ୍ଲାଟୁନ ଫୋର୍ସ । ଖେଳାଳି ରହୁଥିବା ହୋଟେଲ ଠାରୁ ଷ୍ଟାଡିୟମ ପର୍ଯ୍ୟନ୍ତ ରହିବ ଟ୍ରାଫିକ କଟକଣା ।
ପୂର୍ବରୁ ପୁରୁଷ ହକି ବିଶ୍ୱକପ ସହ ହକି ଲିଗ ସଫଳତାର ସହ ଆୟୋଜନ କରି ବିଶ୍ୱର ଦୃଷ୍ଟି ଆକର୍ଷଣ କରି ସାରିଛି ଓଡିଶା । ଏବେ ପୁଣି ଏକ ନୂଆ ସଫଳ ଇତିହାସ ଲିପିବଦ୍ଧ ହେବାକୁ ଯାଉଛି ।
ଏହା ବି ପଢ଼ନ୍ତୁ:-ପୁଣି ବଢ଼ିଲା କୋରୋନା ମାମଲା, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ
ଏହା ବି ପଢ଼ନ୍ତୁ:-ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ
ଏହା ବି ପଢ଼ନ୍ତୁ:-ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ଼ ପଦକ୍ଷେପ, ପୁଣି ହ୍ରାସ ପାଇବ ପେଟ୍ରୋଲ-ଡିଜେଲ ଦର!
ଏହା ବି ପଢ଼ନ୍ତୁ:-ଟେଷ୍ଟ ସିରିଜ ପୂର୍ବରୁ ଦ୍ରାବିଡଙ୍କ 'ମାଷ୍ଟର ଷ୍ଟ୍ରୋକ', ଓପନରଙ୍କୁ ବନେଇଲେ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍!