LIC ଅଛି ତ ହୋଇଯାଆନ୍ତୁ ସାବଧାନ, ନ ହେଲେ ବୁଡ଼ି ଯିବ ଆପଣଙ୍କ ଟଙ୍କା!
Advertisement

LIC ଅଛି ତ ହୋଇଯାଆନ୍ତୁ ସାବଧାନ, ନ ହେଲେ ବୁଡ଼ି ଯିବ ଆପଣଙ୍କ ଟଙ୍କା!

କିଛି ଠକମାନେ LIC ଅଧିକାରୀ, ଏଜେଣ୍ଟ କିମ୍ବା ବୀମା ନିୟନ୍ତ୍ରକ IRDA ଅଧିକାରୀ ହୋଇ ଗ୍ରାହକଙ୍କୁ ଫୋନ କରୁଛନ୍ତି । ଏହି କଲରେ ସେମାନେ ବୀମା ପଲିସି ସହିତ ଜଡିତ ଲାଭକୁ ବଢ଼ାଇଚଢ଼ାଇ କହନ୍ତି । ଏହି ଉପାୟରେ ସେମାନେ ଗ୍ରାହକଙ୍କୁ ବର୍ତ୍ତମାନ ପୋଲିସି ସରେଣ୍ଡର କରିବାକୁ ପ୍ରବର୍ତ୍ତାନ୍ତି ।

LIC ଅଛି ତ ହୋଇଯାଆନ୍ତୁ ସାବଧାନ, ନ ହେଲେ ବୁଡ଼ି ଯିବ ଆପଣଙ୍କ ଟଙ୍କା!

ନୂଆଦିଲ୍ଲୀ: କୋରୋନା କାଳରେ ଲୋକଙ୍କ ସହ ଠକାମିର ଘଟଣା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ବ୍ୟାଙ୍କଗୁଡିକ ପରେ ବର୍ତ୍ତମାନ ଲୋକଙ୍କ LIC ପଲିସିର ଟଙ୍କାକୁ ଠକିବାରେ ଲାଗିଛନ୍ତି କିଛି ଠକ ।  ଗତ କିଛି ଦିନ ହେବ ଏଭଳି ଘଟଣା ବୃଦ୍ଧି ପାଇଛି । ସେଥିପାଇଁ ଭାରତୀୟ ଜୀବନ ବୀମା ନିଗମ (LIC-Life Insurance Corporation of India) ନିଜ ଗ୍ରାହକଙ୍କୁ ଠକାମିରୁ ରକ୍ଷା ପାଇବା ପାଇଁ ସତର୍କ ସୂଚନା ଜାରି କରିଛି । LIC ଅନୁଯାୟୀ ଗ୍ରାହକଙ୍କୁ ସେମାନଙ୍କ ମୋବାଇଲ୍ ଫୋନ୍ କିମ୍ୱା ଲ୍ୟାଣ୍ଡଲାଇନକୁ କଲ କରି ଭ୍ରମିତ କରାଯାଉଛି । କିଛି ଠକମାନେ LIC ଅଧିକାରୀ, ଏଜେଣ୍ଟ କିମ୍ବା ବୀମା ନିୟନ୍ତ୍ରକ IRDA ଅଧିକାରୀ ହୋଇ ଗ୍ରାହକଙ୍କୁ ଫୋନ କରୁଛନ୍ତି । ଏହି କଲରେ ସେମାନେ ବୀମା ପଲିସି ସହିତ ଜଡିତ ଲାଭକୁ ବଢ଼ାଇଚଢ଼ାଇ କହନ୍ତି । ଏହି ଉପାୟରେ ସେମାନେ ଗ୍ରାହକଙ୍କୁ ବର୍ତ୍ତମାନ ପୋଲିସି ସରେଣ୍ଡର କରିବାକୁ ପ୍ରବର୍ତ୍ତାନ୍ତି ।

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର!

ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିଷୟ…

LIC ନିଜର ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ କହିଛି ଯେ, ଯଦି କେହି ବୀମା ପଲିସି ବିଷୟରେ ଫୋନ କରନ୍ତି ଏବଂ ସେମାନେ ନିଜକୁ LIC ଅଧିକାରୀ, ଏଜେଣ୍ଟ, IRDAI ଅଧିକାରୀ, ECI (ଅଫିସ୍ ଅଫ୍ ଏକଜିକ୍ୟୁଟିଭ୍ କାଉନସିଲ୍ ଅଫ୍ ଇନସୁରାନ୍ସ) ବୋଲି କହି କିଛି ବଡ଼ ଲାଭ ସହ ପଲିସି ବିଷୟରେ କହୁଛନ୍ତି ତେବେ ଏପରି ଫୋନ କଲରୁ ସାବଧାନ ରୁହନ୍ତୁ ।

LIC ଅନୁଯାୟୀ ଗ୍ରାହକଙ୍କୁ ମୋବାଇଲ୍ ଫୋନ୍ ଓ ଲ୍ୟାଣ୍ଡଲାଇନକୁ କଲ କରି ବିଭ୍ରାନ୍ତ କରାଯାଉଛି । ପୋଲିସି ସରେଣ୍ଡର କରାଇ ଭଲ ରିଟର୍ଣ୍ଣ ପାଇବାର ଲୋଭ ଦେଇ କିଛି ଗ୍ରାହକଙ୍କଠାରୁ ଭଲ ରାଶି ମଧ୍ୟ ଆଦାୟ କରାଯାଇଛି । ଯେତେବେଳେ କି, କିଛି ଗ୍ରାହକଙ୍କ ଦ୍ୱାରା ସରେଣ୍ଡର କରାଯାଇଥିବା ଅର୍ଥ ମିଥ୍ୟା ପ୍ରତିଶ୍ରୁତି ଦେଇ ଅନ୍ୟତ୍ର ନିବେଶ କରାଇ ଦିଆଯାଇଛି । ଏହିପରି ଭାବରେ କମ୍ପାନୀର ପ୍ରତିନିଧୀ ହୋଇ ପୋଲିସି ହୋଲ୍ଡର୍ସଙ୍କୁ ବିଭ୍ରାନ୍ତ କରାଯାଉଛି ।

ଅଧିକ ପଢ଼ନ୍ତୁ:-ରେଲୱେ ବାତିଲ କଲା ଆହୁରି ୨୧ଟି ପ୍ରମୁଖ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

LIC ନିଜ ତରଫରୁ ଜାରି କରାଯାଇଥିବା ଆଲର୍ଟରେ ସ୍ପଷ୍ଟ ଭାବରେ କହିଛି ଯେ, ଗ୍ରାହକଙ୍କୁ କୌଣସି ପୋଲିସି ସରେଣ୍ଡର କରିବାକୁ କମ୍ପାନୀ ପରାମର୍ଶ ଦେଉନାହିଁ ।  ଅଚିହ୍ନା ନମ୍ବରରୁ ଆସୁଥିବା ଫୋନ୍ କଲକୁ ନ ଧରିବା ପାଇଁ କମ୍ପାନୀ ଗ୍ରାହକଙ୍କୁ ନିବେଦନ କରିଛି । LIC ଗ୍ରାହକଙ୍କୁ ପରାମର୍ଶ ଦେଇଛି ଯେ ସେମାନେ LICର ଅଫିସିଆଲ୍ ୱେବସାଇଟରେ ସେମାନଙ୍କର ପୋଲିସି ପଞ୍ଜିକରଣ କରାନ୍ତୁ ଏବଂ ସେଠାରେ ସମସ୍ତ ସୂଚନା ପାଇଁ ପାରିବେ ।

ଅଧିକ ପଢ଼ନ୍ତୁ:-କୋରୋନା ପ୍ରାକୃତିକ ନା ଲ୍ୟାବରେ ହୋଇଛି ପ୍ରସ୍ତୁତ? ଉତ୍ତର ରଖିଲେ ଆମେରିକୀୟ ବିଶେଷଜ୍ଞ ଫାଉଚି

ଠକାମିରୁ ରକ୍ଷା ପାଇବା ପାଇଁ ଟିପ୍ସ 

ଯଦି ଆପଣ ପଲିସି ବିଷୟରେ କୌଣସି ସୂଚନା ଆବଶ୍ୟକ କରନ୍ତି, ତେବେ LIC ର ଅଫିସିଆଲ୍ ୱେବସାଇଟ୍ www.licindia.in କୁ ଯାଆନ୍ତୁ । କୌଣସି ନମ୍ବରକୁ କଲ କରି ପଲିସି ବିଷୟରେ ସୂଚନା ନିଅନ୍ତୁ ନାହିଁ । ଏହା ବ୍ୟତୀତ, ଯଦି କୌଣସି ଫେକ୍ କଲ ଆସେ, ତେବେ ଆପଣଙ୍କର ନିକଟତମ ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରନ୍ତୁ । ଏହା ବ୍ୟତୀତ ଆପଣ spuriouscalls@licindia.com କୁ ଏହି ଲିଙ୍କ୍ ପଠାଇ ରିପୋର୍ଟ କରିପାରିବେ । ଏହା ବ୍ୟତୀତ, ଯଦି କୌଣସି ଗ୍ରାହକଙ୍କୁ କିଛି ବିଭ୍ରାନ୍ତିକର କଲ ଆସୁଛି, ସେମାନେ co_crm_fb @ licindiaକୁ ଇମେଲ କରି ଅଭିଯୋଗ ଦାଖଲ କରିପାରିବେ । ଅଜ୍ଞାତ ନମ୍ୱରରେ ଅଧିକ କଥାବାର୍ତ୍ତା କରନ୍ତୁ ନାହିଁ, ଏହା ବ୍ୟତୀତ ଆପଣଙ୍କର କୌଣସି ବିବରଣୀ ସେୟାର କରନ୍ତୁ ନାହିଁ । ପଲିସି ସରେଣ୍ଡର ବିଷୟରେ ଆପଣ କାହାକୁ ଜଣାଇବା ଉଚିତ୍ ନୁହେଁ । ଏହା ବ୍ୟତୀତ, ଯଦି କେହି ଆପଣଙ୍କୁ ଅଧିକ ଲାଭ ଦେବା ବିଷୟରେ କଥାବାର୍ତ୍ତା କରନ୍ତି ତେବେ ତାଙ୍କୁ କୌଣସି ସୂଚନା ଦିଅନ୍ତୁ ନାହିଁ । ଫୋନ୍ କରିଥିବା ବ୍ୟକ୍ତିଙ୍କ ସହିତ ଆପଣଙ୍କର ପଲିସି ବିବରଣୀ କିମ୍ବା ଅନ୍ୟ କୌଣସି ସୂଚନା କେବେବି ସେୟାର କରନ୍ତୁ ନାହିଁ ।