ସରକାରଙ୍କ ଆକ୍ସନର ପ୍ରଭାବ, ଶସ୍ତା ହେଲା ଖାଇବା ତେଲ!
Advertisement
Article Detail0/zeeodisha/odisha1003958

ସରକାରଙ୍କ ଆକ୍ସନର ପ୍ରଭାବ, ଶସ୍ତା ହେଲା ଖାଇବା ତେଲ!

ଗତ ମାସରେ ସରକାର ପାମ୍ ତେଲ, ସୋୟା ତେଲ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ମୌଳିକ କଷ୍ଟମ୍ସ ଶୁଳ୍କ ହ୍ରାସ କରିଥିଲେ ।

ସରକାରଙ୍କ ଆକ୍ସନର ପ୍ରଭାବ, ଶସ୍ତା ହେଲା ଖାଇବା ତେଲ!

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅନୁଯାୟୀ ଖାଇବା ତେଲ (Edible Oil) ର ଖୁଚୁରା ମୂଲ୍ୟ ହ୍ରାସ ପାଇଛି । ଅଶୋଧିତ ଓ ବିଶୋଧିତ (Refined) ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ହ୍ରାସ (Reduce Import Duty) କରିବାର ନିଷ୍ପତ୍ତି ଯୋଗୁଁ ଏହା ହୋଇପାରିଛି ବୋଲି ସରକାର କହିଛନ୍ତି । ତେବେ ସରକାର ଏଥିରୁ ସୋରିଷ ତେଲ (Mustard Oil) କୁ ବାହାର ରଖିଛନ୍ତି ।

ବୈଶ୍ୱିକ ବଜାରରେ ମୂଲ୍ୟ ବୃଦ୍ଧି

ଏହି ହ୍ରାସ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ବୈଶ୍ୱିକ ବଜାରରେ ଖାଇବା ତେଲ ଦର (Edible Oil Price) କ୍ରମାଗତ ଭାବେ ବୃଦ୍ଧି ପାଉଛି । ସରକାରଙ୍କ ଅନୁଯାୟୀ, ଭାରତରେ ଆମଦାନୀ ଶୁଳ୍କ ହ୍ରାସ (Reduce Import Duty) ପରେ ଖାଇବା ତେଲର ଆନ୍ତର୍ଜାତୀୟ ମୂଲ୍ୟ ୧.୯୫ ପ୍ରତିଶତରୁ ୭.୧୭ ପ୍ରତିଶତକୁ ବୃଦ୍ଧି ପାଇଛି । ଆମଦାନୀ ହେଉଥିବା ଖାଇବା ତେଲ (Edible Oil) ଉପରେ ଶୁଳ୍କ ହ୍ରାସ ସେପ୍ଟେମ୍ବର ୧୧ରୁ କାର୍ଯ୍ୟକାରୀ ହୋଇଛି । ସରକାର ଦାବି କରିଛନ୍ତି ଯେ ସେବେଠାରୁ ଘରୋଇ ଖୁଚୁରା ମୂଲ୍ୟ ୦.୨୨ ପ୍ରତିଶତରୁ ୧.୮୩ ପ୍ରତିଶତକୁ ଖସି ଆସିଛି ।

ସୋରିଷ ତେଲ ଉପରେ କ’ଣ କହିଛନ୍ତି

ସରକାରଙ୍କ ବୟାନ ଅନୁଯାୟୀ ସୋରିଷ ତେଲ (Mustard Oil) ବିଶୁଦ୍ଧ ରୂପେ ଘରୋଇ ତେଲ ଓ ସରକାରଙ୍କ ଅନ୍ୟାନ୍ୟ ପଦକ୍ଷେପ ସହିତ ଏହାର ମୂଲ୍ୟରେ ହ୍ରାସ ହେବ ବୋଲି ଆଶା କରାଯାଉଛି । ମୂଲ୍ୟ ଉପରେ ନିୟନ୍ତ୍ରଣ ଆଣିବା ଓ ଘରୋଇ ଯୋଗାଣ ବୃଦ୍ଧି କରିବା ପାଇଁ କେନ୍ଦ୍ର ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିଛି ।

ଏହା ଦ୍ୱାରା କଳାବଜାରୀ ବିରୋଧରେ ପଦକ୍ଷେପ ନେଇଛି ଓ ହୋଲସେଲର, ମିଲ୍ ମାଲିକ ଏବଂ ରିଫାଇନର୍ମାନଙ୍କୁ ସେମାନଙ୍କର ଷ୍ଟକ୍ ବିବରଣୀ ଏକ ୱେବ୍ ପୋର୍ଟାଲରେ ଉପଲବ୍ଧ କରିବାକୁ କହିଛି । ଏପରିକି ଖୁଚୁରା ବ୍ୟବସାୟୀମାନଙ୍କୁ ବ୍ରାଣ୍ଡେଡ୍ ଖାଇବା ତେଲର ମୂଲ୍ୟକୁ ମୁଖ୍ୟତଃ ପ୍ରଦର୍ଶନ କରିବାକୁ କୁହାଯାଇଛି ଯାହାଦ୍ୱାରା ଗ୍ରାହକମାନେ ନିଜ ପସନ୍ଦର ଖାଇବା ତେଲ ବାଛି ପାରିବେ ।

ଗତ ମାସରେ ସରକାର ପାମ୍ ତେଲ, ସୋୟା ତେଲ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ମୌଳିକ କଷ୍ଟମ୍ସ ଶୁଳ୍କ ହ୍ରାସ କରିଥିଲେ । ଅଶୋଧିତ ପାମ୍ ତେଲ ଉପରେ ମୌଳିକ ଆମଦାନୀ ଶୁଳ୍କ ୧୦ ପ୍ରତିଶତରୁ ହ୍ରାସ କରି ୨.୫ ପ୍ରତିଶତ କରାଯାଇଥିଲା ଓ ଅଶୋଧିତ ସୋୟା ତେଲ ଏବଂ ଅଶୋଧିତ ସୂର୍ଯ୍ୟମୁଖୀ ତେଲ ଉପରେ ଏହି କରକୁ ୭.୫ ପ୍ରତିଶତରୁ ହ୍ରାସ କରି ୨.୫ ପ୍ରତିଶତ କରାଯାଇଛି ।

ଅଧିକ ପଢ଼ନ୍ତୁ:-ଏକାସାଙ୍ଗରେ ଚୀନ ଓ ପାକିସ୍ଥାନ ପାଇଁ ଆସିଲା ଖରାପ ଖବର, ଉଭୟ ଦେଶ ଉପରେ ମାଡ଼ି ଆସୁଛି ବଡ଼ ସଙ୍କଟ

ଅଧିକ ପଢ଼ନ୍ତୁ:-ଏକାସାଙ୍ଗରେ ୩ଟି ଗୁରୁତର ସଙ୍କଟର ସାମ୍ନା କରୁଛି ଚୀନ, ବୁଡ଼ି ଯାଇପାରେ ଅର୍ଥ ବ୍ୟବସ୍ଥା

ଅଧିକ ପଢ଼ନ୍ତୁ:-ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ବର୍ବାଦ କରିଦେବେ ପିଏମ ମୋଦି!

ଅଧିକ ପଢ଼ନ୍ତୁ:-ବେତନ ପ୍ରାପ୍ତ କର୍ମଚାରୀମାନେ ଧ୍ୟାନ ଦିଅନ୍ତୁ; ଏହି ଡକ୍ୟୁମେଣ୍ଟକୁ PF ଆକାଉଣ୍ଟରେ ଯୋଡିବା ବାଧ୍ୟତାମୂଳକ, ନଚେତ ମିଳିବନି ଲାଭ