ଗୁଡ୍ ନ୍ୟୁଜ୍: ଶସ୍ତା ହେଲା LPG ସିଲିଣ୍ଡର, ଆଜିଠାରୁ ୧୩୫ ଟଙ୍କା କମ୍ ହେଲା ଦାମ୍
Advertisement

ଗୁଡ୍ ନ୍ୟୁଜ୍: ଶସ୍ତା ହେଲା LPG ସିଲିଣ୍ଡର, ଆଜିଠାରୁ ୧୩୫ ଟଙ୍କା କମ୍ ହେଲା ଦାମ୍

LPG Cylinder Price: ମେ'ରେ ଘରୋଇ LPG ସିଲିଣ୍ଡରର ଗ୍ରାହକଙ୍କୁ ଦୁଇଥର ଝଟକା ଲାଗିଥିଲା । ଘରୋଇ ସିଲିଣ୍ଡରର ଦାମ୍ ମାସର ଆରମ୍ଭ ମେ' ୭ରେ ପ୍ରଥମ ଥର  ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଏହା ପରେ ମେ' ୧୯ରେ ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଥିଲା ।

ଗୁଡ୍ ନ୍ୟୁଜ୍: ଶସ୍ତା ହେଲା LPG ସିଲିଣ୍ଡର, ଆଜିଠାରୁ ୧୩୫ ଟଙ୍କା କମ୍ ହେଲା ଦାମ୍

ନୂଆଦିଲ୍ଲୀ: LPG Cylinder Price: ଜନତାଙ୍କୁ ପୁଣି ରିହାତି ମିଳିଛି । ଏଲପିଜି ସିଲିଣ୍ଡର ଦର (LPG Gas Cylinder Price) ରେ ହ୍ରାସ ଘଟିଛି । ବିଗତ ଦିନରେ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ବଡ଼ ଧରଣର ହ୍ରାସ ଘଟିଥିଲା । ବର୍ତ୍ତମାନ ଏଲପିଜି ସିଲିଣ୍ଡର (LPG Cylinder) ର ଦରରେ କମି ଆସିଛି । ଆଜି ଅର୍ଥାତ ଜୁନ ୧ରେ ଏଲପିଜି ସିଲିଣ୍ଡରର ନୂତନ ଦର ଜାରି କରାଯାଇଛି । ଆଜି ଇଣ୍ଡେନ୍ ସିଲିଣ୍ଡର ୧୩୫ ଟଙ୍କା ଶସ୍ତା ହୋଇଛି । ପେଟ୍ରୋଲିୟମ କମ୍ପାନୀ ଇଣ୍ଡିଆନ୍ ଅଏଲ୍ ବ୍ୟବସାୟିକ ସିଲିଣ୍ଡର (Commercial Gas Cylinders)  ଦାମରେ ଏହି ହ୍ରାସ କରିଥିବାବେଳେ ଘରୋଇ ଏଲପିଜି ସିଲିଣ୍ଡର ଗ୍ରାହକଙ୍କୁ କୌଣସି ରିହାତି ମିଳିନାହିଁ । ୧୪.୨ କିଲୋଗ୍ରାମର ଘରୋଇ ସିଲିଣ୍ଡର (Domestic LPG Cylinder) ନା ଶସ୍ତା ନା ମହଙ୍ଗା ହୋଇଛି । ଅର୍ଥାତ ଏହାର ଦର ସ୍ଥିର ରହିଛି । ଘରୋଇ ସିଲିଣ୍ଡର ମେ ୧୯ରେ ଯେଉଁ ରେଟରେ ମିଳୁଥିଲା, ସେହି ସମାନ ଦରରେ ଉପଲବ୍ଧ ରହିବ । କମ୍ପାନୀଗୁଡିକ ଜୁନ ୧ରେ ଜାରି ମୂଲ୍ୟ ଅନୁଯାୟୀ, ୧୯ କିଲୋଗ୍ରାମର ବ୍ୟବସାୟିକ ସିଲିଣ୍ଡର (Commercial Gas Cylinders)  ୧୩୫ ଟଙ୍କା ଶସ୍ତା ହୋଇଛି ।

ଆପଣଙ୍କୁ କହିରଖୁଛୁ ଯେ, ମେ'ରେ ଘରୋଇ LPG ସିଲିଣ୍ଡରର ଗ୍ରାହକଙ୍କୁ ଦୁଇଥର ଝଟକା ଲାଗିଥିଲା । ଘରୋଇ ସିଲିଣ୍ଡରର ଦାମ୍ ମାସର ଆରମ୍ଭ ମେ' ୭ରେ ପ୍ରଥମ ଥର  ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଏହା ପରେ ମେ' ୧୯ରେ ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଥିଲା । ଏହି ସିଲିଣ୍ଡର ପିଛା ୩.୫୦ ପଇସା ବୃଦ୍ଧି ଘଟିଥିଲା । ସେପଟେ ମେ' ୭ରେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର ପ୍ରାୟ ୧୦ ଟଙ୍କା ଶସ୍ତା ହୋଇଥିଲା । ମେ' ୧୯ରେ ଏହାର ଦରରେ ୮ ଟଙ୍କା ବୃଦ୍ଧି କରାଯାଇଥିଲା ।

ଆଜି ଅର୍ଥାତ୍ ଜୁନ ୧ରେ ୧୯ କିଲୋଗ୍ରାମ ସିଲିଣ୍ଡରରେ ସିଧାସଳଖ ୧୩୫ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିଛି । ବର୍ତ୍ତମାନ ୧୯ କିଲୋଗ୍ରାମ ସିଲିଣ୍ଡର ଦିଲ୍ଲୀରେ ୨୩୫୪ ଟଙ୍କା ବଦଳରେ ୨୨୧୯ ଟଙ୍କା, କୋଲକାତାରେ ୨୪୫୪ ଟଙ୍କା ବଦଳରେ ୨୩୨୨ ଟଙ୍କା, ମୁମ୍ବାଇରେ ୨୩୦୬ ଟଙ୍କା ବଦଳରେ ୨୧୭୧.୫୦ ଟଙ୍କା ଏବଂ ଚେନ୍ନାଇରେ ୨୫୦୭ ଟଙ୍କା ବଦଳରେ ୨୩୭୩ ଟଙ୍କାରେ ମିଳିବ ।

ମେ ୧ରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରରେ ପ୍ରାୟ ୧୦୦ ଟଙ୍କା ବୃଦ୍ଧି ପାଇଥିଲା । ଏଥି ସହିତ ମାର୍ଚ୍ଚରେ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୧୨ ଟଙ୍କା ଥିଲା । ଏପ୍ରିଲ ୧ରେ ଏହା ୨୨୫୩କୁ ବୃଦ୍ଧି ପାଇଥିଲା ଓ ମ' ୧ରେ ଏହା ୨୩୫୫ ଟଙ୍କାକୁ ପହଞ୍ଚିଥିଲା ।

ଏହା ବି ପଢ଼ନ୍ତୁ:-ପ୍ରସିଦ୍ଧ ଗାୟକ କେକେଙ୍କ ନିଧନ

ଏହା ବି ପଢ଼ନ୍ତୁ:-ଆସନ୍ତା ମାସରେ ବିବାହ କରିବାକୁ ଯାଉଥିଲେ ମୁସେୱାଲା, କାନାଡାରେ ରହୁଥିବା ଏହି ଝିଅ ସହ ହୋଇସାରିଥିଲା ନିର୍ବନ୍ଧ

ଏହା ବି ପଢ଼ନ୍ତୁ:-୧୫୦୦୦ କାର୍ଯ୍ୟକର୍ତ୍ତାଙ୍କ ସହ ବିଜେପିରେ ଯୋଗଦେବେ ହାର୍ଦ୍ଦିକ, ଏହି ଦିନ ଗ୍ରହଣ କରିବେ ଦଳର ସଦସ୍ୟତା

ବର୍ତ୍ତମାନ ସମଗ୍ର ଦେଶରେ ଘରୋଇ LPG ସିଲିଣ୍ଡରର ମୂଲ୍ୟ ୧୦୦୦ ଟଙ୍କା ପାର କରିଛି । ଆପଣଙ୍କୁ କହି ରଖୁଛୁ ଯେ, ଗତ ଏକ ବର୍ଷ ମଧ୍ୟରେ ଦିଲ୍ଲୀର ଘରୋଇ ଏଲପିଜି ସିଲିଣ୍ଡର ୮୦୯ରୁ ୧୦୦୩ ଟଙ୍କାକୁ ପହଞ୍ଚିଯାଇଛି । ବର୍ତ୍ତମାନ ସମୟରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ଦିଲ୍ଲୀ ଓ ମୁମ୍ବାଇରେ ୧,୦୦୩ ଟଙ୍କା, କୋଲକାତାରେ ୧,୦୦୩ ଟଙ୍କା, ଭୁବନେଶ୍ୱରରେ ମଧ୍ୟ ୧,୦୦୩ ଟଙ୍କା ଏବଂ ଚେନ୍ନାଇରେ ୧, ୦୦୩ ଟଙ୍କାରେ ମିଳୁଛି ।