ପିଏମ ମୋଦିଙ୍କୁ ଚେତାବନୀ ଦେଇଥିବା ମୌଲାନାଙ୍କ ୨୪ ଘଣ୍ଟା ମଧ୍ୟରେ ୟୁଟର୍ଣ୍ଣ, ଲାଉଡସ୍ପିକରକୁ ନେଇ କହିଲେ ଏପରି କିଛି
Advertisement

ପିଏମ ମୋଦିଙ୍କୁ ଚେତାବନୀ ଦେଇଥିବା ମୌଲାନାଙ୍କ ୨୪ ଘଣ୍ଟା ମଧ୍ୟରେ ୟୁଟର୍ଣ୍ଣ, ଲାଉଡସ୍ପିକରକୁ ନେଇ କହିଲେ ଏପରି କିଛି

ଇତ୍ତେହାଦେ ମିଲ୍ଲତ କାଉନସିଲର ଅଧ୍ୟକ୍ଷ (Ittehad-e-Millat Council President) ମୌଲାନା ତୌକିର ରାଜା (Maulana Tauqeer Raza) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କୁ ହାତ ଯୋଡ଼ି ଅପିଲ କରିଛନ୍ତି ଓ ତାଙ୍କୁ ଧୃତରାଷ୍ଟ୍ର ଭୂମିକାରୁ ବାହାରକୁ ଆସିବାକୁ କହିଛନ୍ତି । ବିଗତ ଦିନରେ ତୌକିର ପିଏମ ମୋଦି (PM Modi) ଙ୍କୁ ଚେତ

ପିଏମ ମୋଦିଙ୍କୁ ଚେତାବନୀ ଦେଇଥିବା ମୌଲାନାଙ୍କ ୨୪ ଘଣ୍ଟା ମଧ୍ୟରେ ୟୁଟର୍ଣ୍ଣ, ଲାଉଡସ୍ପିକରକୁ ନେଇ କହିଲେ ଏପରି କିଛି

ନୂଆଦିଲ୍ଲୀ: ଇତ୍ତେହାଦେ ମିଲ୍ଲତ କାଉନସିଲର ଅଧ୍ୟକ୍ଷ (Ittehad-e-Millat Council President) ମୌଲାନା ତୌକିର ରାଜା (Maulana Tauqeer Raza) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କୁ ହାତ ଯୋଡ଼ି ଅପିଲ କରିଛନ୍ତି ଓ ତାଙ୍କୁ ଧୃତରାଷ୍ଟ୍ର ଭୂମିକାରୁ ବାହାରକୁ ଆସିବାକୁ କହିଛନ୍ତି । ବିଗତ ଦିନରେ ତୌକିର ପିଏମ ମୋଦି (PM Modi) ଙ୍କୁ ଚେତାବନୀ ଦେଇଥିଲେ । ସେ 'ଭାରତରେ ମହାଭାରତ'ର ଧମକ ଦେଇ କହିଥିଲେ ଯେ ଯଦି ମୁସଲମାନମାନେ (Muslims) ବାହାରିବେ ତ କେହି ଏହାକୁ ସମ୍ଭାଳି ପାରିବେ ନାହିଁ । ବର୍ତ୍ତମାନ ମୌଲାନା ନିଜ ବୟାନରୁ ୟୁଟର୍ଣ୍ଣ ମାରିଛନ୍ତି । 

ମୌଲାନା ତୌକିର (Maulana Tauqeer Raza) କହିଛନ୍ତି ଯେ, "ସୁଖ ଓ ଶାନ୍ତି ପାଇଁ ମୁଁ ମହାଭାରତ (Mahabharat) ର କଥା ଉଲ୍ଲେଖ କରିଥିଲି । ମୁଁ କହିଛି ଯେ ସେହି ସମୟର ରାଜା ଅସାଧୁତା, ପକ୍ଷପାତ ଏବଂ ଅନ୍ୟାୟ କରିଥିଲେ । ପରିସ୍ଥିତି ବୁଝିପାରି ନଥିଲେ ଓ ଯେଉଁ ମହାଭାରତ ହୋଇଥିଲା । ମୁଁ ଆଜି ମଧ୍ୟ ସମାନ ଅନୁଭବ କରୁଛି । ସେହି ସମୟରେ ରାଜା ଯାହା କରିଥିଲେ କାରଣ ସେ ଅନ୍ଧ ଥିଲେ, ଆଜିର ରାଜା ଅନ୍ଧ ନୁହଁନ୍ତି କିନ୍ତୁ ମୂକ ଓ ବଧିର ତାଙ୍କ ପରି ମୁଁ ଅନୁଭବ କରୁଛି । କାରଣ ଦେଶରେ ଯାହା ଘଟୁଛି, ସେ ଏହା ଦେଖିବା, ବୁଝିବା ଏବଂ କହିବାକୁ ଚେଷ୍ଟା କରୁନାହାଁନ୍ତି ।"

ତୌକିର ରାଜା ଆଗକୁ କହିଛନ୍ତି ଯେ, "ମୁଁ ନିବେଦନ କରିଛି, ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ କରେ, ତାଙ୍କୁ ସମର୍ଥନ କରୁଛି । ସେ ଯାହା ଭଲ କାର୍ଯ୍ୟ କରିଛନ୍ତି ମୁଁ ମଧ୍ୟ ସମର୍ଥନ କରିଛି, କିନ୍ତୁ ଆଜି ଯେଉଁ ଘୃଣା ପ୍ରସାରିତ ହେଉଛି, ମୋତେ ଏପରି ଲାଗୁଛି ଯେ ସେହି ସମୟରେ ଅସାଧୁତା, ଅନ୍ୟାୟ ଓ ପକ୍ଷପାତ ଯୋଗୁଁ ମହାଭାରତ ଘଟିଥିଲା । ଅସାଧୁତା, ସରକାରଙ୍କ ଭୁଲ ନୀତି ଏବଂ ଘୃଣା ଯୋଗୁଁ ପୁଣିଥରେ ମହାଭାରତ ନ ହେଉ । ମୁଁ ଚାହେଁ ନାହିଁ ମୋ ଦେଶରେ ଆଉ ଏକ ମହାଭାରତ ହେଉ । ସେଥିପାଇଁ ମୁଁ କହିଛି ଯେ ପ୍ରଧାନମନ୍ତ୍ରୀଙ୍କ ପାଖରେ ୧୦ ଦିନର ସମୟ ଅଛି ।"

"ଇଦ୍ ପରେ ଆମେ ଦିଲ୍ଲୀରେ ଏକ ବୈଠକ କରି ନିଷ୍ପତ୍ତି ନେବୁ ଯେଉଁଥିରେ ଆମେ ଜେଲ୍ ଭରୋ ଆନ୍ଦୋଳନ ଚଳାଇବୁ । ଏହି ଆନ୍ଦୋଳନ ଦେଶବ୍ୟାପୀ ହେବ । ପ୍ରତ୍ୟେକ ରାଜ୍ୟରୁ, ପ୍ରତ୍ୟେକ ଜିଲ୍ଲାର ଲୋକମାନେ ଏଥିରେ ସାମିଲ ହେବେ । ଏଥିରେ କିଛି ହିନ୍ଦୁ ମଧ୍ୟ ରହିବେ । ସାରା ଦେଶରେ ଗୋଟିଏ ଦିନ କିମ୍ବା ପ୍ରତିଦିନ ଜେଲ୍ ଭରୋ ଆନ୍ଦୋଳନ ଚାଲିବ, ଯେପର୍ଯ୍ୟନ୍ତ ସରକାର ନିରୀହ ଲୋକଙ୍କ ଉପରେ ବୁଲଡୋଜର ଚଳାଇବା ବନ୍ଦ ନକରନ୍ତି । ଲୋକମାନେ ରାସ୍ତାରେ ବାହାରକୁ ଓହ୍ଲାଇ ଆସିବେ କିନ୍ତୁ ଦଙ୍ଗା ହେବ ନାହିଁ । ଆପଣ ରାମ କହୁଛନ୍ତି, ଆମେ ମର୍ଯ୍ୟାଦା ପୁରୁଷୋତ୍ତମ ରାମ କହୁ" ବୋଲି ମୌଲାନ ରାଜା କହିଛନ୍ତି ।

ଏହା ବି ପଢ଼ନ୍ତୁ:-ଏଣିକି ଋଷ ଉପରେ କାଳ ହୋଇ ବର୍ଷିବ 'ଭୂତ ଡ୍ରୋନ', ୟୁକ୍ରେନ ପାଇଁ ଆମେରିକା ତିଆରି କଲା ଏହି ଖାସ୍ ଅସ୍ତ୍ର

ଏହା ବି ପଢ଼ନ୍ତୁ:-ଏସବୁ ଦେଶରେ ରହିଛି ଭାରତର ମିଲିଟ୍ରୀ ବେସ୍, ଦେଖନ୍ତୁ ପୁରା ତାଲିକା

ଏହା ବି ପଢ଼ନ୍ତୁ:-'ମୋଦି ଜିତିବା ପରେ ଦେଶ ଛାଡ଼ି ଥିଲି, କଂଗ୍ରେସ ଜିତିବ ତ ମୁଁ ଦୁବାଇ ଛାଡ଼ି ଦେବି'

 

ସେ ଆଗକୁ କହିଛନ୍ତି ଯେ, ଲୋକଙ୍କୁ ଆଜି ଆଜାନକୁ ନେଇ ସମସ୍ୟା ଆରମ୍ଭ ହେବାକୁ ଲାଗିଛି, ଏହି ଆଜାନ କେତେ ଦିନ ଧରି ଚାଲିଛି । ସେତେବେଳେ କୌଣସି ଅସୁବିଧା ହେଉ ନଥିଲା କି? ମୁଁ ମୋର ହିନ୍ଦୁ ଭାଇମାନଙ୍କୁ ଏହା କହୁଛି ଯେ ଆପଣ ନିଜର ମାନସିକ ଶାନ୍ତି ପାଇଁ ହନୁମାନ ଚାଲିସା ପଢ଼ିବା ଅତ୍ୟନ୍ତ ଭଲ କଥା, କିନ୍ତୁ ଯଦି ଆପଣ ଅନ୍ୟକୁ ଆଘାତ ଦେବା ପାଇଁ ଏହାକୁ ପଢ଼ୁଛନ୍ତି, ତେବେ ଆପଣ ଏକ ଅପରାଧ କରୁଛନ୍ତି । ହନୁମାନ ଜୀ ଖୁସି ଏଥିରୁ ଖୁସି ହେବେ ନାହିଁ ବରଂ ଏହା ଦ୍ୱାରା ହନୁମାନ ଜୀ କ୍ରୋଧିତ ହେବେ ।