Viral Video: କମଲା ହାରିସ୍ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ସହ ହାତ ମିଳାଇବା ପରେ କପଡ଼ାରେ ପୋଛିଲେ, ହେଲା ହଙ୍ଗାମା
Advertisement
Article Detail0/zeeodisha/odisha906958

Viral Video: କମଲା ହାରିସ୍ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ସହ ହାତ ମିଳାଇବା ପରେ କପଡ଼ାରେ ପୋଛିଲେ, ହେଲା ହଙ୍ଗାମା

ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେ ଇନଙ୍କ ମଧ୍ୟରେ ନିକଟରେ ଏକ ବୈଠକ ହୋଇଥିଲା । ଏହି ବୈଠକ ପରେ ଯେତେବେଳେ ଦୁଇ ନେତା କ୍ୟାମେରା ଆଗରେ ହାତ ମିଳାଇଥିଲେ ସତେବେଳେ ହ୍ୟାରିସ୍ କିଛି ଅଜବ ପ୍ରତିକ୍ରିୟା ଦେଇ ବସିଥିଲେ । ହାତ ମିଳିବା ପରେ ସେ ତୁରନ୍ତ ନିଜ ପୋଷାକରୁ ପୋଛି ଦେଇଥିଲେ ।

Viral Video: କମଲା ହାରିସ୍ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ସହ ହାତ ମିଳାଇବା ପରେ କପଡ଼ାରେ ପୋଛିଲେ, ହେଲା ହଙ୍ଗାମା

ୱାଶିଂଟନ୍: ସୋସିଆଲ ମିଡିଆରେ (Social Media) ଭାଇରାଲ ହେଉଥିବା ଭିଡିଓ ପାଇଁ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କୁ (Kamala Harris) ଅନେକ ସମାଲୋଚନା କରାଯାଉଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେ-ଇନଙ୍କ (Moon Jae-in) ସହ ହାତ ମିଳାଇବା ପରେ ହ୍ୟାରିସ୍ ତୁରନ୍ତ ନିଜ ହାତକୁ ଟ୍ରାଉଜରରେ ପୋଛି ଦେଉଛନ୍ତି । ଆମେରିକାର ଉପରାଷ୍ଟ୍ରପତିଙ୍କ ଏହି କାର୍ଯ୍ୟକୁ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ବୋଲି କୁହାଯାଉଛି ।

ଅଧିକ ପଢ଼ନ୍ତୁ:-ମାଡ଼ି ଆସୁଛି ବାତ୍ୟା: ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେଲା 'ୟାସ୍', ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଜାରି

White House ରେ ହୋଇଥିଲା Meeting

ଭିଡିଓ ଭାଇରାଲ (Viral Video) ହେବା ପରେ କମଲା ହାରିସଙ୍କୁ (Kamala Harris) ସୋସିଆଲ ମିଡିଆରେ ଟାର୍ଗେଟ କରାଯାଇଛି । ସୋସିଆଲ ମିଡିଆ ବ୍ୟବହାରକାରୀ ବିଶେଷକରି ଦକ୍ଷିଣ କୋରିଆରୁ (South Korea) ଏହାକୁ ଅପମାନଜନକ ଆଚରଣ ଭାବରେ ପତିକ୍ରିୟା ଦେଉଛନ୍ତି । ହ୍ୱାଇଟ ହାଉସରେ କମଲା ହାରିସ୍ ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେଇ ଇନଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ଏହା ପରେ ଉଭୟ ନେତା ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ । ଶେଷରେ ଦୁହେଁ ଯେତେବେଳେ ହାତ ମିଳାଇଲେ, ହ୍ୟାରିସ୍ କିଛି ଅଜବ ପ୍ରତିକ୍ରିୟା ଦେଇ ବସିଥିଲେ ।

ଅଧିକ ପଢ଼ନ୍ତୁ:-LIC ଅଛି ତ ହୋଇଯାଆନ୍ତୁ ସାବଧାନ, ନ ହେଲେ ବୁଡ଼ି ଯିବ ଆପଣଙ୍କ ଟଙ୍କା!

#KamalaHarris (who is apparently doing most of #JoeBiden’s job) insults #SouthKorean President by wiping her hand off after shaking his hand. How can you do that knowing cameras are recording your every move? #moonjaein #southkorea #kamala #comeonman pic.twitter.com/w81ddravAE

Users ଏହିପରି କରୁଛନ୍ତି Harris ଙ୍କୁ ଟାର୍ଗେଟ୍

କ୍ୟାମେରା ଆଗରେ ଦୁଇ ନେତା ହାତ ମିଳାଇଥିଲେ, କିନ୍ତୁ ଏହାପରେ ଜଲ୍ଦି କମଲା ହାରିସ୍ ଏକ ଟ୍ରାଉଜରରେ ନିଜ ହାତ ପୋଛିବା ଆରମ୍ଭ କରିଥିଲେ । ତାଙ୍କର ଏହି କାର୍ଯ୍ୟ କ୍ୟାମେରାରେ କଏଦ ହୋଇଛି । ଯାହାକୁ ବର୍ତ୍ତମାନ ତୀବ୍ର ସମାଲୋଚନା କରାଯାଉଛି । ଏହି ଭିଡିଓ ଭାଇରାଲ ହେବା ମାତ୍ରେ କମଲା ହାରିସ ଅପମାନଜନକ ଓ ଲଜ୍ଜାଜନକ ଆଚରଣ କରିଥିବା ଅଭିଯୋଗ ହୋଇଛି । ଅନେକ ଉପଭୋକ୍ତା ଏହାକୁ ଜାତିଭିତ୍ତିକ ଘଟଣା ବୋଲି ମଧ୍ୟ କହିଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି ଯେ କମଲା ହାରିସ୍ ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନଙ୍କ ସହ ହାତ ମିଳାଇବା ପରେ ହାତ ପୋଛିଛନ୍ତି! ଏହା ଅତ୍ୟନ୍ତ ଲଜ୍ଜାଜନକ ଘଟଣା ।

ଅଧିକ ପଢ଼ନ୍ତୁ:-୪୦ ଦିନ ପରେ ଦେଶରେ ୨ ଲକ୍ଷରୁ କମ୍ ମାମଲା ଚିହ୍ନଟ, ଦିନକରେ ଆଖି ବୁଜିଲେ ଏତିକି ସଂକ୍ରମିତ

Viral Video ରେ କୌଣସି ଅଧିକାରିକ ପତ୍ରୀକ୍ରିୟା ଆସିନାହିଁ

ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ଏହି ବୈଠକ ବିଷୟରେ କହିଛନ୍ତି ଯେ ମୁନ ଜେ ଇନଙ୍କ ସହ ଏହି ବୈଠକରେ ସେ ବିଶ୍ୱ ସ୍ୱାସ୍ଥ୍ୟ, ଉତ୍ତର କୋରିଆ ଓ ପ୍ରବାସୀମାନଙ୍କ ବିଷୟରେ ଆଲୋଚନା କରିଛନ୍ତି । ଯେଉଁଥିରେ ମୁଖ୍ୟତଃ ଗୁଆଟେମାଲା, ଏଲ ସାଲଭାଡୋର ଓ ହୋଣ୍ଡୁରାସରୁ ଆସିଥିବା ବେଆଇନ ସମସ୍ୟା ମଧ୍ୟ ରହିଥିଲା । ତେବେ ଭାଇରାଲ ଭିଡିଓ ବିଷୟରେ ସେ ଏପର୍ଯ୍ୟନ୍ତ କିଛି କହି ନାହାଁନ୍ତି । କିମ୍ବା ତାଙ୍କ କାର୍ଯ୍ୟାଳୟରୁ କୌଣସି ଅଧିକାରିକ ପ୍ରତିକ୍ରିୟା ଆସିନାହିଁ।