ଏପ୍ରିଲ ୧ରୁ ବଦଳିଯିବ ଆପଣଙ୍କ LIC ସମେତ ଏହି ପଲିସି ସହ ଜଡିତ ନିୟମ, ଜାଣି ନିଅନ୍ତୁ ନଚେତ ହୋଇପାରେ କ୍ଷତି
Advertisement
Article Detail0/zeeodisha/odisha861268

ଏପ୍ରିଲ ୧ରୁ ବଦଳିଯିବ ଆପଣଙ୍କ LIC ସମେତ ଏହି ପଲିସି ସହ ଜଡିତ ନିୟମ, ଜାଣି ନିଅନ୍ତୁ ନଚେତ ହୋଇପାରେ କ୍ଷତି

ULIP ଏପରି ଆର୍ଥିକ ଉପକରଣ ଯେଉଁଥିରେ ଉଭୟ ବୀମା ଓ ନିବେଶ ବୈଶିଷ୍ଟ୍ୟ ଉପଲବ୍ଧ ରହିଛି, ଅର୍ଥାତ୍ ନିବେଶକଙ୍କୁ ନା କେବଳ ରିଟର୍ନ ମିଳିଥାଏ ବରଂ ଲାଇଫ୍ କଭର୍ ମଧ୍ୟ ମିଳିଥାଏ । 

ଏପ୍ରିଲ ୧ରୁ ବଦଳିଯିବ ଆପଣଙ୍କ LIC ସମେତ ଏହି ପଲିସି ସହ ଜଡିତ ନିୟମ, ଜାଣି ନିଅନ୍ତୁ ନଚେତ ହୋଇପାରେ କ୍ଷତି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) ୧ ଫେବୃଆରୀ ୨୦୨୧ରେ ତାଙ୍କ ବଜେଟ୍ ଭାଷଣରେ ଅନେକ ଘୋଷଣା କରିଥିଲେ । ଏହି ଘୋଷଣାଗୁଡିକ ମଧ୍ୟରୁ ଗୋଟିଏ ଆପଣଙ୍କ ବୀମା ପଲିସି ସହିତ ଜଡିତ । ବିଶେଷଜ୍ଞମାନେ କହିଛନ୍ତି ଯେ ୟୁଲିପ ପଲିସି (ULIP policy) କୁ ନେଇ ବଜେଟରେ ଏକ ବଡ ପରିବର୍ତ୍ତନ କରାଯାଇଛି । ସରକାରଙ୍କ ଏହି ପଦକ୍ଷେପ ନିବେଶକମାନଙ୍କୁ ବୀମା ଓ ନିବେଶର ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବ । ସେଗୁଡିକ ବର୍ତ୍ତମାନ ଅଲଗା ଅଲଗା ପ୍ରକାରର ଉତ୍ପାଦ ଭାବରେ କ୍ରୟ କରାଯିବ । ଏହି କ୍ଷେତ୍ରରେ ମ୍ୟୁଚୁଆଲ୍ ଫଣ୍ଡ ସହିତ ଅଧିକ ନମନୀୟତା ଅଛି । ଅଧିକ ପ୍ରିମିୟମ ସହିତ ନୂତନ ୟୁଲିପରେ ଟ୍ୟାକ୍ସ ସୁବିଧା ସହିତ ଇକ୍ୱିଟି ମ୍ୟୁଚୁଆଲ୍ ଫଣ୍ଡରେ ପ୍ରବାହ ବଢ଼ାଇବା ଆବଶ୍ୟକ ।

ଅଧିକ ପଢ଼ନ୍ତୁ:-ଦେଶରେ ପୁଣି ଆରମ୍ଭ ହେଲା କୋରୋନାର ତାଣ୍ଡବ, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...

ULIP ଏପରି ଆର୍ଥିକ ଉପକରଣ ଯେଉଁଥିରେ ଉଭୟ ବୀମା ଓ ନିବେଶ ବୈଶିଷ୍ଟ୍ୟ ଉପଲବ୍ଧ ରହିଛି, ଅର୍ଥାତ୍ ନିବେଶକଙ୍କୁ ନା କେବଳ ରିଟର୍ନ ମିଳିଥାଏ ବରଂ ଲାଇଫ୍ କଭର୍ ମଧ୍ୟ ମିଳିଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଆୟକର ଅଧିନିୟମର ଧାରା 80C ଅନୁଯାୟୀ ULIP ଉପରେ ୧.୫ ଲକ୍ଷ ଟଙ୍କା ଟିକସ ରିହାତି ଲାଭ ନିଆଯାଇପାରେ ।

ଏହାପୂର୍ବରୁ ସମ୍ ଏଶୟର୍ଡ ୧୦ ପ୍ରତିଶତରୁ କମ୍ ପ୍ରିମିୟମ୍ ଥିବା ULIP ଟିକସମୁକ୍ତ ଥିଲା, କିନ୍ତୁ ଏଥର ୨୦୨୧-୨୨ ବଜେଟରେ ୨.୫ ଲକ୍ଷ ଟଙ୍କାରୁ ଅଧିକ ବାର୍ଷିକ ପ୍ରିମିୟମର ULIP ପଲିସିକୁ ଟିକସ ଅଧୀନରେ ଅଣାଯାଇଛି । ଯଦି ସାଧାରଣ ଭାଷାରେ କୁହାଯାଏ ତ ବଜେଟ୍ ୨୦୨୧ରେ ବ୍ୟବସ୍ଥା କରାଯାଇଛି ଯେ ୨.୫ ଲକ୍ଷ ଟଙ୍କାରୁ ଅଧିକ ପ୍ରିମିୟମ୍ ସହିତ ULIP ରେ ଛାଡ ଉପଲବ୍ଧ ହେବ ନାହିଁ ।

ଅଧିକ ପଢ଼ନ୍ତୁ:-ହୋଲି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଉପହାର ଦେବେ ମୋଦି ସରକାର, ମହଙ୍ଗା ଭତ୍ତା ସହ ବଢ଼ିବ ଭ୍ରମଣ ଭତ୍ତା!

ଏହିପରି ଏହି ୟୁନିଟ୍ ଲିଙ୍କ୍ଡ ଇନସୁରାନ୍ସ ପ୍ଲାନ ଅର୍ଥାତ ୟୁଲିପରୁ ହୋଇଥିବା ଲାଭ କ୍ୟାପିଟାଲ ଗେନ୍ସ ଭାବରେ ବିବେଚନା କରାଯିବ । ଏହିପରି ୟୁଲିପ ଉପରେ ଇକ୍ୱିଟି ଫଣ୍ଡ ପରି ଟ୍ୟାକ୍ସ ଲାଗିବ । ତାହା ହେଉଛି, ଆପଣ ପ୍ରଦାନ କରୁଥିବା ପ୍ରିମିୟମରେ ଟିକସ ରିହାତି ପାଇବେ ନାହିଁ । ବରଂ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡିବ ।

ବର୍ତ୍ତମାନ ବୀମା ପଲିସିର ପରିପକ୍ୱତା ବା ମ୍ୟାଚ୍ୟୁରିଟି ଉପରେ ପ୍ରାପ୍ତ ପରିମାଣକୁ ଧାରା ୧୦ (10D) ଅନୁଯାୟୀ ଟିକସ ଛାଡ ମିଳିଥାଏ । ଏହି ଛାଡ ୟୁଲିପ ଇକ୍ୱିଟି ପାଣ୍ଠି ଉପରେ ଏକ ଧାର ଦେଇଥାଏ । ୟୁଲିପରେ ନିବେଶ ଓ ବୀମା ଉଭୟ ପ୍ରଦାନ କରାଯାଏ ।

ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କର ଅଛି LIC ପଲିସି ତ ଅତି ଶୀଘ୍ର କରି ନିଅନ୍ତୁ ଏହି କାମ, ନଚେତ୍ ହେବ ଲକ୍ଷ ଲକ୍ଷ ଟଙ୍କାର କ୍ଷତି

ବର୍ତ୍ତମାନ ଆସନ୍ତୁ ୟୁଲିପ ବିଷୟରେ ଜାଣିବା…

ୟୁନିଟ୍-ଲିଙ୍କ୍ଡ ଇନସୁରାନ୍ସ ପ୍ଲାନ୍ (Unit-linked insurance plan ) ପ୍ରକୃତିରେ ବୀମା ପଲିସି ଓ ବଜାର ଲିଙ୍କ୍ ନିବେଶ ଉତ୍ପାଦର ଏକ ମିଶ୍ରଣ । ଏହି ପଲିସି ଅନୁଯାୟୀ, ପ୍ରିମିୟମର ଏକ ଅଂଶ ଇକ୍ୱିଟି କିମ୍ବା ଡେଥ୍  ଫଣ୍ଡରେ ନିବେଶ କରାଯାଇଥାଏ ।

ଏହି ପ୍ରୋଡକ୍ଟରେ ବୀମା ଓ ନିବେଶର ମିଶ୍ରଣ ୫ ବର୍ଷର ଲକ୍-ଇନ୍ ଅବଧି ସହିତ ଆସିଥାଏ । ଗ୍ରାହକଙ୍କୁ ବିପଦ ଅନୁଯାୟୀ ବଡ଼, ମଧ୍ୟମ କିମ୍ବା ଛୋଟ କ୍ୟାପ୍, ଡେଥ୍ କିମ୍ବା ସନ୍ତୁଳିତ ନିବେଶରେ ନିବେଶ କରିବାକୁ ଅନୁମତି ଦିଆଯାଇଥାଏ । ଏହା ସହିତ ଅଲଗା ଅଲଗା ଫଣ୍ଡରେ ସ୍ୱିଚ୍ କରିବାକୁ ମଧ୍ୟ ଅନୁମତି ମିଳିଥାଏ । ୟୁଲିପରେ ଦୁଇ ପ୍ରକାରର ପ୍ଲାନ୍ ପେନସନ୍ ଏବଂ ଏଣ୍ଡୋମେଣ୍ଟ ରହିଛି ।