ଆଜି ଅମିତ ଶାହଙ୍କ ସହ ନଜର ଆସିବେ ଗାଙ୍ଗୁଲି, ଗତକାଲି ବଙ୍ଗଳାର ରାଜ୍ୟପାଳଙ୍କ ସହ କରିଥିଲେ ବୈଠକ
Advertisement

ଆଜି ଅମିତ ଶାହଙ୍କ ସହ ନଜର ଆସିବେ ଗାଙ୍ଗୁଲି, ଗତକାଲି ବଙ୍ଗଳାର ରାଜ୍ୟପାଳଙ୍କ ସହ କରିଥିଲେ ବୈଠକ

ରାଜ୍ୟପାଳଙ୍କୁ ଭେଟିବା ପ୍ରଶ୍ନ ଉପରେ ଆଜି ଗାଙ୍ଗୁଲି କହିଛନ୍ତି ଯେ ସେ କାହା ସହିତ ସାକ୍ଷାତ କରିପାରିବେ ନାହିଁ କି? ସେପଟେ ସୌରଭ ଗାଙ୍ଗୁଲି ଆଜି ଦିଲ୍ଲୀ ଆସୁଛନ୍ତି । ସେ ଡିଡିସିଏ (DDCA) ର ଏକ କାର୍ଯ୍ୟକ୍ରମରେ ଯୋଗଦେବେ ।

ଆଜି ଅମିତ ଶାହଙ୍କ ସହ ନଜର ଆସିବେ ଗାଙ୍ଗୁଲି, ଗତକାଲି ବଙ୍ଗଳାର ରାଜ୍ୟପାଳଙ୍କ ସହ କରିଥିଲେ ବୈଠକ

ନୂଆଦିଲ୍ଲୀ: West Bengal Assembly Election 2021: ପୂର୍ବତନ କ୍ରିକେଟର ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି (Sourav Ganguly) ଙ୍କ ଭାରତୀୟ ଜନତା ପାର୍ଟି (BJP) ରେ ଏଣ୍ଟ୍ରିକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି । ବାସ୍ତବରେ ଗତକାଲି ସୌରଭ ଗାଙ୍ଗୁଲି ହଠାତ୍ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖର (West Bengal Governor Jagdeep Dhankhar) ଙ୍କୁ ଭେଟିବାକୁ ଯାଇଥିଲେ । ଆଜି (ସୋମବାର) ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Amit Shah) ଙ୍କ ସହ ଗୋଟିଏ ମଞ୍ଚରେ ରହିବେ । ଗତକାଲିର ବୈଠକକୁ ରାଜ ଭବନ କେବଳ ଆନୁଷ୍ଠାନିକ ବୋଲି କହିଥିଲା କିନ୍ତୁ ଅନେକ କଳ୍ପନାଜଳ୍ପନା କରାଯାଉଛି ।

ଅଧିକ ପଢ଼ନ୍ତୁ:-'କୋରୋନା ଶେଷ ମହାମାରୀ ନୁହେଁ, କେବଳ ଟଙ୍କା ଖର୍ଚ୍ଚ କଲେ ହେବନି କିଛି'

ରାଜ୍ୟପାଳଙ୍କୁ ଭେଟିବା ପ୍ରଶ୍ନ ଉପରେ ଆଜି ଗାଙ୍ଗୁଲି କହିଛନ୍ତି ଯେ ସେ କାହା ସହିତ ସାକ୍ଷାତ କରିପାରିବେ ନାହିଁ କି? ସେପଟେ ସୌରଭ ଗାଙ୍ଗୁଲି ଆଜି ଦିଲ୍ଲୀ ଆସୁଛନ୍ତି । ସେ ଡିଡିସିଏ (DDCA) ର ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ରହିବେ । ବାସ୍ତବରେ ଆଜି କୋଟଲା ଗ୍ରାଉଣ୍ଡରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବ । ଏହି କାର୍ଯ୍ୟକ୍ରମରେ ସୌରଭ ମଧ୍ୟ ଅଂଶଗ୍ରହଣ କରିବେ ।

ଅଧିକ ପଢ଼ନ୍ତୁ:-ନୀତିଶ କୁମାରଙ୍କ ବଡ ବୟାନ, କହିଲେ- ମୋତେ ମୁଖ୍ୟମନ୍ତ୍ରୀ ରହିବାର ନାହିଁ, ଯାହାକୁ ଚାହୁଁଛି ତାଙ୍କୁ ସିଏମ କରୁ ଏନଡିଏ

ଗତକାଲି ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲି ଭେଟିଥିଲେ । ରାଜ ଭବନରୁ ବାହାରିବା ପରେ ସୌରଭ ଗାଙ୍ଗୁଲି ନିଜ ସାକ୍ଷାତକୁ 'କର୍ଟସୀ କଲ' କହିବା ବ୍ୟତୀତ ସାମ୍ବାଦିକଙ୍କ କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ । ତେବେ ରାଜ୍ୟପାଳ ଧନଖଡ଼ କହିଛନ୍ତି ଯେ ସୌରଭ ଗାଙ୍ଗୁଲିଙ୍କ ସହ ତାଙ୍କର ଅନେକ ବିଷୟରେ ଚର୍ଚ୍ଚା ହୋଇଛି ।