ଭାରତରେ କୋରୋନା ଯୋଗୁଁ ନଭେମ୍ୱର ଯାଏ ପ୍ରାୟ ୫ ଲକ୍ଷ ଲୋକଙ୍କ ହେବ ମୃତ୍ୟୁ: ରିପୋର୍ଟ
Advertisement
Article Detail0/zeeodisha/odisha740608

ଭାରତରେ କୋରୋନା ଯୋଗୁଁ ନଭେମ୍ୱର ଯାଏ ପ୍ରାୟ ୫ ଲକ୍ଷ ଲୋକଙ୍କ ହେବ ମୃତ୍ୟୁ: ରିପୋର୍ଟ

IHME ନିର୍ଦ୍ଦେଶକ ଡକ୍ଟର ଖ୍ରୀଷ୍ଟୋଫର ମୁରେ କହିଛନ୍ତି ଯେ, "ଭାରତର ଲୋକମାନେ ଫେସ୍ ମାସ୍କ ବ୍ୟବହାର କରିବା ଏବଂ ସାମାଜିକ ଦୂରତାକୁ ପାଳନ କରିବା ଆବଶ୍ୟକ । କୋରୋନା ରୋକିବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ ଲୋକମାନେ ଅନୁସରଣ କରିବା ଆବଶ୍ୟକ ।

ଭାରତରେ କୋରୋନା ଯୋଗୁଁ ନଭେମ୍ୱର ଯାଏ ପ୍ରାୟ ୫ ଲକ୍ଷ ଲୋକଙ୍କ ହେବ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ କୋରୋନାର ପ୍ରକୋପ ଲଗାତର ବଢ଼ିବାରେ ଲାଗିଛି । ପ୍ରତିଦିନ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ (COVID-19 Positive) ମାମଲା ଚିହ୍ନଟ ହେଉଛି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟୁଛି । ଏହା ମଧ୍ୟରେ ଆଗାମୀ ଦିନରେ କୋରୋନା ଭାଇରସ (Coronavirus) ମହାମାରୀ ଦ୍ୱାରା ହେବାକୁ ଥିବା କ୍ଷୟକ୍ଷତି ଉପରେ ଆଶ୍ଚର୍ଯ୍ୟଜନକ ଗବେଷଣା ସାମ୍ନାକୁ ଆସିଛି । ଏହି ଗବେଷଣା ଅନୁଯାୟୀ, ଯଦି ଭାରତୀୟମାନେ ମାସ୍କ ଓ ସାମାଜିକ ଦୂରତା ଉପରେ ଧ୍ୟାନ ଦେବେ ତେବେ ଦେଶରେ ଡିସେମ୍ୱର ଯାଏ ୨ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇ ହେବ । ନଚେତ ନଭେମ୍ୱର ଯାଏ ପ୍ରାୟ ୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିବ । କୋଭିଡ-19 (COVID-19) ଭାରତୀୟଙ୍କ ମଧ୍ୟରେ ପ୍ରମୁଖ ସାର୍ବଜନୀନ ସ୍ୱାସ୍ଥ୍ୟ ବିପଦ ହୋଇ ରହିବ । ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଫର୍ ହେଲଥ୍ ମେଟ୍ରିକ୍ସ ଆଣ୍ଡ ଏଭାଲ୍ୟୁଏସନ୍ (IHME) ଦ୍ୱାରା ହୋଇଥିବା ଭୂତାଣୁ ବିସ୍ତାର ଉପରେ ଅଧ୍ୟୟନ କରୁଥିବା ଅନୁସନ୍ଧାନରେ ଦର୍ଶାଯାଇଛି ଯେ, ଭାରତରେ ସଂକ୍ରମଣ ବିସ୍ତାରକୁ ସୀମିତ କରିବାର ଏହା ହେଉଛି ଏକ ସୁଯୋଗ ।

ଅଧିକ ପଢ଼ନ୍ତୁ:-କୋରୋନା ଭ୍ୟାକ୍ସିନକୁ ନେଇ ଦୁନିଆକୁ ବଡ଼ ଝଟକା ଦେଲା ଆମେରିକା, ବଢ଼ିଲା ଚିନ୍ତା

IHME ନିର୍ଦ୍ଦେଶକ ଡକ୍ଟର ଖ୍ରୀଷ୍ଟୋଫର ମୁରେ କହିଛନ୍ତି ଯେ, "ଭାରତର ଲୋକମାନେ ଫେସ୍ ମାସ୍କ ବ୍ୟବହାର କରିବା ଏବଂ ସାମାଜିକ ଦୂରତାକୁ ପାଳନ କରିବା ଆବଶ୍ୟକ । କୋରୋନା ରୋକିବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ ଲୋକମାନେ ଅନୁସରଣ କରିବା ଆବଶ୍ୟକ । ଭାରତରେ ଡିସେମ୍ବର ମଧ୍ୟଭାଗରେ କୋରୋନା ଶିଖରରେ ପହଞ୍ଚିବ ବୋଲି IHME ପୂର୍ବାନୁମାନ କରିଛି । ନୂତନ ମାମଲା ସହିତ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୬୦ ଲକ୍ଷ ହେବ । ଯଦି ଏହା ଉପରେ ଧ୍ୟାନ ନ ନ ଦିଆଯାଏ ତେବେ ପ୍ରାୟ ୫ ଲକ୍ଷ ଲୋକ ମୃତ୍ୟୁ ବରଣ  କରିବେ ।"

ଅଧିକ ପଢ଼ନ୍ତୁ:-ଦୁନିଆର ଏହି ୧୦ଟି ଦେଶରେ କୋରୋନା ସବୁଠାରୁ ଅଧିକ ମାରାତ୍ମକ

ତେବେ ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ, କୋରୋନାକୁ ନିୟନ୍ତ୍ରଣ କରିବାରେ ଭାରତ ମଧ୍ୟ କିଛି ସଫଳତା ହାସଲ କରିଛି । ଦିଲ୍ଲୀ ସମେତ ଅନ୍ୟ କେତେକ ବୃହତ ସହରର ଉଦାହରଣ ଦେଇ କୁହାଯାଇଛି ଯେ ଯେଉଁଠାରେ କଣ୍ଟେନମେଣ୍ଟ ଜୋନ୍, ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କର ଅନୁସନ୍ଧାନ, ବହୁ ପରୀକ୍ଷଣ, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ପାଳନ କରିବା ଦ୍ୱାରା ଭୂତାଣୁ ବିସ୍ତାର ରୋକିବାରେ ସାହାଯ୍ୟ କରିଥିଲା ।

ଅଧିକ ପଢ଼ନ୍ତୁ:-କୋରୋନା ଟୀକାକୁ ନେଇ ଚେତାବନୀ ଜାରି କଲା WHO

ଗବେଷଣାରୁ ଜଣାପଡିଛି ଯେ, ନଭେମ୍ବର ଶେଷ କିମ୍ବା ଡିସେମ୍ବର ୧ ସୁଦ୍ଧା ଭାରତରେ ପ୍ରାୟ ୩ ଲକ୍ଷ ଲୋକଙ୍କର ମୃତ୍ୟୁ ହେବ । ଯାହା ଅଗଷ୍ଟ ଶେଷରେ ପ୍ରାୟ ୬୦ ହଜାର ଥିଲା । ଗବେଷଣାରେ ଏହା ମଧ୍ୟ କୁହାଯାଇଛି ଯେ, ଯଦି ଭାରତରେ ଲକଡାଉନକୁ ଏପରି କୋହଳ ଏବଂ ଫେସ୍ ମାସ୍କିଂ ଓ ସାମାଜିକ ଦୂରତା ବର୍ତ୍ତମାନ ସ୍ତରରେ ରହିଥାଏ  । ତେବେ ନଭେମ୍ବର ଶେଷ କିମ୍ବା ଡିସେମ୍ବର ୧ ସୁଦ୍ଧା ୪,୯୨,୩୮୦ ଜଣଙ୍କର ମୃତ୍ୟୁ ହୋଇପାରେ । ଗବେଷଣାରେ କୁହାଯାଇଛି ଯେ ସେତେବେଳକୁ ଭାରତର ୧୩ଟି ରାଜ୍ୟରେ ମୃତ୍ୟୁ ସଂଖ୍ୟା  ୧୦ ହଜାର ଅତିକ୍ରମ କରିବ । ଅନ୍ୟପକ୍ଷେ ବର୍ତ୍ତମାନ କେବଳ ମହାରାଷ୍ଟ୍ରରେ ଏହା ହେଉଛି ।