ସେପଟେ ମଧ୍ୟପ୍ରଦେଶର ଚିକିତ୍ସା ମନ୍ତ୍ରୀ ବିଶ୍ୱାସ ସାରଙ୍ଗ (Renewable Energy) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
Trending Photos
ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ମୂଲ୍ୟ (Petrol-Diesel Price) ରେ ଲଗାତର ଏକାଦଶ ଦିନ ବୃଦ୍ଧି ଘଟିଛି । ଲଗାତର ତୈଳ ଦରରେ ବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କ ଉପରେ ବୋଝ ବଢ଼ିବାରେ ଲାଗିଛି । ଏହି ସମୟରେ ମଧ୍ୟପ୍ରଦେଶର ଅନୁପପୁର ଜିଲ୍ଲାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି । ପକେଟ ଉପରେ ବଢୁଥିବା ଭାର ମଧ୍ୟରେ ଜନସାଧାରଣ ଚିନ୍ତା ମୁଦ୍ରାରେ ଅଛନ୍ତି ।
ଅଧିକ ପଢ଼ନ୍ତୁ:-୪.୫ କୋଟି ଲୋକଙ୍କ ପାଇଁ ବଡ଼ ଖବର, PF ଖାତାରେ ଅନଲାଇନ୍ ପରିବର୍ତ୍ତନକୁ ନେଇ ନୂଆ ଗାଇଡଲାଇନ୍ସ
ସେପଟେ ମଧ୍ୟପ୍ରଦେଶର ଚିକିତ୍ସା ମନ୍ତ୍ରୀ ବିଶ୍ୱାସ ସାରଙ୍ଗ (Renewable Energy) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଇନ୍ଧନ ମୂଲ୍ୟ ଆକାଶଛୁଆଁ ମଧ୍ୟରେ ସେ ଏକ ଭିନ୍ନ ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ ସୌର ଓ ବୈଦ୍ୟୁତିକ ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯିବା ଉଚିତ୍ ।
ବାସ୍ତବରେ ସାରଙ୍ଗଙ୍କୁ ପଚରାଯାଇଥିଲା ଯେ ରାଜ୍ୟରେ ଟିକସ ହ୍ରାସ କରି ଗ୍ରାହକଙ୍କୁ କିଛି ରିହାତି ପ୍ରଦାନ କରିବାର ଯୋଜନା ଅଛି କି? ସେ ଉତ୍ତର ଦେଇଛନ୍ତି, "ଦେଖନ୍ତୁ... ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି... ସେ ପରିବହନ ପାଇଁ ସୌର ଶକ୍ତି ବ୍ୟବହାର ସହ ଅନ୍ତର୍ଜାତୀୟ ତୈଳ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସେ ବ୍ୟବସ୍ଥା କରିଛନ୍ତି । ବୈଦ୍ୟୁତିକ ଯାନ ପ୍ରବର୍ତ୍ତନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ତୈଳ ମୂଲ୍ୟ ଉପରେ ଆମର ନିୟନ୍ତ୍ରଣକୁ ଦୃଢ଼ କରିବ ।"
ଅଧିକ ପଢ଼ନ୍ତୁ:-ଚିରାଗ ଉପରେ ଫୁଟିଲା ନୀତିଶ ବୋମା; ଏଲଜେପିକୁ ବଡ଼ ଝଟକା, ଦଳ ଛାଡ଼ି ଜେଡିୟୁରେ ସାମିଲ ହେଲେ ୨୦୮ ନେତା
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବୈଶ୍ୱିକ ବଜାରରେ ତୈଳ ମୂଲ୍ୟ ଚାହିଦା ଏବଂ ଯୋଗାଣ ଉପରେ ସ୍ଥିର ହୋଇଥାଏ । ଏପରି ପରିସ୍ଥିତିରେ ଯଦି ଆମେ ଏହାର ବ୍ୟବହାର କିମ୍ବା ଚାହିଦା ହ୍ରାସ କରୁ, ତେବେ ଆମେ ଏହାର ମୂଲ୍ୟକୁ ନିୟନ୍ତ୍ରଣ କରିପାରିବା । ଏହି କାରଣରୁ ପ୍ରଧାନମନ୍ତ୍ରୀ ବୈଦ୍ୟୁତିକ ଯାନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ଆମେ ତୈଳ ମୂଲ୍ୟକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବା ।
ଅଧିକ ପଢ଼ନ୍ତୁ:-ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢ଼ିବ ୧୩ ପ୍ରତିଶତ ମହଙ୍ଗା ଭତ୍ତା!
ଭାରତରେ ଏଥିପାଇଁ ତେଲ ଏତେ ମହଙ୍ଗା
ଭାରତରେ ତେଲ ଏତେ ମହଙ୍ଗା କାରଣ ଏହା ଉପରେ ଅଧିକ ଟ୍ୟାକ୍ସ ଲଗାଯାଇଛି । ବିଭିନ୍ନ ରାଜ୍ୟ ଅଲଗା ଅଲଗା ଟିକସ ଆଦାୟ କରନ୍ତି । କେନ୍ଦ୍ର ସରକାରଙ୍କ ଏକ୍ସାଇଜ୍ ଡ୍ୟୁଟି ବ୍ୟତୀତ ରାଜ୍ୟ ସରକାରମାନେ ମଧ୍ୟ ଭାଟ୍ ଅର୍ଥାତ୍ ମୂଲ୍ୟଯୁକ୍ତ ଟିକସ ଆଦାୟ କରନ୍ତି । ରାଜ୍ୟଗୁଡିକର ଭାଟ୍ ଟିକସ ହାର ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ ।