LPG ଉପରେ ମିଳୁଥିବା ସବସିଡି ହେବ ବନ୍ଦ! ଜାଣନ୍ତୁ ଏପରି କ'ଣ କରିଛନ୍ତି ମୋଦି ସରକାର
Advertisement
Article Detail0/zeeodisha/odisha845628

LPG ଉପରେ ମିଳୁଥିବା ସବସିଡି ହେବ ବନ୍ଦ! ଜାଣନ୍ତୁ ଏପରି କ'ଣ କରିଛନ୍ତି ମୋଦି ସରକାର

ଗତ ବର୍ଷ ମଧ୍ୟ ଏଲପିଜି ମୂଲ୍ୟରେ କ୍ରମାଗତ ବୃଦ୍ଧି ଘଟିଥିଲା । ପେଟ୍ରୋଲ ଦର (Petrol Price) ବୃଦ୍ଧି ତୁଳନାରେ ଦେଖିବା ତ ଏହା କମ୍ ଅଟେ । ଆସନ୍ତା ବର୍ଷ ମଧ୍ୟ ସମାନ ପରିସ୍ଥିତି ଦେଖାଯାଇପାରେ ।

LPG ଉପରେ ମିଳୁଥିବା ସବସିଡି ହେବ ବନ୍ଦ! ଜାଣନ୍ତୁ ଏପରି କ'ଣ କରିଛନ୍ତି ମୋଦି ସରକାର

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରଣାଳୟ (Finance Ministry) ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପେଟ୍ରୋଲିୟମ ସବସିଡି ୧୨,୯୯୫ କୋଟି ଟଙ୍କାକୁ ହ୍ରାସ କରିଛି । ସେହିପରି ଏହି ବଜେଟରେ କେନ୍ଦ୍ର ସରକାର (Central Government) କହିଛନ୍ତି ଯେ ଉଜ୍ଜ୍ୱଳା ଯୋଜନା ଅଧୀନରେ ହିତାଧିକାରୀଙ୍କ ସଂଖ୍ୟା ଏକ କୋଟିକୁ ବୃଦ୍ଧି କରାଯିବ । ସରକାର ଆଶା କରୁଛନ୍ତି ଯେ ଏଲପିଜି ସିଲିଣ୍ଡର (LPG Cylinder) ର ମୂଲ୍ୟ ବୃଦ୍ଧି କରିବାରୁ ସବସିଡି (Subsidy) ବୋଝ ହ୍ରାସ ହେବ । ମିଣ୍ଟ ରିପୋର୍ଟ ଅନୁଯାୟୀ, ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ସରକାର ସବସିଡି ଶେଷ କରିବା ଦିଗରେ ଆଗକୁ ବଢୁଛନ୍ତି । ଏହି କାରଣରୁ କିରୋସିନ (kerosene) ଓ ଏଲପିଜି  ମୂଲ୍ୟ (LPG) କ୍ରମାଗତ ଭାବେ ବୃଦ୍ଧି ପାଉଛି ।

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ମିଳିଲା ବଡ଼ ରିହାତି, ସାମ୍ନାକୁ ଆସିଲା ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା

ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଗତ ବର୍ଷ ମଧ୍ୟ ଏଲପିଜି ମୂଲ୍ୟରେ କ୍ରମାଗତ ବୃଦ୍ଧି ଘଟିଥିଲା । ପେଟ୍ରୋଲ ଦର (Petrol Price) ବୃଦ୍ଧି ତୁଳନାରେ ଦେଖିବା ତ ଏହା କମ୍ ଅଟେ । ଆସନ୍ତା ବର୍ଷ ମଧ୍ୟ ସମାନ ପରିସ୍ଥିତି ଦେଖାଯାଇପାରେ । କେବଳ ଖୁଚୁରା ଇନ୍ଧନ ବିକ୍ରେତାମାନେ ଏଲପିଜି ସିଲିଣ୍ଡରର ମୂଲ୍ୟ ସଂଶୋଧନ କରନ୍ତି । LPG ର ଅନ୍ତର୍ଜାତୀୟ ମାନଦଣ୍ଡ ଓ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଉପରେ ନିର୍ଭର କରେ । ସରକାର ଏଲପିଜି ପାଇଁ ସବସିଡି ରାଶି ସିଧାସଳଖ ହିତାଧିକାରୀ ଆକାଉଣ୍ଟକୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଅନ୍ତର୍ଗତ ପଠାନ୍ତି, ଅନ୍ୟପଟେ କିରୋସିନ ସର୍ବସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ରିହାତି ମୂଲ୍ୟରେ ବିକ୍ରି ହୁଏ ।

ଅଧିକ ପଢ଼ନ୍ତୁ:-ଆନାକୋଣ୍ଡା-ଶେଷନାଗ ପରେ ରେଲୱେ ଚଳାଇଲା ଦୀର୍ଘତମ ଟ୍ରେନ୍ ବାସୁକି, ଜାଣନ୍ତୁ ଏହାର ବିଶେଷତା

୧୫ ତମ ଅର୍ଥ ଆୟୋଗର ରିପୋର୍ଟରେ କୁହାଯାଇଛି, 'ଏହି ପଦକ୍ଷେପ ପରେ ପେଟ୍ରୋଲିୟମ ସବସିଡି ମାଧ୍ୟମରେ ରାଜସ୍ୱ ପ୍ରାପ୍ତ ୨୦୧୧-୧୨ରେ ୯.୧ ପ୍ରତିଶତର ତୁଳନାରେ ହ୍ରାସ ଘଟି ଆର୍ଥିକ ବର୍ଷ ୨୦୧୮-୧୯ ରେ ଏହା ୧.୬ ପ୍ରତିଶତରେ ଆସିଯାଇଛି । ଜିଡିପି ଦୃଷ୍ଟିରୁ ଏହା ୦.୮ ପ୍ରତିଶତରୁ ୦.୧ ପ୍ରତିଶତକୁ ଖସି ଆସିଛି । ଏଥି ସହିତ ୨୦୧୧-୧୨ରେ କିରୋସିନ ସବସିଡି ୨୮,୨୧୫ କୋଟି ଟଙ୍କା ଥିଲା, ଯାହା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଆକଳନରେ ୩,୬୫୯ କୋଟି ଟଙ୍କାକୁ ଖସି ଆସିଛି ।

ଅଧିକ ପଢ଼ନ୍ତୁ:-ଏହି ମାସରେ ମିଳିବ ମହଙ୍ଗା ଭତ୍ତା! କେନ୍ଦ୍ର କର୍ମଚାରୀଙ୍କ ବଢ଼ିବ ଦରମା

ଅର୍ଥ ଆୟୋଗ ଏହାର ରିପୋର୍ଟରେ ଦର୍ଶାଇଛନ୍ତି ଯେ ଉଜ୍ଜ୍ୱଳା ଯୋଜନା ଏଲପିଜି ସବସିଡିର ଭାର ବଢାଇପାରେ । କିନ୍ତୁ ସବସିଡି ଯୋଜନା କେବଳ ଗରିବ ଶ୍ରେଣୀର ଲୋକଙ୍କ ମଧ୍ୟରେ ସୀମିତ ରହିଥାଏ କିମ୍ବା ସବସିଡିଯୁକ୍ତ ସିଲିଣ୍ଡର ସଂଖ୍ୟାକୁ ହ୍ରାସ କରି ଏହି ଭାର ହ୍ରାସ କରାଯାଇପାରେ । ଉଲ୍ଲେଖନୀୟ କଥା ହେଉଛି, ଉଜ୍ଜ୍ୱଳା ଯୋଜନା ୧ ମଇ ୨୦୧୬ରେ ଆରମ୍ଭ କରାଯାଇଥିଲା । ଏହି ଯୋଜନା ଅଧୀନରେ ଗରିବ ଶ୍ରେଣୀର ତଳେ ରହୁଥିବା ପରିବାରମାନଙ୍କୁ ଏଲପିଜି ସଂଯୋଗ ପାଇଁ ୧,୬୦୦ ଟଙ୍କା ଦିଆଯାଉଛି ।