କୋରୋନା ଟିକା ଲଗାଇବା ପରେ ଆମେରିକୀୟ ଡାକ୍ତରଙ୍କୁ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା
Advertisement
Article Detail0/zeeodisha/odisha816845

କୋରୋନା ଟିକା ଲଗାଇବା ପରେ ଆମେରିକୀୟ ଡାକ୍ତରଙ୍କୁ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା

ବୋଷ୍ଟନ୍ ମେଡିକାଲରେ କର୍କଟ ଡାକ୍ତର ହୁସେନ୍ ଖ୍ରୀଷ୍ଟମାସ ଅବସରରେ କୋରୋନା ଟିକା ଲଗାଇଥିଲେ । ଏହା ପରେ ତାଙ୍କ ମୁଣ୍ଡ ବୁଲେଇବା ଆରମ୍ଭ ହୋଇଥିଲେ ଏବଂ ତାଙ୍କ ହୃଦୟସ୍ପନ୍ଦନ ମଧ୍ୟ ବୃଦ୍ଧି ପାଇଥିଲା ।

କୋରୋନା ଟିକା ଲଗାଇବା ପରେ ଆମେରିକୀୟ ଡାକ୍ତରଙ୍କୁ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା

ୱାଶିଂଟନ୍: ସାରା ବିଶ୍ୱରେ କୋରୋନା ମହାମାରୀ (Coronavirus Pandemic) ସଙ୍କଟ ଜାରି ରହିଛି । ଏହି ସମୟରେ ବିଶ୍ୱର ବିଭିନ୍ନ ଦେଶରେ ଲୋକଙ୍କୁ କୋରୋନା ଟିକା (Coronavirus Vaccine) ଲଗାଯାଉଛି । ଟିକା (COVID-19 Vaccine) ଲଗାଇବା ମାମଲାରେ ଆମେରିକା ସବୁଠାରୁ ଉପରେ ରହିଛି । ଏହା ମଧ୍ୟରେ ଆମେରିକାରୁ ଟିକାର ପାର୍ଶ୍ୱ ପ୍ରତିକ୍ରିୟାର ବିଭିନ୍ନ ମାମଲା ସାମ୍ନାକୁ ଆସୁଛି । ଏହି କ୍ରମରେ ଆମେରିକାର ବୋଷ୍ଟନ ସହରରେ କର୍କଟ ଡାକ୍ତର ହୁସେନ୍ ସାନ୍ଦ୍ରେଜାଦେହ ମୋଡର୍ନା (Moderna) ର କୋରୋନା ଟିକା ଲଗାଇବା ପରେ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାର ଶିକାର ହୋଇଛନ୍ତି । ଡକ୍ଟର ହୁସେନଙ୍କୁ ଆଲର୍ଜି ଥିଲା ଏବଂ ଟିକା ଲଗାଇବା ପରେ ତାଙ୍କ ଶରୀରରେ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ହୋଇଥିଲା । ଠିକ୍ ୫ ଦିନ ପୂର୍ବେ ଆମେରିକାରେ ମୋଡର୍ନାର କୋରୋନା ଭୂତାଣୁ ଟିକା ଅନୁମୋଦନ କରାଯାଇଥିଲା ।

ଅଧିକ ପଢ଼ନ୍ତୁ:-ଆଜି ଅମିତ ଶାହଙ୍କ ସହ ନଜର ଆସିବେ ଗାଙ୍ଗୁଲି, ଗତକାଲି ବଙ୍ଗଳାର ରାଜ୍ୟପାଳଙ୍କ ସହ କରିଥିଲେ ବୈଠକ

ବୋଷ୍ଟନ୍ ମେଡିକାଲରେ କର୍କଟ ଡାକ୍ତର ହୁସେନ୍ ଖ୍ରୀଷ୍ଟମାସ ଅବସରରେ କୋରୋନା ଟିକା ଲଗାଇଥିଲେ । ଏହା ପରେ ତାଙ୍କ ମୁଣ୍ଡ ବୁଲେଇବା ଆରମ୍ଭ ହୋଇଥିଲେ ଏବଂ ତାଙ୍କ ହୃଦୟସ୍ପନ୍ଦନ ମଧ୍ୟ ବୃଦ୍ଧି ପାଇଥିଲା । ମୋଡର୍ନା ଟିକା ମଞ୍ଜୁର ହେବା ପରେ ଏହା ହେଉଛି ପ୍ରଥମ ପାର୍ଶ୍ୱ ପ୍ରତିକ୍ରିୟା । ଅନ୍ୟପକ୍ଷରେ, ଆମେରିକାର ଫେଡେରାଲ୍ ଏଜେନ୍ସିଗୁଡିକ ଅତି କମରେ ୬ଟି ମାମଲାର ଅନୁସନ୍ଧାନ କରୁଛନ୍ତି । ଯାହା ଫିଫାଇଜର (Pfizer) ର କୋରୋନା ଟିକା ଦିଆଯିବା ପରେ ପାର୍ଶ୍ୱ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା ।

ଅଧିକ ପଢ଼ନ୍ତୁ:-'କୋରୋନା ଶେଷ ମହାମାରୀ ନୁହେଁ, କେବଳ ଟଙ୍କା ଖର୍ଚ୍ଚ କଲେ ହେବନି କିଛି'

ଡକ୍ଟର ହୁସେନ୍ ଏହା ମଧ୍ୟ କହିଛନ୍ତି ଯେ ଟିକା ଲଗାଇବା ପରେ ତାଙ୍କ ଜିଭ ନିସ୍ତେଜ ହେବା ସହ କଠୋର ହେବାର ଅନୁଭବ କରୁଥିବାବେଳେ ରକ୍ତଚାପ ମଧ୍ୟ ହ୍ରାସ ପାଇଥିଲା । ସେ କହିଛନ୍ତି ଯେ, "ଏହା ଏକ ହାଇପର ସମ୍ବେଦନଶୀଳ ପ୍ରତିକ୍ରିୟା ଯାହା ସେଲଫିସ୍ ଖାଇବା ସମୟରେ ମୁଁ ଅନୁଭବ କରିଥିଲି । ମୁଁ ଚାହେଁ ନାହିଁ ଯେ କୌଣସି ବ୍ୟକ୍ତି ଏହି ପ୍ରକାର ସଙ୍କଟର ସମ୍ମୁଖୀନ ହୁଅନ୍ତୁ ।" ଡାକ୍ତର ହୁସେନ୍‌ଙ୍କୁ ତୁରନ୍ତ EpiPen ଔଷଧ ଦିଆଯିବା ସହ ଜରୁରୀକାଳୀନ କୋଠରୀକୁ ନିଆଯାଇଥିଲା । କିଛି ଘଣ୍ଟା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା ।