ସାରା ଦେଶରେ କୋରୋନା ଭୂତାଣୁର ପ୍ରକୋପ ଜାରି ରହିଛି । ଏହି ସମୟରେ ବଲିଉଡର ବହୁ ତାରକା ମଧ୍ୟ କୋଭିଡ ପଜିଟିଭ ହେଉଛନ୍ତି । ଏହି କ୍ରମରେ ଏବେ ଅଭିନେତ୍ରୀ କଙ୍ଗନା ରାନାୱତ (Kangana Ranaut) ମଧ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି । କଙ୍ଗନା ରାନାୱତ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଛନ୍ତି ଏବଂ ସେ କୋଭିଡ ପଜିଟିଭ ବୋଲି ପ୍ରଶଂସକଙ୍କୁ କହିଛନ୍ତି । ସେ ନିଜକ
Trending Photos
ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ଭୂତାଣୁର ପ୍ରକୋପ ଜାରି ରହିଛି । ଏହି ସମୟରେ ବଲିଉଡର ବହୁ ତାରକା ମଧ୍ୟ କୋଭିଡ ପଜିଟିଭ ହେଉଛନ୍ତି । ଏହି କ୍ରମରେ ଏବେ ଅଭିନେତ୍ରୀ କଙ୍ଗନା ରାନାୱତ (Kangana Ranaut) ମଧ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି । କଙ୍ଗନା ରାନାୱତ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଛନ୍ତି ଏବଂ ସେ କୋଭିଡ ପଜିଟିଭ ବୋଲି ପ୍ରଶଂସକଙ୍କୁ କହିଛନ୍ତି । ସେ ନିଜକୁ ହୋମ୍ କ୍ୱାରଣ୍ଟିନ କରିଛନ୍ତି । କଙ୍ଗନା ରାନାୱତ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ସେ ଏହି ଭୂତାଣୁକୁ ନଷ୍ଟ କରିଦେବେ ଏବଂ ସେ ଏହାକୁ ଏକ ଛୋଟ ଫ୍ଲୁ ବୋଲି କହିଛନ୍ତି ।
ଅଧିକ ପଢ଼ନ୍ତୁ:-ଦିନକରେ ରେକର୍ଡ ୪୧୮୭ ମୃତ୍ୟୁ, ୪ ଲକ୍ଷରୁ ଉର୍ଦ୍ଧ୍ୱ ନୂଆ ସଂକ୍ରମିତ ଚିହ୍ନଟ
କଙ୍ଗନା ରାନାୱତ (Kangana Ranaut) ତାଙ୍କର ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଧ୍ୟାନ କରୁଥିବା ଦେଖାଯାଉଛି । ଫଟୋର କ୍ୟାପସନରେ କଙ୍ଗନା ରାନାୱତ ଲେଖିଛନ୍ତି, "ମୁଁ ଗତ କିଛି ଦିନ ହେବ ଆଖିରେ ସାମାନ୍ୟ ଜ୍ୱଳା ଅନୁଭବ କରିବା ସହ କ୍ଳାନ୍ତ ଓ ଦୁର୍ବଳ ଅନୁଭବ କରୁଥିଲି, ହିମାଚଳ ଯିବାକୁ ଚିନ୍ତା କରୁଥିଲି ତେଣୁ ଗତକାଲି ମୋର ଟେଷ୍ଟ କରାଇଥିଲି ଓ ରେଜଲ୍ଟ ଆଜି ଆସିଛି ଯେ ମୁଁ କୋଭିଡ ପଜିଟିଭ୍ ଅଛି ।"
ଅଧିକ ପଢ଼ନ୍ତୁ:-ଲୁଣ ଖାଇବାକୁ ନେଇ ଗାଇଡଲାଇନ ଜାରି କଲା WHO, ଆପଣ ଯଦି ଦିନରେ ୫ ଗ୍ରାମରୁ ଅଧିକ ଖାଉଛନ୍ତି ତେବେ ଶରୀରର ଏହି ଅଙ୍ଗ ହୋଇଯିବ ନଷ୍ଟ
କଙ୍ଗନା ଲେଖିଛନ୍ତି, "ମୁଁ ନିଜକୁ କ୍ୱାରଣ୍ଟିନ କରିସାରିଛି, ମୋର କୌଣସି ଧାରଣା ନଥିଲା ଯେ ଏହି ଭୂତାଣୁ ମୋ ଶରୀରରେ ପାର୍ଟି କରୁଛି, ବର୍ତ୍ତମାନ ମୁଁ ଜାଣେ ଯେ ମୁଁ ଏହାକୁ ନଷ୍ଟ କରିଦେବି, ମୁଁ ଆପଣଙ୍କୁ ଅପିଲ କରୁଛି ଯେ କାହାକୁ ମଧ୍ୟ ଆପଣଙ୍କ ଉପରେ ପ୍ରଭୁତ୍ୱ ବିସ୍ତାର କରିବାକୁ ଦିଅନ୍ତୁ ନାହିଁ, ଯଦି ଆପଣ ଭୟ କରିବେ ତେବେ ଏହା ଆପଣଙ୍କୁ ଆହୁରି ଅଧିକ ଡରାଇବେ । ଚାଲନ୍ତୁ ଏହି କୋଭିଡ-19କୁ ନଷ୍ଟ କରିଦେବା, ଏହା ଏକ ଛୋଟ ଫ୍ଲୁ ବ୍ୟତୀତ ଆଉ କିଛି ନୁହେଁ ଯାହାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।"
ଅଧିକ ପଢ଼ନ୍ତୁ:-ଓଡିଶା ତିଆରି କରିବ କୋରୋନା ସଂଜିବନୀ
ଅଭିନେତ୍ରୀ ଲେଖିଛନ୍ତି ଯେ, "ବର୍ତ୍ତମାନ ଏହା ଲୋକଙ୍କୁ ଭୟଭୀତ କରୁଛି । ହର ହର ମହାଦେବ ।" ଏଠାରେ କହି ରଖୁଛୁ ଯେ, ନିକଟରେ କଙ୍ଗନା ରାନାୱତଙ୍କ ଟ୍ୱିଟର ହ୍ୟାଣ୍ଡେଲ ତାଙ୍କ ଆପତ୍ତିଜନକ ବୟାନ କାରଣରୁ ନିଲମ୍ବିତ ହୋଇଛି । ବର୍ତ୍ତମାନ ଇନଷ୍ଟାଗ୍ରାମ ମାଧ୍ୟମରେ କଙ୍ଗନା ତାଙ୍କ ପ୍ରଶଂସକଙ୍କ ସହ ଜଡ଼ି ହୋଇରହିଛି । ପଶ୍ଚିମବଙ୍ଗର ଲୋକଙ୍କୁ ଉତ୍ତେଜିତ କରିବା ପାଇଁ ତାଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରାଯାଇଥିଲା, ଏହାର ଉତ୍ତରରେ କଙ୍ଗନା ରାନାୱତ ନିକଟରେ ମମତା ବାନାର୍ଜୀଙ୍କୁ ରକ୍ତ ତୃଷାର୍ତ୍ତ ବୋଲି କହିଥିଲେ ।