LIC ର ଏହି ପ୍ଲାନର ନାମ ହେଉଛି ଜୀବନ୍ ଆନନ୍ଦ୍ ପଲିସି (Jeevan Anand Policy) । ବର୍ତ୍ତମାନ ସମୟରେ ଏହା ହେଉଛି LIC ର ସବୁଠାରୁ ଲୋକପ୍ରିୟ ପଲିସି । କାରଣ ଏଥିରେ ଆପଣଙ୍କୁ ପ୍ରତିବର୍ଷ ଏକ ନିଶ୍ଚିତ ଅର୍ଥ ରାଶି ମିଳିବା ସହ ଆପଣଙ୍କ ଟଙ୍କାର ନିରାପତ୍ତାର ସମ୍ପୂର୍ଣ୍ଣ ଗ୍ୟାରେଣ୍ଟି ପାଇବେ ।
Trending Photos
ନୂଆଦିଲ୍ଲୀ: ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀ ଏଲଆଇସି (LIC) ର ଅନେକ ଯୋଜନା ଅଛି । ଯେଉଁଥିରେ କମ୍ ସଞ୍ଚୟ କରି ଏକ ବୃହତ ଅର୍ଥ ରାଶି ଜମା କରିହେବ । କିନ୍ତୁ ଆଜି ଆପଣଙ୍କୁ ଯେଉଁ ପ୍ଲାନ୍ ବିଷୟରେ କହିବାକୁ ଯାଉଛୁ ତାହା ହେଉଛି LIC ର ସବୁଠାରୁ ଲୋକପ୍ରିୟ ପ୍ଲାନ୍ । ଏହି ପ୍ଲାନର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ଏଥିରେ ଆପଣ ପ୍ରାୟ ୨୫୦୦ ଟଙ୍କାର ମାସିକ କିସ୍ତି ଜମା କରିବା ଉପରେ ପ୍ରତିବର୍ଷ ୨୨,୫୦୦ ଟଙ୍କାର ବୋନସ୍ ପାଇବେ । ଆହୁରି ମଧ୍ୟ ପଲିସି ସମାପ୍ତ ହେବା ସମୟରେ ଆପଣ ପ୍ରାୟ ୫ ଲକ୍ଷ ଟଙ୍କା ପାଇବେ । ଆସନ୍ତୁ ଜାଣିବା ଏହି ପଲିସି ବିଷୟରେ...
ଅଧିକ ପଢ଼ନ୍ତୁ:-'୫ରୁ ଏହି ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହାରିଯିବ ବିଜେପି'
LIC ର ଏହି ପ୍ଲାନର ନାମ ହେଉଛି ଜୀବନ୍ ଆନନ୍ଦ୍ ପଲିସି (Jeevan Anand Policy) । ବର୍ତ୍ତମାନ ସମୟରେ ଏହା ହେଉଛି LIC ର ସବୁଠାରୁ ଲୋକପ୍ରିୟ ପଲିସି । କାରଣ ଏଥିରେ ଆପଣଙ୍କୁ ପ୍ରତିବର୍ଷ ଏକ ନିଶ୍ଚିତ ଅର୍ଥ ରାଶି ମିଳିବା ସହ ଆପଣଙ୍କ ଟଙ୍କାର ନିରାପତ୍ତାର ସମ୍ପୂର୍ଣ୍ଣ ଗ୍ୟାରେଣ୍ଟି ପାଇବେ ।
ଅଧିକ ପଢ଼ନ୍ତୁ:-ସାବଧାନ! ପୁଣି ଦ୍ରୁତ ଗତିରେ ବଢ଼ୁଛି କୋରୋନା ଗ୍ରାଫ୍, ମହାରାଷ୍ଟ୍ର ପରେ ଏବେ ଏହି ରାଜ୍ୟ ବଢ଼ାଇଲାଣି ଟେନସନ୍
ଏହି ପଲିସି ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ୩୫ ବର୍ଷ ବୟସରେ ନିବେଶ ଆରମ୍ଭ କରନ୍ତି, ତେବେ ତାଙ୍କୁ ୫ ଲକ୍ଷ ଟଙ୍କା ବୀମା ପାଇଁ ପ୍ରତି ମାସରେ ୨୫୦୦ ଟଙ୍କା ପ୍ଲସ୍ ଜିଏସଟିର ଅର୍ଥ ଜମା କରିବାକୁ ପଡିବ । ଗୋଟିଏ ବର୍ଷ ଶେଷ ହେବା ପରେ ଆପଣଙ୍କୁ ପ୍ରତିବର୍ଷ ୨୨,୫୦୦ ଟଙ୍କା ବୋନସ୍ ମିଳିବା ଆରମ୍ଭ ହୋଇଯାଇଥାଏ । ଏହି ରାଶି ପୁରା ୨୦ ବର୍ଷ ପାଇଁ ଯାଏ ମିଳୁଥିବ । ଯାହା ସୁଧ ସହିତ ହୋଇଥାଏ । ଏହା ବ୍ୟତୀତ ୧୦,୦୦୦ ଟଙ୍କାର ଅତିରିକ୍ତ ବୋନସ୍ ମଧ୍ୟ ମିଳିଥାଏ ।
ଅଧିକ ପଢ଼ନ୍ତୁ:-ଆପଣଙ୍କ LPG ସବସିଡି ହୋଇଯାଇଛି କି ବନ୍ଦ? ତେବେ ତୁରନ୍ତ କରନ୍ତୁ ଏହି କାମ
ବୋନସ ବ୍ୟତୀତ ଆପଣଙ୍କୁ ପଲିସି ପରିପକ୍ୱତା (maturity) ଉପରେ ୫ ଲକ୍ଷ ଟଙ୍କା ମିଳିବ । ଯଦି ଆପଣ ମାସିକ ୨୫୦୦ ଟଙ୍କା କିସ୍ତି ସହିତ ଆରମ୍ଭ କରିଛନ୍ତି ଏବଂ ଆପଣ ୨୨,୫୦୦ ଟଙ୍କାର ବୋନସ କିସ୍ତି ନେଇଛନ୍ତି | ଅର୍ଥାତ୍ ଆପଣ ପୁରା ପଲିସିରେ ବର୍ତ୍ତମାନ ପର୍ଯ୍ୟନ୍ତ ୪.୫ ଲକ୍ଷ ଟଙ୍କାର ବୋନସ୍ ଓ ୧୦ ହଜାର ଟଙ୍କାର ଅତିରିକ୍ତ ବୋନସ୍ ଭାବରେ ନେଇଛନ୍ତି । ତେଣୁ ଆପଣ ଅବଶିଷ୍ଟ ଅର୍ଥ ୫ ଲକ୍ଷ ଟଙ୍କା ଶେଷରେ ପାଇବେ । ଏହା ହେଉଛି ସେହି ୫ ଲକ୍ଷ ଟଙ୍କା ଯାହା ପାଇଁ ଆପଣ ପଲିସି କରିଛନ୍ତି । ଯଦି ପରିପକ୍ୱତା ଉପରେ ୫ ଲକ୍ଷ ଟଙ୍କା ମିଳିଲା, ତେବେ ଆପଣ ୪.୬୦ ଲକ୍ଷ ଟଙ୍କାର ବୋନସ୍ ମଧ୍ୟ ପାଇବେ । ଆପଣ ଏହି ପଲିସି ବିଷୟରେ LIC ର ୱେବସାଇଟ୍ କିମ୍ବା LIC ର ଯେକୌଣସି ଏଜେଣ୍ଟରୁ ଅଧିକ ସୂଚନା ପାଇପାରିବେ ।