କାବୁଲ ବିସ୍ଫୋରଣରେ ISIS-K ର ରହିଛି ହାତ; ତାଲିବାନର ମଧ୍ୟ ଶତ୍ରୁ, ଜାଣନ୍ତୁ ଏହି ଆତଙ୍କୀ ସଙ୍ଗଠନ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ
Advertisement
Article Detail0/zeeodisha/odisha973658

କାବୁଲ ବିସ୍ଫୋରଣରେ ISIS-K ର ରହିଛି ହାତ; ତାଲିବାନର ମଧ୍ୟ ଶତ୍ରୁ, ଜାଣନ୍ତୁ ଏହି ଆତଙ୍କୀ ସଙ୍ଗଠନ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

୨୦୧୪ରେ ଏହି ଗୋଷ୍ଠୀର ଆଇଏସଆଇଏସ ପ୍ରତି ଦୁର୍ବଳତା ଥିଲା ଓ ସେମାନେ ଇସଲାମିକ ଷ୍ଟେଟର ଅଭିଯାନରେ ଯୋଗ ଦେଇଥିଲେ ।

କାବୁଲ ବିସ୍ଫୋରଣରେ ISIS-K ର ରହିଛି ହାତ; ତାଲିବାନର ମଧ୍ୟ ଶତ୍ରୁ, ଜାଣନ୍ତୁ ଏହି ଆତଙ୍କୀ ସଙ୍ଗଠନ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

କାବୁଲ: Kabul Airport Suicide Blast: ଆଫଗାନିସ୍ତାନ (Afghanistan) ର କାବୁଲ ବିମାନବନ୍ଦର (Kabul Airport) ରେ ଲଗାତର ୨ଟି ମାରାତ୍ମକ ଆତ୍ମଘାତୀ ବିସ୍ଫୋରଣ ଘଟିଛି । ଏହି ଆକ୍ରମଣ ପାଇଁ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ (ISIS-K) ନିଜକୁ ଦାୟୀ କରିଛି । ଗୁରୁବାର ସନ୍ଧ୍ୟାରେ କାବୁଲ ବିମାନବନ୍ଦର ନିକଟରେ ଦୁଇଟି ସିରିଏଲ ବିସ୍ଫୋରଣ (serial blasts near Kabul airport) ହୋଇଥିଲା । ଏଥିରେ ୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବାର ସୂଚନା ସାମ୍ନାକୁ ଆସିଛି । ଏହି ବିସ୍ଫୋରଣରେ ୧୩ ଜଣ ଆମେରିକୀୟ ସୈନିକ (US Army) ଙ୍କ ମୃତ୍ୟୁ ସହିତ ୧୮ ଜଣ ସୈନ୍ୟ ଆହତ  ହୋଇଛନ୍ତି । ଏହି ଆକ୍ରମଣରେ ଛୋଟ ଶିଶୁ, ମହିଳା, ଆମେରିକାର ସୁରକ୍ଷା କର୍ମୀ ଏବଂ ତାଲିବାନ ଗାର୍ଡଙ୍କ ସମେତ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ପରେ ବର୍ତ୍ତମାନ କାବୁଲ ବିମାନବନ୍ଦରରେ ଆମେରିକା ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଦେଇଛି । ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ଆତଙ୍କବାଦୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ଆକ୍ରମଣକାରୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ ।

ଜାଣନ୍ତୁ ISIS-K ସହିତ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ 

୨୦୨୧୨ରେ ଇରାନ, ତୁର୍କମେନିସ୍ତାନ, ଆଫଗାନିସ୍ତାନ ସୀମାରେ ଖୋରାସାନ ନାମକ ଅଞ୍ଚଳରେ ଆତଙ୍କୀମାନେ ଏକ ଗୋଷ୍ଠୀ ଗଠନ କରିଥିଲେ । ୨୦୧୪ରେ ଏହି ଗୋଷ୍ଠୀର ଆଇଏସଆଇଏସ ପ୍ରତି ଦୁର୍ବଳତା ଥିଲା ଓ ସେମାନେ ଇସଲାମିକ ଷ୍ଟେଟର ଅଭିଯାନରେ ଯୋଗ ଦେଇଥିଲେ । ଆଇଏସଆଇଏସର ପ୍ରାୟ ୨୦ଟି ମଡ୍ୟୁଲ୍ ଅଛି, ଯେଉଁଥିରେ ସବୁଠାରୁ ବିପଜ୍ଜନକ ହେଉଛି ଆଇଏସ୍-କେ ଅର୍ଥାତ୍ ଖୋରାସାନ୍ ଦଳ । ଦକ୍ଷିଣ ଏସିଆରେ ଖୋରାସାନର ସବୁଠାରୁ ଶକ୍ତିଶାଳୀ ନେଟୱାର୍କ ଅଛି । ଆଇଏସର ଖୋରାସାନ୍ ମଡ୍ୟୁଲ୍ ଏହି ସମୟରେ ସବୁଠାରୁ ସକ୍ରିୟ ଅଟେ । ଏହି ସଂଗଠନ ତାଲିବାନ ଛାଡିଥିବା ଯୋଦ୍ଧାଙ୍କୁ ଭର୍ତ୍ତି କରିଥାଏ ।

ଅଧିକ ପଢ଼ନ୍ତୁ:-କାବୁଲ ବିସ୍ଫୋରଣ: ଆମେରିକୀୟ ସୈନିକଙ୍କ ସମେତ ୭୨ ମୃତ, ବାଇଡେନ ଦେଲେ କଡ଼ା ଚେତାବନୀ

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଅଧିକ ପଢ଼ନ୍ତୁ:-ଦେଶ ଚଳାଇବା ପାଇଁ ଦୁନିଆ ଆଗରେ ଆର୍ଥିକ ସହାୟତାର ଗୁହାରି କରୁଛି ତାଲିବାନ, ଭାରତକୁ ଦେଲା ଏହି ଖାସ୍ ବାର୍ତ୍ତ

ଏହି ଆତଙ୍କବାଦୀ ସଂଗଠନ କାବୁଲ ତଥା ଅନ୍ୟାନ୍ୟ ସହରର ସରକାରୀ ଠିକଣା ଓ ଅନ୍ୟ ଦେଶର ସାମରିକ ବେସ ଉପରେ ଅନେକ ଆକ୍ରମଣ କରିସାରିଛି । ଏହି ଆତଙ୍କବାଦୀମାନେ ଗ୍ରାମବାସୀ ଓ ରେଡକ୍ରସ ସଦସ୍ୟଙ୍କ ନିର୍ମମ ହତ୍ୟା ଏବଂ ବହୁ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଆତ୍ମଘାତୀ ବିସ୍ଫୋରଣ ମଧ୍ୟ କରିଛନ୍ତି । ଏପ୍ରିଲ୍ ୨୦୧୭ରେ ଆମେରିକା ISIS-K କୁ ଟାର୍ଗେଟ କରିବା ପାଇଁ ପୂର୍ବ ଆଫଗାନିସ୍ତାନର ଅଚିନ ଜିଲ୍ଲାର ଏକ ଠିକଣାରେ ମଦର ଅଫ୍ ଅଲ୍ ବମ୍ ନାମକ ୨୦,୦୦୦ ପାଉଣ୍ଡର ବୋମା ପକାଇଥିଲା । ISIS-K ପାଶ୍ଚାତ୍ୟ ସମର୍ଥିତ ସରକାର ତଥା ତାଲିବାନ ସହିତ ଲଢୁଛି । କିନ୍ତୁ ଇରାକ ଓ ସିରିଆରେ କାର୍ଯ୍ୟ କରୁଥିବା ଆଇଏସ ସହ ଏହାର ସମ୍ପର୍କ ରହିଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ ।

ସୂଚନାଯୋଗ୍ୟ, ତାଲିବାନ ଛାଡିଥିବା ଆତଙ୍କୀଙ୍କୁ କମାଣ୍ଡର ଭାବରେ ନିଯୁକ୍ତ କରେ । ଉଜବେକିସ୍ତାନ, ତାଜିକ୍, ଭିଗର୍ ଏବଂ ଚେଞ୍ଚିଆର ଯୁବକମାନଙ୍କୁ ଭର୍ତ୍ତି କରେ । ଖୋରାସାନ୍ ଦଳ ଆଫଗାନିସ୍ତାନରେ ଏକ ନୂତନ ଠିକଣା ନିର୍ମାଣ କରିବାକୁ ଚେଷ୍ଟା କରୁଛି । ଆଇଏସଆଇଏସ-କେ ଗୋଷ୍ଠୀର ଅଲ କାଏଦା ସହିତ ସମ୍ପର୍କ ରହିଛି, ଯେଉଁଥିରେ ଅଲ କାଏଦା ଦ୍ୱାରା ତାଲିମ ପ୍ରାପ୍ତ ଆତଙ୍କୀ ମଧ୍ୟ ଅଛନ୍ତି ।

ଅଧିକ ପଢ଼ନ୍ତୁ:-ପିଶାଚ ପାଲଟିଲା ତାଲିବାନ! ମହିଳାଙ୍କ ମୃତଦେହ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରୁଛି ଆତଙ୍କୀ

ଅଧିକ ପଢ଼ନ୍ତୁ:-ତାଲିବାନକୁ ବଡ଼ ଝଟକା ଦେଲା ପଡ଼ୋଶୀ ଦେଶ, ପାକିସ୍ତାନ ସାମ୍ନାରେ ଖୋଲାଖୋଲି କହିଲା- ଆମେ ଦେବୁ ନାହିଁ ମାନ୍ୟତା

ଅଧିକ ପଢ଼ନ୍ତୁ:-ଦେଶରେ ବଢ଼ିଲା କୋରୋନା ସଙ୍କଟ: ଦିନକରେ ଚିହ୍ନଟ ହେଲା ୪୫ ହଜାରରୁ ଉର୍ଦ୍ଧ୍ୱ ମାମଲା, ଆଖି ବୁଜିଲେ ଏତିକି ସଂକ୍ରମିତ