ଆରପାରିରେ ବଲିଉଡର ଟ୍ରାଜେଡି କିଙ୍ଗ୍ ଦିଲୀପ କୁମାର
Advertisement
Article Detail0/zeeodisha/odisha936572

ଆରପାରିରେ ବଲିଉଡର ଟ୍ରାଜେଡି କିଙ୍ଗ୍ ଦିଲୀପ କୁମାର

ଦିଲୀପ କୁମାର ଦିଗଜ୍  ଙ୍କ ମୃତ୍ୟୁ ହେତୁ ବଲିଉଡ (Bollywood) ଓ ଦେଶରେ ଶୋକର ଲହରୀ ଖେଳିଯାଇଛି । ବୁଧବାର ମୁମ୍ବାଇର ଖାର ହିନ୍ଦୁଜା ହସ୍ପିଟାଲରେ ଦିଲୀପ କୁମାର (Dilip Kumar) ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଖାନାର ଡକ୍ଟର ପାର୍କର ଦିଲୀପ କୁମାରଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି ।

ଆରପାରିରେ ବଲିଉଡର ଟ୍ରାଜେଡି କିଙ୍ଗ୍ ଦିଲୀପ କୁମାର

ନୂଆଦିଲ୍ଲୀ: ହିନ୍ଦୀ ସିନେମାର ଭେଟେରାନ୍ କଳାକାର ଦିଲୀପ କୁମାର (Dilip Kumar) ଙ୍କ ଦେହାନ୍ତ ହୋଇଛି । ୯୮ ବର୍ଷ ବୟସରେ ଦିଲୀପ କୁମାର ବୁଧବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦିଲୀପ କୁମାର ଦୀର୍ଘ ସମୟ ଧରି ଅସୁସ୍ଥ ହୋଇପଡିଥିଲେ, ତାଙ୍କୁ ମୁମ୍ବାଇର ଅନେକ ଥର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ବୁଧବାର ବଲିଉଡର ଟ୍ରାଜେଡି କିଙ୍ଗ୍  ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଫିକ୍ସଡ୍ ଡିପୋଜିଟ୍ କରିଥିବା ଲୋକଙ୍କ ପାଇଁ ଜରୁରୀ ଖବର, RBI ବଦଳାଇଲା ଏହି ନିୟମ

ଦିଲୀପ କୁମାର ଦିଗଜ୍  ଙ୍କ ମୃତ୍ୟୁ ହେତୁ ବଲିଉଡ (Bollywood) ଓ ଦେଶରେ ଶୋକର ଲହରୀ ଖେଳିଯାଇଛି । ବୁଧବାର ମୁମ୍ବାଇର ଖାର ହିନ୍ଦୁଜା ହସ୍ପିଟାଲରେ ଦିଲୀପ କୁମାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଖାନାର ଡକ୍ଟର ପାର୍କର ଦିଲୀପ କୁମାରଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ପାଖରେ ଅଛି ଏହି ଖାସ୍ ନମ୍ୱରର କୌଣସି ନୋଟ୍ ତ ଘରେ ବସି ରୋଜଗାର କରିପାରିବେ ଲକ୍ଷ ଲକ୍ଷ ଟଙ୍କା! ଜାଣନ୍ତୁ କିପର...

ଗତ ଏକ ମାସରେ ଦିଲୀପ କୁମାରଙ୍କୁ ଦୁଇଥର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଜୁଲାଇ ୫ରେ ଦିଲୀପ କୁମାରଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ତାଙ୍କ ସ୍ୱାସ୍ଥ୍ୟ ଉପରେ ଏକ ଅପଡେଟ୍ ଦିଆଯାଇଥିଲା । ଦିଲୀପ କୁମାରଙ୍କ ପତ୍ନୀ ସାଇରା ବାନୋ କହିଥିଲେ ଯେ ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି । ସେ ତଥାପି ଡାକ୍ତରଖାନାରେ ଅଛନ୍ତି, ତାଙ୍କୁ ଆପଣଙ୍କର ପ୍ରାର୍ଥନାରେ ରଖନ୍ତୁ । କିନ୍ତୁ ଏହି ସ୍ୱାସ୍ଥ୍ୟ ଅପଡେଟର ଦୁଇ ଦିନ ପରେ ଦିଲୀପ କୁମାର ଏହି ଦୁନିଆକୁ ବିଦାୟ ଜଣାଇଛନ୍ତି ।