BJP ପୂର୍ବରୁ କଂଗ୍ରେସର ଖେଳ ବିଗାଡ଼ିବ TMC! ମିଶନ୍ ୨୦୨୪ ପାଇଁ ମମତାଙ୍କ ଗେମ୍ ପ୍ଲାନ୍ ପ୍ରସ୍ତୁତ, ଏହା ହେଉଛି ରଣନୀତି
Advertisement
Article Detail0/zeeodisha/odisha1038188

BJP ପୂର୍ବରୁ କଂଗ୍ରେସର ଖେଳ ବିଗାଡ଼ିବ TMC! ମିଶନ୍ ୨୦୨୪ ପାଇଁ ମମତାଙ୍କ ଗେମ୍ ପ୍ଲାନ୍ ପ୍ରସ୍ତୁତ, ଏହା ହେଉଛି ରଣନୀତି

TMC ଏକ ସୂତ୍ରରୁ ପ୍ରକାଶ ଯେ, ଯେହେତୁ ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ (AITC) ଜାତୀୟ ସ୍ତରରେ ଏହାର ପାଦଚିହ୍ନ ବିସ୍ତାର କରିଚାଲିଛି, ତେଣୁ ଦଳକୁ ସମ୍ବିଧାନରେ ସଂଶୋଧନ କରିବାକୁ ପଡ଼ିବ ।

BJP ପୂର୍ବରୁ କଂଗ୍ରେସର ଖେଳ ବିଗାଡ଼ିବ TMC! ମିଶନ୍ ୨୦୨୪ ପାଇଁ ମମତାଙ୍କ ଗେମ୍ ପ୍ଲାନ୍ ପ୍ରସ୍ତୁତ, ଏହା ହେଉଛି ରଣନୀତି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ (Lok Sabha Elections 2024) ପୂର୍ବରୁ ମୋଦି ସରକାର (Modi Government) ଙ୍କ ବିରୋଧରେ ମୁଖ୍ୟ ବିରୋଧୀ ଦଳ ଭାବରେ କଂଗ୍ରେସ (Congress) ର ଖେଳ ବିଗିଡ଼ିବାକୁ ଯାଉଛି, କାରଣ ତୃଣମୂଳ କଂଗ୍ରେସ (TMC) ର ଗେମ୍ ପ୍ଲାନ୍ ପ୍ରସ୍ତୁତ ହୋଇସାରିଛି । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (BJP) ର ମୁଖ୍ୟ ବିରୋଧୀ ଭାବରେ ନିଜକୁ ସ୍ଥାପିତ କରିବା ପାଇଁ ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ (AITC) ନିଜ ଯୋଜନାକୁ ଜୋରଦାର କରିବା ଆରମ୍ଭ କରିଛି । ଆଗାମୀ ଦିନରେ ୨୦୨୪ ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ମମତା ବାନାର୍ଜୀ (Mamata Banerjee) ଙ୍କୁ ମୁଖ୍ୟ ବିରୋଧୀ ରୂପେ ପ୍ରୋଜେକ୍ଟ କରିବାକୁ TMC ଲକ୍ଷ୍ୟ ରଖିଛି । ଏହି ପଦକ୍ଷେପ ସ୍ୱାଭାବିକ ଭାବରେ କଂଗ୍ରେସ ସହିତ ଟିଏମସିର ସଂଘର୍ଷର କାରଣ ହେବ, ଯେହେତୁ କଂଗ୍ରେସ  ମୁଖ୍ୟ ବିରୋଧୀ ଦଳ ଭାବରେ ରହିଆସିଛି ।

ଟିଏମସିର ଏକ ସୂତ୍ରରୁ ପ୍ରକାଶ ଯେ, ଯେହେତୁ ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ (AITC) ଜାତୀୟ ସ୍ତରରେ ଏହାର ପାଦଚିହ୍ନ ବିସ୍ତାର କରିଚାଲିଛି, ତେଣୁ ଦଳକୁ ସମ୍ବିଧାନରେ ସଂଶୋଧନ କରିବାକୁ ପଡ଼ିବ । ତେବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ପାର୍ଟି ୱାର୍କିଂ କମିଟିର ଗଠନରେ କିଛି ପରିବର୍ତ୍ତନ ଅଣାଯିବ । ବର୍ତ୍ତମାନ ଏହି କମିଟିରେ ୨୧ ଜଣ ସଦସ୍ୟ ଅଛନ୍ତି । ମେଘାଳୟ, ତ୍ରିପୁରା, ଗୋଆ ଏବଂ ଆସାମରେ ପାର୍ଟି ଏହାର ନେଟୱାର୍କ ବିସ୍ତାର କରୁଥିବାରୁ ଏହା ବୃଦ୍ଧି ପାଇବ ।

ତେବେ ଟିଏମସି ଭେଟେରାନ ଡେରେକ ଓ’ବ୍ରାଇନ୍ କହିଛନ୍ତି ଯେ ଏହା ଦଳର DNA ରେ ପରିବର୍ତ୍ତନ କରିବ ନାହିଁ । କିନ୍ତୁ ଦଳର ସମ୍ବିଧାନରେ କିଛି ଜିନିଷ ବଦଳିଯିବ । ଆମେ ଉପାୟ ବିଷୟରେ ଆଲୋଚନା କରିଛୁ ଓ କେବଳ ପାର୍ଟି ସୁପ୍ରିମୋ ମମତା ବାନାର୍ଜୀ ଚୂଡ଼ାନ୍ତ ଅନୁମୋଦନ ଦେବେ । ଆପଣଙ୍କୁ କହିରଖୁଛୁ ଯେ  ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନରେ ​​ବିଜୟ ପରେ ମମତା ବାନାର୍ଜୀ କ୍ରମାଗତ ଭାବରେ ଅନ୍ୟ ରାଜ୍ୟ ଗସ୍ତ କରୁଛନ୍ତି ଓ ଅନ୍ୟ ଦଳର ନେତା ଟିଏମସିରେ ଦେଇ ଦଳକୁ ମଜବୁତ କରୁଛନ୍ତି ।

ଦଳର ସମ୍ବିଧାନରେ ପରିବର୍ତ୍ତନ ଟିଏମସିର ମହତ୍ତ୍ୱାକାଂକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ । ହିନ୍ଦୀ ଭାଷାଭାଷୀ ଅଞ୍ଚଳର ନେତାମାନେ ମଧ୍ୟ ଟିଏମସିର ନୂତନ ଭାବେ ଗଠିତ କାର୍ଯ୍ୟ କମିଟିରେ ସ୍ଥାନ ପାଇବେ, ଯାହା ଦଳର ଅନ୍ୟତମ ପ୍ରମୁଖ କେନ୍ଦ୍ର ଅଟେ । ପଶ୍ଚିମ ଅଞ୍ଚଳର ନେତାଙ୍କୁ ମଧ୍ୟ ଏହି କମିଟିରେ ସାମିଲ କରିବାର ସମ୍ଭାବନା ରହିଛି । ତେବେ 'ଭିଟୋ ପାୱାର' ସହିତ କେବଳ ମମତା ବାନାର୍ଜୀ ଏହି କମିଟିରେ ରହିବେ ।

ଦଳର ଜଣେ ବ୍ୟକ୍ତି କହିଛନ୍ତି ଯେ ଯେହେତୁ ଆଗାମୀ ଦିନରେ ଟିଏମସର ଲକ୍ଷ୍ୟ ଦେଶବ୍ୟାପୀ ଉପସ୍ଥିତି ଥିବା ଏକ ଦଳ ହେବାର ରହିଛି, ଏଭଳି ପରିସ୍ଥିତିରେ କାର୍ଯ୍ୟ ସମିତିରେ ଅନ୍ୟ ରାଜ୍ୟରୁ ଅଧିକରୁ ଅଧିକ ସଦସ୍ୟଙ୍କୁ ସାମିଲ କରାଯିବ, ଯେଉଁଠାରେ ଏହାର ବିସ୍ତାର ହୋଇଛି । ପରବର୍ତ୍ତୀ କାର୍ଯ୍ୟ ସମିତି ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ । ଏହି ବୈଠକରେ ଟିଏମସି ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବ ବୋଲି ମନେ କରାଯାଉଛି । ସୋମବାର କୋଲକାତାରେ ତାଙ୍କ ବାସଭବନରେ ବଙ୍ଗଳା, ଗୋଆ, ମେଘାଳୟ ଏବଂ ତ୍ରିପୁରାର ନେତାଙ୍କ ସହ ନିଜ ଦଳର ସାଂସଦ, ବିଧାୟକ ତଥା ନେତାଙ୍କ ସହ ମମତା ବାନାର୍ଜୀ ଦଳର କାର୍ଯ୍ୟକାରିଣୀ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏଥି ସହିତ ଆଜି ଠାରୁ ମମତା ତିନି ଦିନ ପାଇଁ ମୁମ୍ବାଇ ଗସ୍ତରେ ଯାଉଛନ୍ତି, ଯେଉଁଠାରେ ସେ ଉଦ୍ଧବ ଠାକରେ ଓ ଶରଦ ପାୱାରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଏହା ବି ପଢ଼ନ୍ତୁ:-ମାଡ଼ି ଆସୁଛି ବାତ୍ୟା, ଡିସେମ୍ୱର ୪ରେ ଲ୍ୟାଣ୍ଡଫଲ୍!

ଏହା ବି ପଢ଼ନ୍ତୁ:-ବେତନ ପ୍ରାପ୍ତ କର୍ମଚାରୀମାନେ ଧ୍ୟାନ ଦିଅନ୍ତୁ; ଏହି ଡକ୍ୟୁମେଣ୍ଟକୁ PF ଆକାଉଣ୍ଟରେ ଯୋଡିବା ବାଧ୍ୟତାମୂଳକ, ଆଜି ହେଉଛି ଶେଷ ତାରିଖ, ନଚେତ ମିଳିବନି ଲାଭ

ଏହା ବି ପଢ଼ନ୍ତୁ:-ନ୍ୟୁଜିଲାଣ୍ଡ ବିପକ୍ଷରେ କାନପୁର ଟେଷ୍ଟ ଡ୍ର ହେବା ପରେ କୋଚ୍ ଦ୍ରାବିଡ ନେଲେ ବଡ଼ ନିଷ୍ପତ୍ତି, ସମସ୍ତେ କରୁଛନ୍ତି ପ୍ରଶଂସା

ଏହା ବି ପଢ଼ନ୍ତୁ:-ପୁରୁଷମାନେ ପ୍ରତିଦିନ ଏହି ସମୟରେ ଖାଆନ୍ତୁ ରସୁଣର କେବଳ ଗୋଟିଏ କୋଲା, ତା’ପରେ ଦେଖନ୍ତୁ ଚମତ୍କାର!

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍