ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରେ ପେଟ୍ରୋଲ ବୋମାମାଡ଼, ଶିଲଂରେ ଲାଗିଲା ୨ ଦିନିଆ କର୍ଫ୍ୟୁ
Advertisement
Article Detail0/zeeodisha/odisha965781

ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରେ ପେଟ୍ରୋଲ ବୋମାମାଡ଼, ଶିଲଂରେ ଲାଗିଲା ୨ ଦିନିଆ କର୍ଫ୍ୟୁ

ଜିଲ୍ଲାର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି । ଅଧିକାରୀ କହିଛନ୍ତି ଯେ ପ୍ରଥମ ବୋତଲ ପରିସରର ସମ୍ମୁଖ ଭାଗରେ ଫୋପାଡା ଯାଇଥିବା ବେଳେ ଦ୍ୱିତୀୟ ବୋତଲ ପଛ ପଟକୁ ଫୋପାଡା ଯାଇଥିଲା । ତେବେ ସୁରଷା କର୍ମୀ ତୁରନ୍ତ ନିଆଁ ଲିଭାଇଥିଲେ ।

ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରେ ପେଟ୍ରୋଲ ବୋମାମାଡ଼, ଶିଲଂରେ ଲାଗିଲା ୨ ଦିନିଆ କର୍ଫ୍ୟୁ

ଶିଲଂ: ମେଘାଳୟର ମୁଖ୍ୟମନ୍ତ୍ରୀ  (Meghalaya CM) କୋନରାଡ କେ. ସଙ୍ଗମା (Konrad K Sangama) ଙ୍କ ବାସଭବନ ଉପରକୁ ରବିବାର ରାତିରେ କିଛି ଦୃବୃର୍ମାନେ ପେଟ୍ରୋଲ ବୋମା ଫିଙ୍ଗିଛନ୍ତି । ପୋଲିସ ଏହି ସୂଚନା ଦେଇଛି । ରାତି ପ୍ରାୟ ୧୦.୧୫ରେ ଏକ ଗାଡିରେ କିଛି ଦୃବୃର୍ତ୍ତମାନେ ଆସି ଉପର ଶିଲଂର ତୃତୀୟ ମାଇଲରେ ଅବସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଘରୋଇ ବାସଭବନ ପରିସରରେ ପେଟ୍ରୋଲରେ ଭର୍ତ୍ତି ଦୁଇଟି ବୋତଲ ଫିଙ୍ଗିଥିଲେ ।

ଜିଲ୍ଲାର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି । ଅଧିକାରୀ କହିଛନ୍ତି ଯେ ପ୍ରଥମ ବୋତଲ ପରିସରର ସମ୍ମୁଖ ଭାଗରେ ଫୋପାଡା ଯାଇଥିବା ବେଳେ ଦ୍ୱିତୀୟ ବୋତଲ ପଛ ପଟକୁ ଫୋପାଡା ଯାଇଥିଲା । ତେବେ ସୁରଷା କର୍ମୀ ତୁରନ୍ତ ନିଆଁ ଲିଭାଇଥିଲେ ।

ସ୍ୱାଧୀନତା ଦିବସରେ ରାଜ୍ୟ ରାଜଧାନୀ ତଥା ଏହାର ଆଖପାଖ ଅଞ୍ଚଳରେ ଭଙ୍ଗାରୁଜା ଓ ଅଗ୍ନିକାଣ୍ଡ ପରେ ରାଜ୍ୟ ସରକାର ଶିଲଂରେ ୨ ଦିନିଆ କର୍ଫ୍ୟୁ ଲାଗୁ କରିଛନ୍ତି । ସରକାର କହିଛନ୍ତି ଯେ ମଙ୍ଗଳବାର ସକାଳ ୫ଟା ପର୍ଯ୍ୟନ୍ତ ଶିଲଂରେ କର୍ଫ୍ୟୁ ଜାରି ରହିବ । ଏଥିସହ ଅତି କମରେ ଚାରିଟି ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ସେପଟେ ପୋଲିସ ଦ୍ୱାରା ଜଣେ ପୂର୍ବତନ ଉଗ୍ରବାଦୀଙ୍କୁ ଗୁଳି ମାରିବା ମାମଲାରେ ଶିଲଂରେ ହୋଇଥିବା ହିଂସା ମଧ୍ୟରେ ମେଘାଳୟର ଗୃହମନ୍ତ୍ରୀ ଲଖମେନ ରିମ୍ବୁଇ ଇସ୍ତଫା ଦେଇଛନ୍ତି ।

ଅଗଷ୍ଟ ୧୩ରୁ ରାଜ୍ୟରେ ଜାରି ରହିଛି ହିଂସା 

ଆତ୍ମସମର୍ପଣ କରିଥିବା ନିଷିଦ୍ଧ ହାଇୱେଣ୍ଟ୍ରେପ୍ ନ୍ୟାସନାଲ ଲିବରେସନ୍ କାଉନସିଲର ସ୍ୱୟଂଭୂ ଜେନେରାଲ୍ ସେକ୍ରେଟାରୀ ଚେରିଷ୍ଟରଫିଲ୍ଡ ଥାଙ୍ଗକିୟୁଙ୍କୁ ଗୁଳି ମାରିବାର ମାମଲାରେ ନ୍ୟାୟିକ ତଦନ୍ତ କରିବାକୁ ରିମ୍ବୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଦେଶରେ କୋରୋନା ସଙ୍କଟ ଜାରି: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ମୃତ୍ୟୁ ବରଣ କଲେ ୪୯୩ ସଂକ୍ରମିତ

ଅଧିକ ପଢ଼ନ୍ତୁ:-ପୁରୁଷଙ୍କ ଯୌନ ସମସ୍ୟାକୁ ଦୂର କରିବାରେ ବହୁତ ପ୍ରଭାବଶାଳୀ ୧୨ଟି କିସମିସ! ଏହି ସମୟରେ କରନ୍ତୁ ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଅଧିକ ପଢ଼ନ୍ତୁ:-LIC ଅଛି ତ ହୋଇଯାଆନ୍ତୁ ସାବଧାନ, ନ ହେଲେ ବୁଡ଼ି ଯିବ ଆପଣଙ୍କ ଟଙ୍କା!

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍ ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଚେରିଷ୍ଟରଫିଲ୍ଡ ଥାଙ୍ଗକିୟୁ ନାମକ ଜଣେ ଉଗ୍ରବାଦୀର ଆତ୍ମସମର୍ପଣ ପରେ ଅଗଷ୍ଟ ୧୩ରେ ପୋଲିସର ଏକ ଏନକାଉଣ୍ଟରେରେ ନିହତ ହେବା ପରେ ଏହି ହିଂସାକାଣ୍ଡ ଆରମ୍ଭ ହୋଇଥିଲା । ରବିବାର ଥାଙ୍ଗକିୟୁଙ୍କ ମୃତଦେହକୁ କବର ଦିଆଯାଇଥିଲା ଯାହା ପରେ ଏହି ଅଞ୍ଚଳରେ ହିଂସା ଘଟଣା ଘଟିଥଲା । ପୋଲିସ କହିଛି ଯେ ୨୦୧୮ରେ ଆତ୍ମସମର୍ପଣ କରିବା ପରେ ଥାଙ୍ଗକିୟୁ IED ବିସ୍ଫୋରକ ସାମଗ୍ରୀ ଦ୍ୱାରା କରାଯାଇଥିବା ଅନେକ ଆକ୍ରମଣର ଯୋଜନାରେ ସାମିଲ ଥିଲେ । ଏହି ପ୍ରସଙ୍ଗରେ କଂଗ୍ରେସ ତଦନ୍ତ ଦାବି କରିଛି । ଅଗଷ୍ଟ ୧୩ରୁ ରାଜ୍ୟରେ ହିଂସା ଆରମ୍ଭ ହୋଇଥିଲା ଓ ସରକାର କେତେକ ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ ସେବାକୁ ରୋକ ଦେଇଥିଲେ ।