ମୁକେଶ ଅମ୍ବାନୀଙ୍କୁ ହିଁ କୋଟି କୋଟି ଟଙ୍କାର ଚୂନା ଲଗାଇଲେ ଏହି ବ୍ୟକ୍ତି
Advertisement

ମୁକେଶ ଅମ୍ବାନୀଙ୍କୁ ହିଁ କୋଟି କୋଟି ଟଙ୍କାର ଚୂନା ଲଗାଇଲେ ଏହି ବ୍ୟକ୍ତି

ED ଅଭିଯୋଗ କରିଛି ଯେ କଲ୍ପେଶ ଦପ୍ତରୀ କିଛି ଲୋକଙ୍କ ସହ ମିଶି ସ୍ୱତନ୍ତ୍ର କୃଷି ଏବଂ ଗ୍ରାମ ଶିଳ୍ପ ଯୋଜନା ସହିତ ୧୩ଟି ଲାଇସେନ୍ସ ଜାଲିଆତି କରିଛନ୍ତି । ଏବଂ ସେଗୁଡ଼ିକୁ ହିନ୍ଦୁସ୍ତାନ କଣ୍ଟିନେଣ୍ଟାଲ୍ ଲିମିଟେଡ୍ ନାମକ କମ୍ପାନୀର ଚାଲାଣ ଅନ୍ତର୍ଗତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡକୁ ବିକ୍ରି କରିଦେଇଥିଲା ।

ମୁକେଶ ଅମ୍ବାନୀଙ୍କୁ ହିଁ କୋଟି କୋଟି ଟଙ୍କାର ଚୂନା ଲଗାଇଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ଏକ କମ୍ପାନୀ ଗଠନ କରି ବଡ଼ ବଡ଼ ଦାବି କରିଥିଲେ । ଏବଂ ସିଧାସଳଖ ମୁକେଶ ଅମ୍ୱାନୀ (Mukesh Ambani) ଙ୍କ ରିଲାଏନ୍ସ କମ୍ପାନୀ (RIL) କୁ ଚୂନା ଲଗାଇଦେଇଛନ୍ତି । ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଉକ୍ତ ବ୍ୟକ୍ତିଙ୍କ କମ୍ପାନୀର ୪.୮୭ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି । ଯେଉଁ ବ୍ୟକ୍ତି ଜଣଙ୍କ ଏହି ଘୋଟାଲାରେ ସଂପୃକ୍ତ ଅଛନ୍ତି ସେ ହେଉଛନ୍ତି କଲ୍ପେଶ ଦପ୍ତରୀ । ସେ ସଙ୍କଳ୍ପ କ୍ରିଏସନ୍ ପ୍ରାଇଭେଟ ଲିମିଟେଡ୍ ନାମକ କମ୍ପାନୀ ଖୋଲିଥିଲେ । କଲ୍ପେଶ ଦପ୍ତରୀ ଏହାର ନିର୍ଦ୍ଦେଶକ । ଜବତ କରାଯାଇଥିବା ସମ୍ପତ୍ତି ମଧ୍ୟରେ ମୁମ୍ବାଇ ସ୍ଥିତ ଏକ ବ୍ୟବସାୟିକ କମ୍ପ୍ଲେକ୍ସ ଏବଂ ରାଜକୋଟରେ ଅବସ୍ଥିତ ଚାରୋଟି ବ୍ୟବସାୟିକ କର୍ମଶାଳା ସାମିଲ ରହିଛି ।

ଅଧିକ ପଢ଼ନ୍ତୁ:-ଗାଦି ଛାଡିବା ପୂର୍ବରୁ ଚୀନକୁ ଆଉ ଏକ ବଡ଼ ଝଟକା ଦେଲେ ଟ୍ରମ୍ପ

ED ଅଭିଯୋଗ କରିଛି ଯେ କଲ୍ପେଶ ଦପ୍ତରୀ କିଛି ଲୋକଙ୍କ ସହ ମିଶି ସ୍ୱତନ୍ତ୍ର କୃଷି ଏବଂ ଗ୍ରାମ ଶିଳ୍ପ ଯୋଜନା ସହିତ ୧୩ଟି ଲାଇସେନ୍ସ ଜାଲିଆତି କରିଛନ୍ତି । ଏବଂ ସେଗୁଡ଼ିକୁ ହିନ୍ଦୁସ୍ତାନ କଣ୍ଟିନେଣ୍ଟାଲ୍ ଲିମିଟେଡ୍ ନାମକ କମ୍ପାନୀର ଚାଲାଣ ଅନ୍ତର୍ଗତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡକୁ ବିକ୍ରି କରିଦେଇଥିଲା । କଲ୍ପେଶଙ୍କ ସହ ଏହି ଘୋଟାଲାରେ ଅହମ୍ମଦ, ପୀୟୁଷ ବୀରମଗାମା, ବିଜୟ ଗଢ଼ିଆ ଆଦିଙ୍କ ନାମ ମଧ୍ୟ ନିଆଯାଉଛି ।

ଅଧିକ ପଢ଼ନ୍ତୁ:-ଆଉ ଏକ ଗୁଡ୍ ନ୍ୟୁଜ୍ ଦେଲା ରେଲୱେ! ଉପକୃତ ହେବେ ହଜାର ହଜାର ଯାତ୍ରୀ

ଇଡି ଅନୁଯାୟୀ, ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ୧୩ଟି ସ୍ୱତନ୍ତ୍ର କୃଷି ଏବଂ ଗ୍ରାମ ଶିଳ୍ପ ଯୋଜନା ଲାଇସେନ୍ସ ବିକ୍ରୟ ପାଇଁ ବିଭିନ୍ନ କମ୍ପାନୀର ଆକାଉଣ୍ଟରେ ୬.୮ କୋଟି ଟଙ୍କା ମିଳିଛି । ଏହି ପରିମାଣ ଅନେକ କମ୍ପାନୀରେ ପ୍ରସାରିତ ହୋଇଥିଲା । ଏହାର ଅର୍ଥ ଗୋଟିଏ କମ୍ପାନୀରୁ ଟଙ୍କା ଅନ୍ୟ କମ୍ପାନୀକୁ ତା’ପରେ କଲ୍ପେଶ ଦପ୍ତରୀ ଏବଂ ଅନ୍ୟମାନେ ଏହି ଟଙ୍କା ବ୍ୟବହାର କରିଥିଲେ ।