କେନ୍ଦ୍ର ସରକାର ୩ଟି କୃଷି ଆଇନ (Farm law 2020)କୁ ନେଇ ନିଜର ଆଭିମୂଖ୍ୟ ସ୍ପଷ୍ଟ କରିଛନ୍ତି। କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ, କୌଣସି ପ୍ରକାରେ କୃଷି ଆଇନକୁ ପତ୍ୟାହାର କରିବାର ଉଦ୍ଦେଶ୍ୟ ନାହିଁ।
Trending Photos
ନୂଆଦିଲ୍ଲୀ: ୩୫ ଦିନରେ ପହଞ୍ଚିଛି ନୂଆ କୃଷି ଆଇନ ବିରୋଧୀ କୃଷକ ଆନ୍ଦୋଳନ। ଆଗକୁ ଏହା ଆହୁରି ତୀବ୍ର ରୂପ ନେବ। ଯାହାର ଆଭାସ ବୁଧବାର ବିଜ୍ଞାନ ଭବନରେ ହୋଇଥିବା ଷଷ୍ଠ ପର୍ଯ୍ୟାୟ ବୌଠକରୁ ମିଳିଛି। ତିନୋଟି ବିବାଦୀୟ ଆଇନ କୌଣସିମତେ ପ୍ରତ୍ୟାହାର ହେବ ନାହିଁ ବୋଲି ସରକାର ରୋକଠକ କହିଦେଇଛନ୍ତି।
ବୁଧବାର କେନ୍ଦ୍ର ସରକାର ଓ ଆନ୍ଦୋଳନକାରୀ କୃଷକ ସଂଗଠନ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ହୋଇଛି। ଏଥିରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର (Narendra Singh Tomar), ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟାଲ (Piyush Goyal) ଉପସ୍ଥିତ ଥିଲେ। ସେପଟେ ବୈଠକରେ ୪୧ଟି ଆନ୍ଦୋଳନରତ କୃଷକ ସଂଗଠନର ପ୍ରତିନିଧି ଯୋଗ ଦେଇଥିଲେ। ମଧ୍ୟାହ୍ଣରେ ବସିଥିବା ଏହି ଦ୍ୱିପାକ୍ଷିକ ବୈଠକରେ ବର୍ତ୍ତମାନ କୌଣସି ପ୍ରକାରର ନିଷ୍କର୍ଷ ବାହାରିନାହିଁ।
Also Read: ଆଜି ପୁଣିଥରେ କୃଷକଙ୍କୁ ବୁଝାଇବେ ସରକାର !
ସେପଟେ କେନ୍ଦ୍ର ସରକାର ୩ଟି କୃଷି ଆଇନ (Farm law 2020)କୁ ନେଇ ନିଜର ଆଭିମୂଖ୍ୟ ସ୍ପଷ୍ଟ କରିଛନ୍ତି। କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ, କୌଣସି ପ୍ରକାରେ କୃଷି ଆଇନକୁ ପତ୍ୟାହାର କରିବାର ଉଦ୍ଦେଶ୍ୟ ନାହିଁ। ଯଦି ଚାହିଁଲେ କୃଷକମାନେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇ ପାଇବେ। ଯେବେ ଯାଏଁ ଆନ୍ଦୋଳନ (Farmer Protest) ବନ୍ଦ ହୋଇନାହିଁ, ସେ ପର୍ଯ୍ୟନ୍ତ MSP ଦାବି ସମ୍ବନ୍ଧରେ ଆଲୋଚନା ହେବ ନାହିଁ।
ପୁର୍ବରୁ କୃଷକମାନେ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଓ MSP ସୁନିଶ୍ଚିତ କରିବାକୁ ଦାବି କରି ଆସୁଛନ୍ତି। ଆଉ ସରକାର ସେମାନଙ୍କୁ କେବଳ ସଂଶୋଧନର ପ୍ରସ୍ତାବ ଦେଉଛନ୍ତି। ସେପଟେ କୃଷକଙ୍କ କହିବା ହେଲା, ଯଦି ସରକାର ସଂଶୋଧନର ପାଇଁ ପ୍ରସ୍ତୁତ ଅଛନ୍ତି, ତେବେ ସେହି ଆଇନରେ ତ୍ରୁଟି ଅଛି ବୋଲି ସ୍ପଷ୍ଟ ହେଉଛି। ଯେଉଁ ଆଇନରେ ତ୍ରୁଟି ଅଛି, ତାହାକୁ ପତ୍ୟାହାର କରିବାରେ କ୍ଷତି କଣ ବୋଲି କୃଷମାନେ ପ୍ରଶ୍ନ କରିଛନ୍ତି।
Also Read: Year Ender 2020: ଏହି ଦିଗଜ୍ ରାଜନେତାଙ୍କୁ ଝୁରିବ ଭାରତ
ତେବେ ବୁଧବାରର ବୈଠକରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରତି ଥର ଭଳି ବୁଧବାର ମଧ୍ୟ କୃଷକ ସଂଗଠନର ପ୍ରତିନିଧିମାନେ ସରକାରୀ ଖାଦ୍ୟ ବଦଳରେ ନିଜର ଲଙ୍ଗର ଆଣିଥିଲେ। ଆଉ ଏହାକୁ ଖାଇବା ପାଇଁ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ପ୍ଲେଟ ଧରି ଲାଇନ ଲାଗିଥିଲେ। ପୂର୍ବରୁ ମଧ୍ୟ କୃଷକମାନେ ନିଜ ଖାଦ୍ୟ ଖାଉଛନ୍ତି। କିନ୍ତୁ ପ୍ରଥମ ଥର କେନ୍ଦ୍ରମନ୍ତ୍ରୀ ଏଭଳି ପଦକ୍ଷେପ କଣ ଦେଖାଇବାକୁ ନେଇଛନ୍ତି?