ମମତା ବାନାର୍ଜୀଙ୍କ ବଡ ଘୋଷଣା, ରାଜ୍ୟବାସୀଙ୍କୁ ମିଳିବ ଏହି ଲାଭ
Advertisement

ମମତା ବାନାର୍ଜୀଙ୍କ ବଡ ଘୋଷଣା, ରାଜ୍ୟବାସୀଙ୍କୁ ମିଳିବ ଏହି ଲାଭ

ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି ଯେ, ଯଦି କେନ୍ଦ୍ର ସରକାର ଚାହିଁବେ ତ ରାଜ୍ୟ ସରକାରଙ୍କ ଆକାଉଣ୍ଟକୁ ଟଙ୍କା ନ ପଠାଇ ଏହା ସିଧାସଳଖ କୃଷକଙ୍କ ଆକାଉଣ୍ଟକୁ ପଠାଇ ପାରିବେ ।

ମମତା ବାନାର୍ଜୀଙ୍କ ବଡ ଘୋଷଣା, ରାଜ୍ୟବାସୀଙ୍କୁ ମିଳିବ ଏହି ଲାଭ

କୋଲକାତା: ମୋଦି ସରକାର (Modi Govt) ଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ପ୍ରଧାନମନ୍ତ୍ରୀ କିସାନ ସମ୍ମାନ୍ ନିଧି ଯୋଜନା (PM Kisan Samman Nidhi Yojana) ବର୍ତ୍ତମାନ ପଶ୍ଚିମବଙ୍ଗ (West Bengal) ରେ ଆରମ୍ଭ ହେବାକୁ ଯାଉଛି । ଏନେଇ ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଏହି ଯୋଜନା କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାରଙ୍କର କୌଣସି ସମସ୍ୟା ନାହିଁ । ସେ କେନ୍ଦ୍ର ସରକାରଙ୍କ ଠାରୁ ଏପରି ଲୋକଙ୍କ ତଥ୍ୟ ମାଗିଛନ୍ତି, ଯେଉଁମାନେ ୱେବସାଇଟ୍ ମାଧ୍ୟମରେ ନିଜକୁ ପଞ୍ଜୀକୃତ କରାଇଛନ୍ତି ।

ଅଧିକ ପଢ଼ନ୍ତୁ:-'କୋରୋନା ଟିକା ଲଗାଇବି ନାହିଁ'

ଟଙ୍କା ସିଧାସଳଖ କୃଷକଙ୍କ ଆକାଉଣ୍ଟକୁ ଆସିବ 

ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି ଯେ, ଯଦି କେନ୍ଦ୍ର ସରକାର ଚାହିଁବେ ତ ରାଜ୍ୟ ସରକାରଙ୍କ ଆକାଉଣ୍ଟକୁ ଟଙ୍କା ନ ପଠାଇ ଏହା ସିଧାସଳଖ କୃଷକଙ୍କ ଆକାଉଣ୍ଟକୁ ପଠାଇ ପାରିବେ । ତେବେ ଏହା ପୂର୍ବରୁ ସେ ଧନରାଶିର ପୈଠ ରାଜ୍ୟ ସରକାରଙ୍କ ମାଧ୍ୟମରେ କରାଯିବାର ସର୍ତ୍ତ ରଖିଥିଲେ । କିନ୍ତୁ ବର୍ତ୍ତମାନ ନିଜ ସର୍ତ୍ତ ପ୍ରତ୍ୟାହାର କରି ସେ ସିଧାସଳଖ ଟଙ୍କା ଚାଷୀଙ୍କ ଆକାଉଣ୍ଟରେ ପଠାଇବାକୁ ଆବେଦନ କରିଛନ୍ତି । ମମତା ସରକାରଙ୍କ ଏହି ନିଷ୍ପତ୍ତି ଉପରେ କେନ୍ଦ୍ର କହିଛି ଯେ ରାଜ୍ୟ ଦ୍ୱାରା ଦିଆଯାଇଥିବା କୃଷକଙ୍କ ତାଲିକା ଯାଞ୍ଚ କରାଯିବ ।

ଅଧିକ ପଢ଼ନ୍ତୁ:-LIC ର ଖାସ୍ ପଲିସି! ଥରେ ଜମା କରନ୍ତୁ ଟଙ୍କା, ଆଜୀବନ ପାଆନ୍ତୁ ପେନସନର ଗ୍ୟାରେଣ୍ଟି…

୧୧ କୋଟି ୪ ଲକ୍ଷ କୃଷକ କରାଇଛନ୍ତି ରେଜିଷ୍ଟ୍ରେଶନ

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ୧୧ କୋଟି ୪ ଲକ୍ଷ ଚାଷୀ ପ ପଞ୍ଜିକୃତ ହୋଇଛନ୍ତି । ଏହି ଯୋଜନା ଅଧୀନରେ ଏହା ପୂର୍ବରୁ ୧୦ କୋଟି ୫୯ ଲକ୍ଷ ଚାଷୀଙ୍କୁ ୯୬,୦୦୦ କୋଟିରୁ ଅଧିକ ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା । ଏହି ଯୋଜନାର ବାର୍ଷିକ ବଜେଟ୍ ପ୍ରାୟ ୭୫,୦୦୦ କୋଟି ଅଟେ । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅନୁଯାୟୀ ସରକାର ପ୍ରତିବର୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୬୦୦୦ ଟଙ୍କା ଜମା କରନ୍ତି । ଏହି ଯୋଜନା ପୂର୍ବରୁ ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହୋଇନଥିଲା ।