ସେ ସିଧାସଳଖ କୃଷକଙ୍କୁ କହିଥିଲେ ଯେ, ଆପଣମାନଙ୍କ ଯୋଗୁଁ ଆମେ ଜୀବିତ ଅଛୁ । କୃଷକଙ୍କ ହିତରେ ହିଁ ଦେଶର ହିତ ଏବଂ ଆମର ହିତ । ତାରା ଗାନ୍ଧୀ କହିଛନ୍ତି ଯେ ଏହା ହେଉଛି ବିପ୍ଳବର ଦେଶ । ଦେଶର ସ୍ୱାଧୀନତା ପାଇଁ ପ୍ରଥମ ବିପ୍ଳବ ୧୮୫୭ ମସିହାରେ ମେରୁଟରୁ ଆରମ୍ଭ ହୋଇଥିଲା ।
Trending Photos
ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ନାତୁଣୀ (Mahatma Gandhi Granddaughter) ତଥା ରାଷ୍ଟ୍ରୀୟ ଗାନ୍ଧୀ ସଂଗ୍ରହାଳୟର ଅଧ୍ୟକ୍ଷା ୮୭ ବର୍ଷୀୟା ବୟୋବୃଦ୍ଧା ତାରା ଗାନ୍ଧୀ ଭଟ୍ଟାଚାର୍ଯ୍ୟ (Tara Gandhi Bhattacharya) ଶନିବାର ଦିଲ୍ଲୀ-ୟୁପିର ଗାଜିପୁର ସୀମାରେ ପହଞ୍ଚି କୃଷକ ଆନ୍ଦୋଳନ (Farmers Protest) କୁ ସମର୍ଥନ କରିଛନ୍ତି । ତାରା ଗାନ୍ଧୀ ଶାନ୍ତିପୂର୍ଣ୍ଣ ଭାବରେ ଏହି ଆନ୍ଦୋଳନ ଚଳାଇବାକୁ କୃଷକମାନଙ୍କୁ (Farmmers) ନିବେଦନ କରିଛନ୍ତି । ସେ କହିଛନ୍ତି ଯେ, "ମୁଁ ଏଠାରେ ଆପଣଙ୍କ ପାଇଁ ପ୍ରାର୍ଥନା କରିବାକୁ ଆସିଛି । ଆମେ ଗାନ୍ଧୀ ପ୍ରତିଷ୍ଠାନ ସହ ଜଡିତ । ଆମେ ଗାଜୀପୁର ସୀମାରେ କୌଣସି ରାଜନୈତିକ ଦଳ ପାଇଁ ଆସି ନାହୁଁ, ଆଜି ଆମେ କୃଷକମାନଙ୍କ ପାଇଁ ଏଠାକୁ ଆସିଛୁ । ଯେଉଁମାନେ ଆମକୁ ଜୀବନସାରା ଖୁଆଇଛନ୍ତି ।"
ଅଧିକ ପଢ଼ନ୍ତୁ:-ଅମିତ ଶାହ ନେପାଳ ଓ ଶ୍ରୀଲଙ୍କାରେ ଗଠନ କରିବେ ବିଜେପି ସରକାର, ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ଦାବି
ସେ ସିଧାସଳଖ କୃଷକଙ୍କୁ କହିଥିଲେ ଯେ, ଆପଣମାନଙ୍କ ଯୋଗୁଁ ଆମେ ଜୀବିତ ଅଛୁ । କୃଷକଙ୍କ ହିତରେ ହିଁ ଦେଶର ହିତ ଏବଂ ଆମର ହିତ । ତାରା ଗାନ୍ଧୀ କହିଛନ୍ତି ଯେ ଏହା ହେଉଛି ବିପ୍ଳବର ଦେଶ । ଦେଶର ସ୍ୱାଧୀନତା ପାଇଁ ପ୍ରଥମ ବିପ୍ଳବ ୧୮୫୭ ମସିହାରେ ମେରୁଟରୁ ଆରମ୍ଭ ହୋଇଥିଲା । ବାପୁଙ୍କ ନାତୁଣୀ କହିଛନ୍ତି ଯେ ଏତେ ଦିନ ଧରି ଚାଲିଆସୁଥିବା ଚାଷୀଙ୍କ ଆନ୍ଦୋଳନ ଆଶ୍ଚର୍ଯ୍ୟଜନକ ଅଟେ ।
ଅଧିକ ପଢ଼ନ୍ତୁ:-ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ପାଇଁ ଦାୟୀ କିଏ? ଉତ୍ତର ରଖିଲେ ଧର୍ମେନ୍ଦ୍ର ପ୍ରଧାନ
ସେ କହିଛନ୍ତି ଯେ, "ମୁଁ ବୃଦ୍ଧାବସ୍ଥାରେ ଏଠାରେ ଆପଣଙ୍କ (କୃଷକ) ପାଇଁ ପ୍ରାର୍ଥନା କରିବାକୁ ଆସିଛୁ । ମୁଁ ଚାହେଁ ଯେ ଯାହା ମଧ୍ୟ ହେଉ, ଯେପରି ହେଉ କୃଷକଙ୍କ ଭଲ ହେବା ଆବଶ୍ୟକ । ଚାଷୀଙ୍କ ତପସ୍ୟା କାହା ଆଗରେ ଲୁଚି ନାହିଁ ଏବଂ ଏହି କଥା ମଧ୍ୟ କାହାକୁ କହିବାର ଆବଶ୍ୟକତା ନାହିଁ । କୃଷକଙ୍କ ସ୍ୱାର୍ଥରେ ଦେଶର ସ୍ୱାର୍ଥ ଏବଂ ଦେଶର ସ୍ୱାର୍ଥ ହେଉଛି ଆମ ସମସ୍ତଙ୍କ ସ୍ୱାର୍ଥ । ସେଥିପାଇଁ ସରକାର କୃଷକଙ୍କ ହିତର ଧ୍ୟାନ ଦିଅନ୍ତୁ ।"