LIC ର ଏହି ପଲିସିରେ ନିବେଶ ପାଇଁ କିଛି ସର୍ତ୍ତ ସ୍ଥିର କରାଯାଇଛି । ୮ ବର୍ଷର ବାଳିକା ଠାରୁ ଆରମ୍ଭ କରି ୫୫ ବର୍ଷ ବୟସ୍କା ମହିଳା ପର୍ଯ୍ୟନ୍ତ କଭର ହୋଇଥାଏ ।
Trending Photos
ନୂଆଦିଲ୍ଲୀ: ଭାରତର ସର୍ବବୃହତ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ହେଉଛି ଦେଶର ଅନ୍ୟତମ ବିଶ୍ୱସ୍ତ କମ୍ପାନୀ । ଯଦି ଆପଣ ଏକ ନିରାପଦ ପୁଞ୍ଜି ନିବେଶ ପାଇଁ ଯୋଜନା କରୁଛନ୍ତି, ତେବେ ଆପଣ ଏହି କମ୍ପାନୀର ଏଣ୍ଡୋମେଣ୍ଟ ପ୍ଲାନ 'ଆଧାରଶିଲା' (944) ରେ ନିବେଶ କରିପାରିବେ । ଏହି ପଲିସି ମହିଳାମାନଙ୍କ ପାଇଁ ଡିଜାଇନ୍ କରାଯାଇଛି । ଏହି ପଲିସିର ବିଶେଷତ୍ୱ ହେଉଛି ଏଥିରେ କେବଳ ମହିଳାମାନେ ନିବେଶ କରିପାରିବେ । ଏହା ସହିତ ଏହି ପଲିସି ପାଇଁ ଆଧାର କାର୍ଡ ଜରୁରୀ ହୋଇଥାଏ ।
ଅଧିକ ପଢ଼ନ୍ତୁ:-କୋରୋନାର କରୁଣ କାହାଣୀ: ଗୋଟିଏ ପରିବାରର ୮ ଜଣଙ୍କର ମୃତ୍ୟୁ, ଏପର୍ଯ୍ୟନ୍ତ ହୋଇନାହିଁ ଯାଞ୍ଚ
LIC ର ଏହି ପଲିସିରେ ନିବେଶ ପାଇଁ କିଛି ସର୍ତ୍ତ ସ୍ଥିର କରାଯାଇଛି । ୮ ବର୍ଷର ବାଳିକା ଠାରୁ ଆରମ୍ଭ କରି ୫୫ ବର୍ଷ ବୟସ୍କା ମହିଳା ପର୍ଯ୍ୟନ୍ତ କଭର ହୋଇଥାଏ । ସର୍ବନିମ୍ନ ବୀମା କଭର ୭୫ ହଜାର ଟଙ୍କା ଥିବାବେଳେ ସର୍ବାଧିକ ୩ ଲକ୍ଷ ଟଙ୍କା ନିର୍ଦ୍ଧାରି ହୋଇଛି । ଯଦି ପଲିସି ଧାରକଙ୍କ ମୃତ୍ୟୁ ପଲିସି ଆରମ୍ଭରୁ ପ୍ରଥମ ୫ ବର୍ଷରେ ହୋଇଥାଏ ତ ମିଳୁଥିବା ଲାଭ ତାଙ୍କ ନୋମିନି ବା ନାମାଙ୍କନକାରୀଙ୍କୁ ଦିଆଯିବ ।
ଯଦି ପାଞ୍ଚ ବର୍ଷ ପରେ ପଲିସି ଧାରକଙ୍କ ମୃତ୍ୟୁ ହୁଏ ତେବେ ନୋମିନିଙ୍କୁ ଲୟାଲ୍ଟି ଏଡିସନ୍ସ (ଯଦି କିଛି ଥାଏ ତେବେ) ଦିଆଯାଏ । ଯଦି ଆପଣ ଏହି ପଲିସିରେ ୧୫ ବର୍ଷ ପାଇଁ ଦୈନିକ ୫୧ ଟଙ୍କା ନିବେଶ କରନ୍ତି, ତେବେ ଆପଣଙ୍କୁ ମେଚ୍ୟୋରିଟି ବା ପରିପକ୍ୱତା ଉପରେ ୩ ଲକ୍ଷ ୬୦ ହଜାର ଟଙ୍କା ମିଳିବ ।
ଅଧିକ ପଢ଼ନ୍ତୁ:-ପୁଣିଥରେ ଦିଲ୍ଲୀ ଆସିଲେ ନାହିଁ ଅଲପନ ବନ୍ଦୋପାଧ୍ୟାୟ, ଏବେ ମୋଦି ସରକାର ନେଇପାରନ୍ତି ଏହି ଆକ୍ସନ
ବୟସ: ୫୫
ଟର୍ମ: ୧୫
ରାଶି ନିଶ୍ଚିତ: ୩,୦୦,୦୦୦
ଡିଏବି: ୩,୦୦,୦୦୦
ମୃତ୍ୟୁ ରାଶି ନିଶ୍ଚିତ: ୩,୩୦,୦୦୦
ମୌଳିକ ରାଶି ନିଶ୍ଚିତ: ୩,୦୦,୦୦୦
୪.୫ ପ୍ରତିଶତ ଟ୍ୟାକ୍ସ ସହିତ ପ୍ରଥମ ବର୍ଷ ପ୍ରିମିୟମ୍
ବାର୍ଷିକ: ୧୮୮୫୫ (୧୮୦୪୩ + ୮୧୨)
ଅର୍ଦ୍ଧ ବାର୍ଷିକ: ୯୫୨୬ (୯୧୧୬ + ୪୧୦)
ତ୍ରୈମାସିକ: ୪୮୧୨ (୪୬୦୫+ ୨୦୭)
ମାସିକ: ୧୬୦୪ (୧୫୩୫ + ୬୯)
YLY ମୋଡ୍ ହାରାହାରି ପ୍ରିମିୟମ୍ / ପ୍ରତିଦିନ: ୫୧
ଅଧିକ ପଢ଼ନ୍ତୁ:-କ୍ଷମା ମାଗିଲେ ରବି ଶଙ୍କର ପ୍ରସାଦ, ଅପରାଧିକ ମାନହାନୀ ମାମଲା ପ୍ରତ୍ୟାହାର କଲେ ଶଶି ଥରୁର
ପ୍ରଥମ ବର୍ଷର ପ୍ରିମିୟମ ଦେବା ପରେ ଟିକସ ହ୍ରାସ ସହିତ-
ବାର୍ଷିକ: ୧୮୪୪୯ (୧୮୦୪୩+୪୦୬)
ଅର୍ଦ୍ଧ ବାର୍ଷିକ: ୯୩୨୧ (୯୧୧୬ + ୨୦୫)
ତ୍ରୈମାସିକ: ୪୭୦୯ (୪୬୦୫+ ୧୦୪)
ମାସିକ: ୧୫୭୦ (୧୫୩୫+୩୫)
YLY ମୋଡ୍ ହାରାହାରି ପ୍ରିମିୟମ୍ / ପ୍ରତିଦିନ: ୫୦
ସମୁଦାୟ ଆନୁମାନିକ ପ୍ରିମିୟମ୍ ଦେୟ: ୨,୭୭,୧୪୧ ଟଙ୍କା
SA: ୩,୦୦,୦୦୦
LA: ୬୦,୦୦୦
ପରିପକ୍ୱତା ସମୟରେ ସମୁଦାୟ ଆନୁମାନିକ ଫେରସ୍ତ: ୩,୬୦,୦୦୦
ଅଧିକ ପଢ଼ନ୍ତୁ:-ଶସ୍ତା ହେଲା LPG ସିଲିଣ୍ଡର, ଏବେ ଏହି ରେଟରେ ମିଳିବ ଅଣ-ସବସିଡି ଯୁକ୍ତ ଗ୍ୟାସ୍
ଉପରୋକ୍ତ ଉଦାହରଣ ଅନୁଯାୟୀ, ଯଦି ଜଣେ ୫୫ ବର୍ଷ ବୟସ୍କା ମହିଳା ୧୫ ବର୍ଷର ଟର୍ମ ପ୍ଲାନ୍ ଓ ୩,୦୦,୦୦୦ ସମ ଏଶୟୋର୍ଡ ବିକଳ୍ପ ପାଇଁ ଚୟନ କରନ୍ତି, ତେବେ ତାଙ୍କୁ ୧୫ ବର୍ଷ ପାଇଁ ପ୍ରତିଦିନ ୫୧ ଟଙ୍କା ଦେବାକୁ ପଡିବ । ଏହି ଉପାୟରେ ତାଙ୍କୁ ସମୁଦାୟ ୨,୭୭,୧୪୧ ଟଙ୍କା ଭରିବାକୁ ପଡ଼ିବ । ପରିପକ୍ୱତା ଉପରେ ଏହି ରାଶି ୩,୬୦,୦୦୦ ଟଙ୍କା ହେବ ।