ନୂଆ ବର୍ଷ ପୂର୍ବରୁ ଏହି ରାଜ୍ୟର ଅତିଥି ଓ କଣ୍ଟ୍ରାକଚୁଆଲ ଶିକ୍ଷକଙ୍କ ପାଇଁ ଖୁସି ଖବର, ବଢ଼ିବ ଦରମା
Advertisement
Article Detail0/zeeodisha/odisha1054546

ନୂଆ ବର୍ଷ ପୂର୍ବରୁ ଏହି ରାଜ୍ୟର ଅତିଥି ଓ କଣ୍ଟ୍ରାକଚୁଆଲ ଶିକ୍ଷକଙ୍କ ପାଇଁ ଖୁସି ଖବର, ବଢ଼ିବ ଦରମା

ଦିଲ୍ଲୀର ଅତିଥି ଶିକ୍ଷକ ସଂଘର ଏକ ପ୍ରତିନିଧୀ ଦଳ ବୁଧବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ (Manish Sisodia) ଙ୍କୁ ଭେଟି ଦିଲ୍ଲୀର ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅତିଥି ଶିକ୍ଷକଙ୍କ ତରଫରୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ନୂଆ ବର୍ଷ ପୂର୍ବରୁ ଏହି ରାଜ୍ୟର ଅତିଥି ଓ କଣ୍ଟ୍ରାକଚୁଆଲ ଶିକ୍ଷକଙ୍କ ପାଇଁ ଖୁସି ଖବର, ବଢ଼ିବ ଦରମା

ନୂଆଦିଲ୍ଲୀ: Salary Hike of Delhi Guest Teachers: ଦିଲ୍ଲୀର ସରକାରୀ ବିଦ୍ୟାଳୟଗୁଡ଼ିକର ଅତିଥି ଶିକ୍ଷକମାନଙ୍କ (Guest Teachers) ଦରମା ବୃଦ୍ଧି କରିବାକୁ ଦିଲ୍ଲୀ ସରକାର (Delhi government) ଡାଇରେକ୍ଟେଟ୍ ଅଫ୍ ଏଜୁକେଶନକୁ ଆଦେଶ ଦେଇଛନ୍ତି । ଏହି ଆଦେଶ କେବଳ ଅତିଥି ଶିକ୍ଷକମାନଙ୍କ ପାଇଁ ନୁହେଁ ବରଂ ଚୁକ୍ତିନାମା ଆଧାରରେ କାର୍ଯ୍ୟ କରୁଥିବା ଶିକ୍ଷକମାନଙ୍କ (Contractual Teacher) ପାଇଁ ମଧ୍ୟ ଲାଗୁ ହେବ । ଏ ବାବଦରେ ଏକ ସରକାରୀ ଆଦେଶ ଜାରି କରାଯାଇଛି । ଏନେଇ ରାଜ୍ୟ ଶିକ୍ଷା ମନ୍ତ୍ରୀ ମନୀଷ ସିସସୋଦିଆ (Delhi Education Minister Manish Sisodia) ସୋସିଆଲ ମିଡିଆରେ ସୂଚନା ପ୍ରଦାନ କରିଛନ୍ତି ।

ଶିକ୍ଷକମାନଙ୍କ ସହିତ ସାକ୍ଷାତ ପରେ ନିଆଗଲା ନିଷ୍ପତ୍ତି

ଦିଲ୍ଲୀର ଅତିଥି ଶିକ୍ଷକ ସଂଘର ଏକ ପ୍ରତିନିଧୀ ଦଳ ବୁଧବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ (Manish Sisodia) ଙ୍କୁ ଭେଟି ଦିଲ୍ଲୀର ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅତିଥି ଶିକ୍ଷକଙ୍କ ତରଫରୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

କେବଳ ଏତିକି ନୁହେଁ, ଏହି ବିଷୟରେ ପ୍ରକାଶିତ ବୟାନରେ ମଧ୍ୟ କୁହାଯାଇଛି ଯେ ଶିକ୍ଷକମାନେ ବିଦ୍ୟାଳୟର ଛାତ୍ରମାନଙ୍କ ସହିତ ଶିକ୍ଷାଦାନ ଓ ଶିକ୍ଷଣର ନିଜର ଅନୁଭବ ମଧ୍ୟ ବାଣ୍ଟିଛନ୍ତି । ଏହି ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ।

ସରକାରଙ୍କ ବୟାନ

ଦିଲ୍ଲୀ ସରକାର ଦେଇଥିବା ବୟାନରେ କୁହାଯାଇଛି, ଦିଲ୍ଲୀ ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଅତିଥି ଶିକ୍ଷକମାନଙ୍କୁ କୃତଜ୍ଞତା ଜଣାଇ କେଜ୍ରିୱାଲ ସରକାର ସେମାନଙ୍କ ଦରମା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନୂଆ ବର୍ଷ ପୂର୍ବରୁ ଏହା ସେମାନଙ୍କ ପାଇଁ ଏକ ଉପହାର ହେବ ଓ ମହାମାରୀ ସମୟରେ ସେମାନଙ୍କୁ ଆବଶ୍ୟକୀୟ ରିହାତି ପ୍ରଦାନ କରିବ ।

ଏଥିପାଇଁ ଦରମା ବୃଦ୍ଧି ପାଇଁ ନିଆଗଲା ନିଷ୍ପତ୍ତି

ଏହି ବୟାନ ଅନୁଯାୟୀ, ମୁଦ୍ରାସ୍ଫୀତି ଓ ଜୀବନଧାରଣର ମୂଲ୍ୟ ବୃଦ୍ଧି ଓ କୋଭିଡ-19 କାରଣରୁ ପରିବାର ସମ୍ମୁଖୀନ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଅତିଥି ଓ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଦରମା ବୃଦ୍ଧି କରିବାକୁ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । 

ଏହା ବି ପଢ଼ନ୍ତୁ:-ଜାନୁଆରୀ ୧ରୁ ବଦଳିଯିବ ଡେବିଟ୍ ଓ କ୍ରେଡିଟ୍ କାର୍ଡର ପେମେଣ୍ଟ ପଦ୍ଧତି, ଜାଣି ନିଅନ୍ତୁ RBI ର ନୂତନ ନିୟମ ବିଷୟରେ...

ଏହା ବି ପଢ଼ନ୍ତୁ:-ଓମିକ୍ରନରୁ ରକ୍ଷା ପାଇବା ପାଇଁ ରହିଛି କେବଳ ଦୁଇଟି ଉପାୟ! AIIMS ନିର୍ଦ୍ଦେଶକ ଦେଲେ ଚେତାବନୀ

ଏହା ବି ପଢ଼ନ୍ତୁ:-୨ଟା ବିବାହ: ଗୋଟିଏ ସମାଜକୁ ଦେଉଛି ନିଆରା ବାର୍ତ୍ତା, ଅନ୍ୟଟି ବଖାଣୁଛି ଯୌତୁକର ବ୍ୟାଥା

ଏହା ବି ପଢ଼ନ୍ତୁ:-ରାଜ୍ୟରେ ଆଉ ୨ ଓମିକ୍ରନ ସଂକ୍ରମିତ ଚିହ୍ନଟ

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ପୁଣି ବୃଦ୍ଧି: ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୪୩୪ ସଂକ୍ରମିତ