ଏହି ପରିମାଣ ସରକାରଙ୍କ ନିଜସ୍ୱ ପ୍ରଚାର ପାଇଁ ଖର୍ଚ୍ଚ ହୋଇଥିଲା । ମୁମ୍ବାଇରେ ରହୁଥିବା ଆରଟିଆଇ କାର୍ଯ୍ୟକର୍ତ୍ତା ଜତିନ୍ ଦେଶାଇ ଆରଟିଆଇ ଅନ୍ତର୍ଗତ ଏ ସମ୍ପର୍କରେ ସୂଚନା ମାଗିଥିଲେ ।
Trending Photos
ନୂଆଦିଲ୍ଲୀ: ଗତ ବର୍ଷ ନିଜ ପ୍ରଚାର ପାଇଁ ମୋଦି ସରକାର (Modi government) ପ୍ରତିଦିନ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଆରଟିଆଇ (RTI) ଅନ୍ତର୍ଗତ ମିଳିଥିବା ସୂଚନା ଅନୁଯାୟୀ, ମୋଦି ସରକାର ଗତ ଆର୍ଥିକ ବର୍ଷରେ ଖବରକାଗଜ, ଇଲେକ୍ଟ୍ରୋନିକ୍ ମିଡିଆ ଏବଂ ହୋର୍ଡିଂ ଇତ୍ୟାଦିରେ ବିଜ୍ଞାପନ ମାଧ୍ୟମରେ କରଦାତାଙ୍କ ପ୍ରାୟ ୭୧୩.୨୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।
ଏହି ପରିମାଣ ସରକାରଙ୍କ ନିଜସ୍ୱ ପ୍ରଚାର ପାଇଁ ଖର୍ଚ୍ଚ ହୋଇଥିଲା । ମୁମ୍ବାଇରେ ରହୁଥିବା ଆରଟିଆଇ କାର୍ଯ୍ୟକର୍ତ୍ତା ଜତିନ୍ ଦେଶାଇ ଆରଟିଆଇ ଅନ୍ତର୍ଗତ ଏ ସମ୍ପର୍କରେ ସୂଚନା ମାଗିଥିଲେ । ଏହି ଆରଟିଆଇର ଜବାବରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ବ୍ୟୁରୋ ଅଫ୍ ଆଉଟରିଚ୍ ଆଣ୍ଡ କମ୍ୟୁନିକେସନ୍ କହିଛି ଯେ କେନ୍ଦ୍ର ସରକାର ଦ୍ୱାରା ୨୦୧୯-୨୦ ମଧ୍ୟରେ ବିଜ୍ଞାପନ ଉପରେ ଦିନକୁ ହାରାହାରି ୧.୯୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
ଅଧିକ ପଢ଼ନ୍ତୁ:-ବାବା ରାମଦେବଙ୍କ ପତଞ୍ଜଳି ଚାରି ମାସରେ ବିକ୍ରି କଲା ୨୪୧ କୋଟି ଟଙ୍କାର କୋରୋନିଲ
ସୂଚନାଯୋଗ୍ୟ, ଗତ ଆର୍ଥିକ ବର୍ଷରେ ଲୋକସଭା ନିର୍ବାଚନ ସହିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଧ୍ୟ ଶେଷ ହୋଇଥିଲା । ୭୧୩ କୋଟି ଟଙ୍କାରୁ ଇଲେକ୍ଟ୍ରୋନିକ୍ ମିଡିଆରେ ୩୧୭.୦୫ କୋଟି, ପ୍ରିଣ୍ଟ ମିଡିଆରେ ୨୯୫.୦୫ କୋଟି ଏବଂ ଆଉଟଡୋର ମିଡିଆ ମାଧ୍ୟମରେ ୧୦୧.୧୦ କୋଟି ଟଙ୍କା ବିଜ୍ଞାପନ ଖର୍ଚ୍ଚ ସାମିଲ ରହିଥିଲା ।
ଅଧିକ ପଢ଼ନ୍ତୁ:-ଗୋଟିଏ ବର୍ଷରେ ଆଳୁର ମୂଲ୍ୟ ୯୨ ପ୍ରତିଶତ ଓ ପିଆଜ ମୂଲ୍ୟ ୪୪ ପ୍ରତିଶତ ବଢ଼ିଛି
ତେବେ ବିଦେଶୀ ଗଣମାଧ୍ୟମରେ ପ୍ରଚାର ପାଇଁ ମୋଦି ସରକାର କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତାହା ଆରଟିଆଇ ଅନ୍ତର୍ଗତ କୁହାଯାଇ ନାହିଁ । ଏହାପୂର୍ବରୁ ଜୁନ୍ ୨୦୧୯ରେ ମୁମ୍ବାଇ ସ୍ଥିତ ଅନିଲ ଗଲଗଲୀଙ୍କ ତରଫରୁ ଦାଖଲ ହୋଇଥିବା ଅନ୍ୟ ଏକ ଆରଟିଆଇର ଜବାବରେ ମନ୍ତ୍ରଣାଳୟ କହିଥିଲା ଯେ ଏହା ପ୍ରିଣ୍ଟ, ବୈଦ୍ୟୁତିକ, ଆଉଟଡୋର ଗଣମାଧ୍ୟମ ଏବଂ ପ୍ରିଣ୍ଟ ପ୍ରଚାରରେ କରଦାତାଙ୍କ ୩,୭୬୭.୨୬୫୭ କୋଟି ଟଙ୍କା ଖର୍ଚ୍ଚ କରିଛି ।