କୋରୋନା ଟୀକାକୁ ନେଇ ଚେତାବନୀ ଜାରି କଲା WHO
Advertisement
Article Detail0/zeeodisha/odisha739056

କୋରୋନା ଟୀକାକୁ ନେଇ ଚେତାବନୀ ଜାରି କଲା WHO

WHO କହିଛି ଯେ ବର୍ତ୍ତମାନ ୩୩ଟି ଟୀକାର କ୍ଲିନିକାଲ୍ ପରୀକ୍ଷା ଚାଲିଥିବାବେଳେ ୧୪୩ଟି ଟୀକା (Coronavirus Vaccine) ବର୍ତ୍ତମାନ ପ୍ରି-କ୍ଲିନିକାଲ୍ ମୂଲ୍ୟାଙ୍କନ ପର୍ଯ୍ୟାୟରେ ଅଛି ।

କୋରୋନା ଟୀକାକୁ ନେଇ ଚେତାବନୀ ଜାରି କଲା WHO

ନୂଆଦିଲ୍ଲୀ: ସାରା ବିଶ୍ୱରେ କୋରୋନା ଭୂତାଣୁ (Coronavirus) ର ତାଣ୍ଡବଲୀଳା ଜାରି ରହିଛି । ଏହି ବୈଶ୍ୱିକ ମହାମାରୀ ଯୋଗୁଁ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ବରଣ କରୁଛନ୍ତି । ଏହାସହ ପ୍ରତିଦିନ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ (COVID-19 Positive) ମାମଲା ସାମ୍ନାକୁ ଆସିଛି । ଚୀନ (China)ର ୱୁହାନ (Wuhan) ସହରରୁ ବ୍ୟାପି ଥିବା ଏହି ମାରାତ୍ମକ ଭାଇରସ ବିଶ୍ୱର ପ୍ରାୟ ସମସ୍ତ ଦେଶରେ କାୟା ବିସ୍ତାର କରିସାରିଛି । ଅନ୍ୟପକ୍ଷେ ବିଶ୍ୱର ଅନେକ ଦେଶର ବୈଜ୍ଞାନିକମାନେ ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଟୀକା ବା ଭ୍ୟାକ୍ସିନ (COVID-19 Vaccine) ପ୍ରସ୍ତୁତି କରିବାରେ ଲାଗିଛନ୍ତି । କିନ୍ତୁ ବର୍ତ୍ତମାନ ଯାଏ କୌଣସି ବଡ଼ ସଫଳତା ମିଳି ନାହିଁ । ପ୍ରାୟ ସମୟରେ ବିଭିନ୍ନ ଦେଶ କୋରୋନା ଟୀକା (Coronavirus Vaccine) ପ୍ରସ୍ତୁତ କରିବାର ଦାବି କରି ଆସୁଛନ୍ତି । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏଯାଏ କୌଣସି ଟୀକାକୁ ସ୍ୱୀକୃତି ପ୍ରଦାନ କରି ନାହିଁ । ସେପଟେ ଟୀକାର ଅନୁମୋଦନକୁ ନେଇ WHO ଚେତାବନୀ ଜାରି କରିଛି ।  WHO କହିଛି ଯେ, କୋରୋନା ଭୂତାଣୁ ଟୀକା ଅନୁମୋଦନ ପ୍ରକ୍ରିୟାକୁ ଗୁରୁତର ସହ ନିଆଯିବା ଆବଶ୍ୟକ ।

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ବିଶ୍ୱ ରେକର୍ଡ କଲା ଭାରତ

ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ସଂଗଠନ (WHO) ର ମୁଖ୍ୟ ବୈଜ୍ଞାନିକ ସୋମ୍ୟା ସ୍ୱାମୀନାଥନ ଗଣମାଧ୍ୟମକୁ କହିଛନ୍ତି ଯେ, ସମସ୍ତ ଦେଶ ପାଖରେ ଟ୍ରାୟଲ ସମାପ୍ତ ନକରି  ଔଷଧକୁ ଅନୁମୋଦନ କରିବାର ଅଧିକାର ଅଛି, କିନ୍ତୁ ଏହା କୌଣସି ସହଜ ଭାବେ ନିଆଯିବାର କାମ ନୁହେଁ । WHO କହିଛି ଯେ ବର୍ତ୍ତମାନ ୩୩ଟି ଟୀକାର କ୍ଲିନିକାଲ୍ ପରୀକ୍ଷା ଚାଲିଥିବାବେଳେ ୧୪୩ଟି ଟୀକା (Coronavirus Vaccine) ବର୍ତ୍ତମାନ ପ୍ରି-କ୍ଲିନିକାଲ୍ ମୂଲ୍ୟାଙ୍କନ ପର୍ଯ୍ୟାୟରେ ଅଛି ।

ଅଧିକ ପଢ଼ନ୍ତୁ:-ଆସିଯାଇଛି ସେପ୍ଟେମ୍ୱର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ଅଧିକ ପଢ଼ନ୍ତୁ:-ପୁଣି ସଚିନ ପାଇଲଟଙ୍କୁ ବଡ଼ ଝଟକା ଦେଲେ ଗେହଲଟ୍

ଏଥି ବ୍ୟତୀତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପର୍ଯ୍ୟାପ୍ତ ବ୍ୟବସ୍ଥା ବିନା ଲକଡାଉନ୍ ହଟାଉଥିବା ଦେଶକୁ ଚେତାବନୀ ଦେଇଛି । ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଯେଉଁ ଦେଶରେ ଏପର୍ଯ୍ୟନ୍ତ ବହୁ ସଂଖ୍ୟକ ନୂତନ ମାମଲା ସାମ୍ନାକୁ ଆସୁଛି, ଯଦି ସେମାନେ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଅନ୍ତି, ତେବେ ଏହା ବିନାଶକୁ ଆମନ୍ତ୍ରଣ କରିବା ପରି ହେବ ।