ସେହିପରି ଆଜିଠାରୁ ଘରୋଇ ସିଲିଣ୍ଡର (LPG gas Cylinder) ପାଇଁ ଆପଣଙ୍କୁ ୨୫ ଟଙ୍କା ଅଧିକ ଦେବାକୁ ପଡିବ । ଫେବୃଆରୀରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ବୃଦ୍ଧି କରାଯାଇଥିଲା ।
Trending Photos
ନୂଆଦିଲ୍ଲୀ: LPG Gas Cylinder Price Today: ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ରୁ ମୁକ୍ତି ମିଳୁଥିବାର ନଜରକୁ ଆସୁନାହିଁ । ତୈଳ ମାର୍କେଟିଂ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ (LPG gas Cylinder) ୯୫ ଟଙ୍କା ଓ ଘରୋଇ ସିଲିଣ୍ଡର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରିଛନ୍ତି । ତୈଳ ମାର୍କେଟିଂ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ଏହି ମୂଲ୍ୟ ବୃଦ୍ଧି ସହ ୧୯ କିଲୋଗ୍ରାମ ସିଲିଣ୍ଡର ମୂଲ୍ୟ ବର୍ତ୍ତମାନ ୧,୬୧୪ ଟଙ୍କା ହୋଇଯାଇଛି । ଏହି LPG ଗ୍ୟାସର ନୂତନ ମୂଲ୍ୟ ଆଜି ଅର୍ଥାତ ମାର୍ଚ୍ଚ ୧,୨୦୨୧ ଠାରୁ କାର୍ଯ୍ୟକାରୀ ହେବ ।
ଅଧିକ ପଢ଼ନ୍ତୁ:-ମାର୍ଚ୍ଚ ୧ରୁ ବଦଳିଯିବ ବ୍ୟାଙ୍କିଂ ଓ LPG ସିଲିଣ୍ଡର ସହ ଜଡ଼ିତ ଏହି ନିୟମ, ଦେଶର କୋଟି କୋଟି ଲୋକ ହେବେ ପ୍ରଭାବିତ!
ସେହିପରି ଆଜିଠାରୁ ଘରୋଇ ସିଲିଣ୍ଡର (LPG gas Cylinder) ପାଇଁ ଆପଣଙ୍କୁ ୨୫ ଟଙ୍କା ଅଧିକ ଦେବାକୁ ପଡିବ । ଫେବୃଆରୀରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ବୃଦ୍ଧି କରାଯାଇଥିଲା । ଆଜି ୨୫ ଟଙ୍କା ବୃଦ୍ଧି ପରେ ବର୍ତ୍ତମାନ ଆପଣଙ୍କୁ ୭୯୪ ଟଙ୍କା ବଦଳରେ ୮୧୯ ଟଙ୍କା ଦେବାକୁ ପଡିବ । ଗତ କିଛି ଦିନ ପୂର୍ବେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା । ଗୁରୁବାର ( ଫେବୃଆରୀ ୨୫) ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୭୬୯ରୁ ୭୯୪ ଟଙ୍କାକୁ ବୃଦ୍ଧି ପାଇଥିଲା । ଫେବୃଆରୀରେ ତୃତୀୟ ଥର ପାଇଁ ଘରୋଇ ଏଲପିଜିର ମୂଲ୍ୟ ବୃଦ୍ଧି କରାଯାଇଥିଲା ।