ଏଲପିଜି ସିଲିଣ୍ଡର (LPG Cylinder) ର ମୂଲ୍ୟରେ ବୃଦ୍ଧି ଘୋଷଣା କରାଯାଇଛି । ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କାକୁ ବୃଦ୍ଧି କରାଯାଇଛି । ନୂତନ ମୂଲ୍ୟ ଫେବୃଆରୀ ୨୫ ଅର୍ଥାତ୍ ଗୁରୁବାର ଠାରୁ ଲାଗୁ ହୋଇଛି ।
Trending Photos
ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ-ଡିଜେଲ (Petrol-Diesel Price) ଓ ଏଲପିଜି ଗ୍ୟାସ ସିଲିଣ୍ଡ (LPG Gas Cylinder) ର ଦର ହୁ ହୁ ବଢ଼ିବାରେ ଲାଗିଛି । ଯାହା ଫଳରେ ସାଧାରଣ ଜନତାଙ୍କ ପକେଟ ଉପରେ ବୋଝ ବଢୁଛି । ଏହା ମଧ୍ୟରେ ସରକାର ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ (commercial gas cylinder Price) ରେ ରିହାତି ଦେଇଛନ୍ତି । ଗୁରୁବାର ପେଟ୍ରୋଲିୟମ ମନ୍ତ୍ରଣାଳୟ କମର୍ଶିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୦ ଟଙ୍କା ହ୍ରାସ କରିଛି । ପୂର୍ବରୁ ସିଲିଣ୍ଡର ପିଛା ମୂଲ୍ୟ ୧୫୩୯ ଟଙ୍କା ଥିଲା, ଯାହା ବର୍ତ୍ତମାନ ୧୫୧୯ ଟଙ୍କା ହୋଇଛି । ଏହିପରି ଗୋଟିଏ ସିଲିଣ୍ଡର ପିଛା ୨୦ ଟଙ୍କା ହ୍ରାସ କରାଯାଇଛି । ୫ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ମଧ୍ୟ ହ୍ରାସ କରାଯାଇଛି । ବର୍ତ୍ତମାନ ୫ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ୪୭୦ ଟଙ୍କାରେ ଉପଲବ୍ଧ ହେବ ।
ଅଧିକ ପଢ଼ନ୍ତୁ:-ମାତ୍ର ୧୦୦ ଟଙ୍କାର ଲଟେରୀ ଟିକେଟରେ ରାତାରାତି କୋଟିପତି ହେଲେ ଜଣେ ଗୃହିଣୀ
ଅନ୍ୟପକ୍ଷରେ ଏଲପିଜି ସିଲିଣ୍ଡର (LPG Cylinder) ର ମୂଲ୍ୟରେ ବୃଦ୍ଧି ଘୋଷଣା କରାଯାଇଛି । ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କାକୁ ବୃଦ୍ଧି କରାଯାଇଛି । ନୂତନ ମୂଲ୍ୟ ଫେବୃଆରୀ ୨୫ ଅର୍ଥାତ୍ ଗୁରୁବାର ଠାରୁ ଲାଗୁ ହୋଇଛି । ଏହି ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୭୯୪ ଟଙ୍କା ହୋଇଯାଇଛି । ଫେବୃଆରୀରେ ଏଲପିଜି ମୂଲ୍ୟରେ ଏହା ତୃତୀୟ ବୃଦ୍ଧି । ସେପଟେ ସରକାର ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୨୦ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛନ୍ତି । ୧୯ କିଲୋଗ୍ରାମ କମର୍ଶିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟକୁ ୧୫୧୯ ଟଙ୍କାକୁ ବୃଦ୍ଧି କରାଯାଇଛି ।
ଅଧିକ ପଢ଼ନ୍ତୁ:-ଗେହଲଟ-ପାଇଲଟ ମଧ୍ୟରେ ଶେଷ ହେଉଛି ଦୂରତ୍ୱ! ଜାଣନ୍ତୁ ଏହା ପଛର କାରଣ
ବର୍ତ୍ତମାନ ସମୟରେ ଏଲପିଜି ମୂଲ୍ୟରେ ବଡ ଅସ୍ଥିରତା ଦେଖାଯାଉଛି । ତେଲ ମହଙ୍ଗା ହେବା ମଧ୍ୟରେ ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ଏକ ବଡ ଝଟକା । ବିଶେଷଜ୍ଞମାନେ କହିଛନ୍ତି ଯେ ଦେଶରେ ଏଲପିଜି ସିଲିଣ୍ଡରର ମୂଲ୍ୟ ଦୁଇଟି ଜିନିଷ ଉପରେ ନିର୍ଭର କରେ । ପ୍ରଥମ ହେଉଛି ଆନ୍ତର୍ଜାତୀୟ ବଜାରରେ LPG ର ବେଞ୍ଜମାର୍କ ରେଟ୍ କ'ଣ ରହିଛି? ଏହା ବ୍ୟତୀତ ଆମେରିକୀୟ ଡଲାର ଓ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ଉପରେ ଏଲପିଜି ଦର ନିର୍ଭର କରେ । ଏହି ଦୁଇଟି ଜିନିଷର ମୂଲ୍ୟରେ ପରିବର୍ତ୍ତନ ହେତୁ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ବଦଳିଯାଏ ।