୨ ମିନିଟରେ ଜାଣନ୍ତୁ ଖାଇବା ତେଲରେ ମିଶ୍ରଣ ହୋଇଛି ନା ଏହା ଶୁଦ୍ଧ, FSSAI କହିଲା ଟ୍ରିକ୍
Advertisement

୨ ମିନିଟରେ ଜାଣନ୍ତୁ ଖାଇବା ତେଲରେ ମିଶ୍ରଣ ହୋଇଛି ନା ଏହା ଶୁଦ୍ଧ, FSSAI କହିଲା ଟ୍ରିକ୍

ଏହି ଭିଡିଓରେ ତେଲ (Cooking Oil) ଭିତରେ ହଳଦିଆ ରଙ୍ଗର ମେଟାନିଲ୍ ରଙ୍ଗ (metanyl color) ଅଛି କି ନାହିଁ, ତାହାର ଯାଞ୍ଚ କରିବାକୁ ଏକ ଛୋଟ କୌଶଳ ଦେଖାଇଛି । 

୨ ମିନିଟରେ ଜାଣନ୍ତୁ ଖାଇବା ତେଲରେ ମିଶ୍ରଣ ହୋଇଛି ନା ଏହା ଶୁଦ୍ଧ, FSSAI କହିଲା ଟ୍ରିକ୍

ନୂଆଦିଲ୍ଲୀ: ଆମେ ସମସ୍ତେ ଜାଣୁ ଯେ ଆମ ଚାରିପାଖ ଥିବା ଅନେକ ଖାଦ୍ୟ ସାମଗ୍ରୀରେ ମିଶ୍ରଣ ହୋଇଥାଏ । ଏହା ସଂପୂର୍ଣ୍ଣ ଭାବେ ଶୁଦ୍ଧ ହୋଇ ନଥାଏ । ଏପରି ପରିସ୍ଥିତିରେ ଆମକୁ ଜିନିଷଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଶୁଦ୍ଧ ମିଳୁ, ଏହା ଉପରେ ବିଭିନ୍ନ ସ୍ତରରେ କାର୍ଯ୍ୟ ଚାଲିଛି । ସମ୍ପ୍ରତି FSSAI ଏକ ସିରିଜ୍ ଆରମ୍ଭ କରିଛି ଯେଉଁଥିରେ ସେ ମିଶ୍ରଣ ଖାଦ୍ୟ ବ୍ୟଞ୍ଜନ ଯାଞ୍ଚ କରିବା ପାଇଁ ଛୋଟ କୌଶଳ ବା ଟ୍ରିକ୍ ସେୟାର କରିଛି । ଏହି ସିରିଜର ନାମ ହେଉଛି # ଡିଟେକ୍ଟିଂ ଫୁଡ୍ ଆଡୁଲ୍ଟେରାଣ୍ଟସ୍ ବା #DetectingFoodAdulterants । ଏହି ସିରିଜ୍ ଅଧୀନରେ ବର୍ତ୍ତମାନ FSSAI ଏକ ଛୋଟ ଭିଡିଓ ମଧ୍ୟ ସେୟାର କରିଛି ।

ଏହି ଭିଡିଓରେ ତେଲ (Cooking Oil) ଭିତରେ ହଳଦିଆ ରଙ୍ଗର ମେଟାନିଲ୍ ରଙ୍ଗ (metanyl color) ଅଛି କି ନାହିଁ, ତାହାର ଯାଞ୍ଚ କରିବାକୁ ଏକ ଛୋଟ କୌଶଳ ଦେଖାଇଛି । ଯଦି ଆପଣ ମଧ୍ୟ ଆପଣଙ୍କ ଘରେ ବ୍ୟବହୃତ ତେଲର ଶୁଦ୍ଧତା ଉପରେ ସନ୍ଦେହ କରୁଛନ୍ତି, ତେବେ ଆପଣ ଏହାକୁ ସହଜରେ ମଧ୍ୟ ଯାଞ୍ଚ କରିପାରିବେ । ଆସନ୍ତୁ ଜାଣିବା FSSAI ର ଏହି ଟ୍ରିକ୍ ବିଷୟରେ...

ଯାଞ୍ଚ କରିବାର ପଦ୍ଧତି 

୧. ଏଥିପାଇଁ ପ୍ରଥମେ ଆପଣ ଏକ ଟେଷ୍ଟ୍ ଟ୍ୟୁବରେ ୧ ମିଲି ତେଲ ନିଅନ୍ତୁ ।

୨. ବର୍ତ୍ତମାନ ଏଥିରେ ୪ ମିଲି ଡିଷ୍ଟିଲ୍ ପାଣି ମିଶାନ୍ତୁ ଓ ଟେଷ୍ଟ୍ ଟ୍ୟୁବକୁ ହଲାନ୍ତୁ ।

୩. ବର୍ତ୍ତମାନ ଏଥିରୁ ୨ ମିଲି ବାହାର କରି ଅନ୍ୟ ଏକ ଟେଷ୍ଟ୍ ଟ୍ୟୁବ୍ ଭିତରେ ରଖନ୍ତୁ । 
୪. ଏହା ପରେ ଏଥିରେ ୨ L କନ୍ସେନଟ୍ରେଟେଡ୍ HCl ଯୋଗ କରନ୍ତୁ ।

୫. ଯଦି ଆପଣଙ୍କ ତେଲରେ ମିଶ୍ରଣ ହୋଇଛି ତେବେ ଏହାର ଉପର ସ୍ତରରେ କୌଣସି ରଙ୍ଗ ଦୃଶ୍ୟମାନ ହେବ ନାହିଁ । ଏହି ସମୟରେ ମିଶ୍ରଣ ତେଲର ଉପର ଅମ୍ଳର ରଙ୍ଗ ବଦଳିଯିବ ।

ମେଟାନିଲ୍ କ'ଣ?

ଯଦି ଆପଣଙ୍କର ତେଲରେ ମେଟାନିଲ ଅଛି, ତେବେ କହି ରଖୁଛୁ ଯେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ । ବିଶେଷଜ୍ଞଙ୍କ ଅନୁଯାୟୀ, ମେଟାନିଲ ହେଉଛି ଏକ ଅନୁମତି ନଥିବା ଖାଦ୍ୟ ରଙ୍ଗ, ଯାହା ଭାରତରେ ବହୁଳ ଭାବରେ ବ୍ୟବହୃତ ହେଉଛି । ଏଥି ସହିତ ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍ ଅନୁଯାୟୀ, ମେଟାନିଲ୍ ମଣିଷ ଖାଇବା ପାଇଁ ଫିଟ୍ ନୁହେଁ ।

ଏଥି ସହିତ ପଶୁମାନଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ୧୯୯୩ ମସିହାରେ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ମେଟାନିଲ ବ୍ୟବହାର ଅନେକ ସମସ୍ୟା ସୃଷ୍ଟି କରିପାରେ । ଯଦି ଆପଣ ଏକ ମିଶ୍ରଣ ତେଲ ବ୍ୟବହାର କରନ୍ତି ଯେଉଁଥିରେ ମେଟାନିଲ୍ ଥାଏ, ଏହା ମସ୍ତିଷ୍କର ଶିଖିବା ଓ ବୁଝିବା କ୍ଷମତାକୁ ପ୍ରଭାବିତ କରିଥାଏ ।

FSSAI ର ଟ୍ୱିଟ୍

FSSAI ର ଟ୍ୱିଟ୍ ମାଧ୍ୟମରେ ଏହା ଜଣାପଡ଼ିଛି ଯେ HCL ଆପଣଙ୍କ ତେଲ ଭିତରେ ଥିବା ଏହି ମିଶ୍ରଣ ରଙ୍ଗକୁ ପ୍ରଦର୍ଶନ କରିପାରିବ । FSSAI ର ଏହି ଟ୍ୱିଟରେ ଏହା ସ୍ପଷ୍ଟ ଭାବରେ ଦେଖାଯାଇପାରେ ଯେ ଶୁଦ୍ଧ ତେଲରେ କୌଣସି ପ୍ରକାରର ପରିବର୍ତ୍ତନ ଆସେନାହିଁ । ସେପଟେ ମିଶ୍ରଣ ତେଲର ରଙ୍ଗ ବଦଳିଯାଏ ।

ନକଲି ତେଲ କିପରି କରିବେ ଯାଞ୍ଚ

ଅଧିକ ପଢ଼ନ୍ତୁ:-'ଗୁଲାବ'ର ପ୍ରଭାବ, ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଅଧିକ ପଢ଼ନ୍ତୁ:-ଦୁର୍ଗା ପୂଜା ପୂର୍ବରୁ ମିଳିଲା ବଡ଼ ଖୁସି ଖବର! ଏସବୁ ରାଜ୍ୟର ଲକ୍ଷ ଲକ୍ଷ କର୍ମଚାରୀଙ୍କ ବେତନରେ ହେବ ବୃଦ୍ଧି

ଅଧିକ ପଢ଼ନ୍ତୁ:-ଅକ୍ଟୋବରରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ, RBI ଜାରି କଲା ଗାଇଡଲାଇନ୍, ଇଣ୍ଟରନେଟ ଓ ମୋବାଇଲରୁ ହିଁ ହୋଇପାରିବ ନେଣଦେଣ