ଏଣିକି ଋଷ ଉପରେ କାଳ ହୋଇ ବର୍ଷିବ 'ଭୂତ ଡ୍ରୋନ', ୟୁକ୍ରେନ ପାଇଁ ଆମେରିକା ତିଆରି କଲା ଏହି ଖାସ୍ ଅସ୍ତ୍ର
Advertisement
Article Detail0/zeeodisha/odisha1163044

ଏଣିକି ଋଷ ଉପରେ କାଳ ହୋଇ ବର୍ଷିବ 'ଭୂତ ଡ୍ରୋନ', ୟୁକ୍ରେନ ପାଇଁ ଆମେରିକା ତିଆରି କଲା ଏହି ଖାସ୍ ଅସ୍ତ୍ର

Phoenix Ghost Drones, Russia-Ukraine War: ଏହି ଡ୍ରୋନର ନାମ ହେଉଛି ଫିନିକ୍ସ ଘୋଷ୍ଟ ଟ୍ୟାକ୍ଟିକାଲ୍ ଅନମେଣ୍ଡ ଏରିଆଲ୍ ସିଷ୍ଟମ୍ (Phoenix Ghost Tactical Unmanned Aerial Systems) । ୟୁକ୍ରେନର ଡୋନବାସ୍ ଅଞ୍ଚଳରେ ପ୍ରଥମେ ବ୍ୟବହୃତ ହେବାର ସମ୍ଭାବନା ଅଛି । ସମତଳ ଭୂମିରେ ଟାର୍ଗେଟ କରିବା ପାଇଁ ଏବା ହେଉଛି ସର୍ବୋତ୍ତମ ବାୟୁ ଆକ୍ରମଣକାରୀ ଅସ୍ତ୍ର । ପେଣ୍ଟାଗନ୍ ମୁଖପାତ୍ର ଜନ୍ କିର୍ବି କହିଛନ୍ତି ଯେ, ୟୁକ୍ରେନର ଡୋନବାସରେ ଋଷର ଆକ୍ରମଣକୁ ରୋକିବା ପାଇଁ ଏହା ହେଉଛି ସବୁଠାରୁ ସଠିକ ଅସ୍ତ୍ର ।

ଏଣିକି ଋଷ ଉପରେ କାଳ ହୋଇ ବର୍ଷିବ 'ଭୂତ ଡ୍ରୋନ', ୟୁକ୍ରେନ ପାଇଁ ଆମେରିକା ତିଆରି କଲା ଏହି ଖାସ୍ ଅସ୍ତ୍ର

ନୂଆଦିଲ୍ଲୀ: Phoenix Ghost Drones, Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଭୀଷଣ ଲଢ଼େଇ ଜାରି ରହିଛି । ଋଷ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ଦଖଲ କରିବାରେ ଲାଗିଛି । ୟୁକ୍ରେନର ବଡ଼ ବଡ଼ ସହରଗୁଡ଼ିକ ଧ୍ୱସ୍ତବିଧ୍ୱସ୍ତ ହୋଇସାରିଛି । ଏହା ମଧ୍ୟରେ ଲଗାତର ଆମେରିକା (America) ସମେତ ପଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ସାମରିକ ସହାୟତା ଯୋଗାଉଛନ୍ତି । ଏହି କ୍ରମରେ ଋଷ ବିରୁଦ୍ଧରେ ଯୁଦ୍ଧ ଲଢ଼ିବା ପାଇଁ ଆମେରିକା (US) ଲଗାତର ନୂଆ ନୂଆ ଅସ୍ତ୍ରଶସ୍ତ୍ର ଦେଉଛି । ବର୍ତ୍ତମାନ ଆମେରିକା ୟୁକ୍ରେନକୁ ଏକ ଭୂତ ଡ୍ରୋନ୍  (Ghost Drone) ଦେବାକୁ ଯାଉଛି । ଏହି ଡ୍ରୋନକୁ ଥରେ ବ୍ୟବହାର କରିବା ପରେ ଏହା ଆଉ ବ୍ୟବହାର କରିହେବ ନାହିଁ । କାରଣ ଏହା ନା କେବଳ ଋଷର  ବେସ୍, ଟ୍ୟାଙ୍କ, ସୈନିକ କିମ୍ବା ବିମାନ ନଷ୍ଟ କରିବ, ବରଂ ସେ ନିଜେ ମଧ୍ୟ ସହିଦ ହୋଇଯିବ । ଅର୍ଥାତ ଏହା ଏକ ଆତ୍ମଘାତୀ ଭୂତ ଡ୍ରୋନ୍ । ଆମେରିକା ୟୁକ୍ରେନକୁ ୧୨୧ଟି ଭୂତ ଡ୍ରୋନ୍ ଦେବାକୁ ଯାଉଛି ।

ଏହି ଡ୍ରୋନର ନାମ ହେଉଛି ଫିନିକ୍ସ ଘୋଷ୍ଟ ଟ୍ୟାକ୍ଟିକାଲ୍ ଅନମେଣ୍ଡ ଏରିଆଲ୍ ସିଷ୍ଟମ୍ (Phoenix Ghost Tactical Unmanned Aerial Systems) । ୟୁକ୍ରେନର ଡୋନବାସ୍ ଅଞ୍ଚଳରେ ପ୍ରଥମେ ବ୍ୟବହୃତ ହେବାର ସମ୍ଭାବନା ଅଛି । ସମତଳ ଭୂମିରେ ଟାର୍ଗେଟ କରିବା ପାଇଁ ଏବା ହେଉଛି ସର୍ବୋତ୍ତମ ବାୟୁ ଆକ୍ରମଣକାରୀ ଅସ୍ତ୍ର । ପେଣ୍ଟାଗନ୍ ମୁଖପାତ୍ର ଜନ୍ କିର୍ବି କହିଛନ୍ତି ଯେ, ୟୁକ୍ରେନର ଡୋନବାସରେ ଋଷର ଆକ୍ରମଣକୁ ରୋକିବା ପାଇଁ ଏହା ହେଉଛି ସବୁଠାରୁ ସଠିକ ଅସ୍ତ୍ର ।

ଖବର ସରବରାହ ସଂସ୍ଥା ରଏଟର୍ସ ଅନୁଯାୟୀ, ଜନ୍ କିର୍ବି କହିଛନ୍ତି ଯେ, ୟୁକ୍ରେନ ଉପରେ ଋଷର ଆକ୍ରମଣ ପୂର୍ବରୁ ଏହି ଡ୍ରୋନ୍ ତିଆରି କରାଯାଇଛି । କିନ୍ତୁ ବର୍ତ୍ତମାନ ୟୁକ୍ରେନରେ ଏହା ଆବଶ୍ୟକ । ଭବିଷ୍ୟତରେ ମଧ୍ୟ ଆମେ ଏହାର ବିକାଶ ଜାରି ରଖିବୁ । ଏହି ଡ୍ରୋନଗୁଡିକ ଋଷର ଟ୍ୟାଙ୍କ, ଯୁଦ୍ଧ ଯାନ ପାଇଁ ସାକ୍ଷାତ କାଳ ପ୍ରମାଣିତ ହେବ । ଏହା ସୁଇଚବ୍ଲେଡ୍ (Switchblade) ଡ୍ରୋନ୍ ସହିତ ସମାନ । ଯାହା ବାହୁବଳୀର ଭଲ୍ଲାଦେବଙ୍କ ଅସ୍ତ୍ର ପରି କାଟିଥାଏ । ବିସ୍ଫୋଟକ ସହ ମଧ୍ୟ ବିସ୍ଫୋରଣ ହୁଏ । ଅର୍ଥାତ ଏହି ସୁଇଚବ୍ଲେଡ୍ ସମସ୍ତ ସୈନିକ, ଟ୍ୟାଙ୍କ, ସଶସ୍ତ୍ର ଯାନ ପାଇଁ ଘାତକ ହୋଇଥାଏ ।

ଫିନିକ୍ସ ଘୋଷ୍ଟ ଡ୍ରୋନ୍ (Phoenix Ghost Drones) ଏକ ଆତ୍ମଘାତୀ ଡ୍ରୋନ୍ । ଥରେ ବ୍ୟବହାର ପରେ ଏହା ପୁନର୍ବାର ବ୍ୟବହାର ପାଇଁ ଆସିବ ନାହିଁ । ଏହା ବିଭିନ୍ନ ଟାର୍ଗେଟ ଉପରେ ଆକ୍ରମଣ କରିପାରେ । ଆମେରିକାର ପ୍ରତିରକ୍ଷା କମ୍ପାନୀ AEVEX ଏରୋସ୍ପେସ୍ ଦ୍ୱାରା ଏହି ଡ୍ରୋନ୍ ପ୍ରସ୍ତୁତ କରାଯାଇଛି । ଏହି ଡ୍ରୋନ୍ କମ୍ ମୂଲ୍ୟରେ ପ୍ରସ୍ତୁତ ହୋଇଛି । ଏହା ଏକ ପ୍ରକାର ଲୋଇଟିଙ୍ଗ୍ ମୁନିସନ୍ (Loitering Munition) । ଅର୍ଥାତ ସୁସାଇଡ୍ ଡ୍ରୋନ୍ ।

ଏହି ଡ୍ରୋନ୍ ତିଆରି କରିଥିବା କମ୍ପାନୀ ଆଭେକ୍ସ ଏରୋସ୍ପେସର ଅଧିକାରୀମାନେ କହିଛନ୍ତି ଯେ, ସେମାନେ ବର୍ତ୍ତମାନ ଫିନିକ୍ସ ଘୋଷ୍ଟ ଡ୍ରୋନ୍ସ  (Phoenix Ghost Drones) ବୈଶିଷ୍ଟ୍ୟ ବିଷୟରେ ଅଧିକ କିଛି କହିପାରିବେ ନାହିଁ । କିନ୍ତୁ ଏହା ନିଶ୍ଚିତ ହୋଇଛି ଯେ ଏହାକୁ ଚଳାଇବା ପାଇଁ ଅଧିକ ପ୍ରଶିକ୍ଷଣ ଆବଶ୍ୟକ ନାହିଁ । କିନ୍ତୁ ଏହି ଡ୍ରୋନ୍ ଋଷର ଟ୍ୟାଙ୍କ, ଯାନ ଏବଂ ସୈନିକ ଗୋଷ୍ଠୀ ଉପରେ ଆକ୍ରମଣ କରିବା ପାଇଁ ଏକ ବଡ଼ ଅସ୍ତ୍ର ଅଟେ ।

ଏହା ବି ପଢ଼ନ୍ତୁ:-ଏସବୁ ଦେଶରେ ରହିଛି ଭାରତର ମିଲିଟ୍ରୀ ବେସ୍, ଦେଖନ୍ତୁ ପୁରା ତାଲିକା

ଏହା ବି ପଢ଼ନ୍ତୁ:-'ମୋଦି ଜିତିବା ପରେ ଦେଶ ଛାଡ଼ି ଥିଲି, କଂଗ୍ରେସ ଜିତିବ ତ ମୁଁ ଦୁବାଇ ଛାଡ଼ି ଦେବି'

ଏହା ବି ପଢ଼ନ୍ତୁ:-ଚୀନକୁ ପୁଣି ଚେତାବନୀ ଦେଲା ଆମେରିକା, କହିଲା-ବେଜିଂ ଜାଣିଛି US କ'ଣ କରିପାରେ...

 

ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ, ସେମାନଙ୍କୁ ଏହା ବିଷୟରେ କୌଣସି ଧାରଣା ନାହିଁ କି ଏହା କିପରି ଫିନିକ୍ସ ଘୋଷ୍ଟର ନାମ ପାଇଲା । ଅନ୍ୟପକ୍ଷରେ ଆମେରିକାର ବାୟୁସେନା ଏ ସମ୍ପର୍କରେ ବୟାନ ଦେବାକୁ ମନା କରିଦେଇଛି । କାଲିଫର୍ଣ୍ଣିଆର ସୋଲାନା ବିଚରେ ଅବସ୍ଥିତ ଆଭେକ୍ସ ଏରୋସ୍ପେସର ଅଧିକାରୀମାନେ କିଛି କହିବାକୁ ମନା କରି ଦେଇଛନ୍ତି । ମୂଳତଃ ଏହା ଏକ କାମିକାଜେ ସ୍ୱିଚବ୍ଲେଡ ଡ୍ରୋନ୍ (Kamikaze Killer Drones) ।