ପୁଣି ଆସିଛି ଫେବୃଆରୀ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍
Advertisement

ପୁଣି ଆସିଛି ଫେବୃଆରୀ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

LPG Gas Cylinder Price Today: ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର (LPG) ର ମୂଲ୍ୟ । IOC ଫେବୃଆରୀରେ ତୃତୀୟ ଥର ପାଇଁ ୧୪.୨ କିଲୋଗ୍ରାମ LPG ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛି । ଏହାପୂର୍ବରୁ ଫେବୃଆରୀ ୪ ଓ ଫେବୃଆରୀ ୧୪ରେ ମୂଲ୍ୟ ବୃଦ୍ଧି କରାଯାଇଥିଲା ।   ଫେବୃଆରୀ ୪ରେ ଆଇଓସି ଏଲପିଜି ସିଲିଣ୍ଡର ମୂଲ୍ୟକୁ ୫୦ ଟଙ୍କା ବୃଦ୍ଧି କରିଥିଲା

ପୁଣି ଆସିଛି ଫେବୃଆରୀ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ନୂଆଦିଲ୍ଲୀ: LPG Gas Cylinder Price Today: ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର (LPG) ର ମୂଲ୍ୟ । IOC ଫେବୃଆରୀରେ ତୃତୀୟ ଥର ପାଇଁ ୧୪.୨ କିଲୋଗ୍ରାମ LPG ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛି । ଏହାପୂର୍ବରୁ ଫେବୃଆରୀ ୪ ଓ ଫେବୃଆରୀ ୧୪ରେ ମୂଲ୍ୟ ବୃଦ୍ଧି କରାଯାଇଥିଲା ।

ଅଧିକ ପଢ଼ନ୍ତୁ:-ଖୁବ୍ ଶୀଘ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ମିଳିବ ବର୍ଦ୍ଧିତ ମହଙ୍ଗା ଭତ୍ତା!
 
ଫେବୃଆରୀ ୪ରେ ଆଇଓସି ଏଲପିଜି ସିଲିଣ୍ଡର ମୂଲ୍ୟକୁ ୫୦ ଟଙ୍କା ବୃଦ୍ଧି କରିଥିଲା । ତା’ପରେ ଫେବୃଆରୀ ୧୪ରେ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ଆଜି (ଗୁରୁବାର) ପୁଣି ଥରେ ଏଲପିଜି ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି କରାଯାଇଛି । ଜାନୁଆରୀରେ, ବିନା ସବସିଡିଯୁକ୍ତ ଏଲପିଜି (୧୪.୨ କେଜି) ର ମୂଲ୍ୟ ୬୯୪ ଟଙ୍କା ଥିଲା । ଫେବୃଆରୀ ଆରମ୍ଭରେ ଘରୋଇ ଗ୍ୟାସର ମୂଲ୍ୟ ବୃଦ୍ଧି ହୋଇନଥିଲା ଏବଂ ଏହା ପୁରୁଣା ମୂଲ୍ୟରେ ୬୯୪ ଟଙ୍କା ମୂଲ୍ୟରେ ଉପଲବ୍ଧ ହେଉଥିଲା ।

ଅଧିକ ପଢ଼ନ୍ତୁ:-ବଢ଼ିଲା ରେଳ ଭଡ଼ା
 
ଏହି ମୂଲ୍ୟ ବୃଦ୍ଧି ସହ ଆଜିଠାରୁ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୭୯୪ ଟଙ୍କା ହୋଇଯାଇଛି, ଅର୍ଥାତ୍ ଫେବୃଆରୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୨୫ ଟଙ୍କା ବୃଦ୍ଧି ପାଇଛି । ଏଲପିଜି ମୂଲ୍ୟ ଏପରି ସମୟରେ ବୃଦ୍ଧି ପାଇଛି ଯେତେବେଳେ ଭାରତରେ ପେଟ୍ରୋଲ ମୂଲ୍ୟ ସର୍ବକାଳୀନ ଉଚ୍ଚତମ ସ୍ତରକୁ ପହଞ୍ଚିଛି ।