Advertisement
photoDetails0hindi

Year Ender 2020: ଏହି ଦିଗଜ୍ ରାଜନେତାଙ୍କୁ ଝୁରିବ ଭାରତ

ଅନେକ ରାଜନେତା ଓ ସେଲିବ୍ରିଟିଙ୍କୁ ମହାମାରୀ କୋରୋନା ନିଜ ଶିକାର ବନାଇଛି। ଆଉ କେତେକ ବୟସଙ୍କ ସାଥ ଛାଡ଼ି ଦେବାରୁ ତାଙ୍କର ଦେହାନ୍ତ ହୋଇଛି। ବିଗତ ବର୍ଷକୁ ପୁନର୍ବାର ଦେଖିବା, ପୁଣି ଥରେ ସେହି ଚର୍ଚ୍ଚିତ ଚେହେରା ଗୁଡିକୁ ମନେ ପକାଇବା, ଯାହାଙ୍କୁ ରାଜନୀତିରେ ହରାଇବା କାଠିକର ପାଠଥିଲା।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ :

1/9
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ :

ଏହି କଠିନ ଦିନରେ ସର୍ବ ପ୍ରଥମେ ମନେପଡ଼ୁଛନ୍ତି ଭାରତର ୧୩ତମ ରାଷ୍ଟ୍ରପତି ଦିବଙ୍ଗତ ପ୍ରଣବ ମୁଖାର୍ଜୀ (Pranab Mukherjee)। ଏକଦା କଂଗ୍ରେସରେ ସେ ଭେଟେରାନ ନେତା ଥିଲେ। ସେ ଇନ୍ଦିରା ଗାନ୍ଧିଙ୍କ ସମସାମୟିକ ବର୍ଷରୁ ଏକ ଶକ୍ତିଶାଳୀ ଖମ୍ବ ପରି କଂଗ୍ରେସକୁ ପରିଚାଳନା କରିଥିଲେ। ଚାରୋଟି ପ୍ରମୁଖ ମନ୍ତ୍ରଣାଳୟରେ ପ୍ରଣବ ମୁଖାର୍ଜୀ ମନ୍ତ୍ରୀ ଥିଲେ। ଅଗଷ୍ଟ ୩୧ରେ ରାଜଧାନୀ ଦିଲ୍ଲୀରେ କଂଗ୍ରେସର ସଙ୍କଟମୋଚନ କୁହାଯାଉଥିବା ପ୍ରଣବଙ୍କର ଦେହାନ୍ତ ହୋଇଛି। ପ୍ରାୟ ୬ ଦଶନ୍ଧି ଧରି ରାଜନୀତିରେ ସକ୍ରିୟ ରହିଆସିଥିବା ପ୍ରଣବ ଦାଙ୍କୁ ମଧ୍ୟ ୨୦୧୯ ରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । 

ରାମ ବିଲାସ୍ ପାଶୱାନ୍ :

2/9
ରାମ ବିଲାସ୍ ପାଶୱାନ୍ :

ବିହାର ନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରାମ ବିଲାସ ପାଶୱାନ (Ram Vilash Paswan)ଙ୍କ ଅକ୍ଟୋବର ୮ରେ ମୃତ୍ୟୁ ହୋଇଥିଲା। ସେ ଅନେକ ଦିନ ଧରି ଅସୁସ୍ଥ ହୋଇ ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। LJP ର ପ୍ରତିଷ୍ଠାତା ତଥା ବର୍ତ୍ତମାନର ମୋଦି ସରକାରରେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପାଶୱାନଙ୍କୁ ରାଜନୀତିର ପାଣିପାଗ ବିଜ୍ଞାନୀ କୁହାଯାଉଥିଲା। ସେ କେନ୍ଦ୍ରର ସମସ୍ତ ସରକାରରେ ଜଡିତ ଥିଲେ। ପାଶୱାନଙ୍କ ମୃତ୍ୟୁକୁ ସମବେଦନା ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ''ଦୁଃଖ ପ୍ରକାଶ କରିବା ପାଇଁ ମୋ ପାଖରେ କୌଣସି ଶବ୍ଦ ନାହିଁ। ଆମ ଦେଶରେ ଏପରି ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ଯାହା ବୋଧହୁଏ କେବେ ବି ପୂରଣ ହେବ ନାହିଁ।"

ଅହମ୍ମଦ ପଟେଲ :

3/9
ଅହମ୍ମଦ ପଟେଲ :

କଂଗ୍ରେସର ଅନ୍ୟତମ ଭେଟେରାନ ନେତା ଅହମ୍ମଦ ପଟେଲ (Ahmed Patel) ମଧ୍ୟ ନଭେମ୍ବର ୨୫ରେ ଏହି ଜଗତ ଛାଡ଼ି ପରପାରିକୁ ଚାଲିଯାଇଛନ୍ତି। ଗାନ୍ଧି ପରିବାର ପାଇଁ ସେ ବିଶ୍ୱାସଯୋଗ୍ୟ ଥିଲେ। ୨୬ ବର୍ଷ ବୟସରେ ଗୁଜରାଟର ପ୍ରଥମ ସାଂସଦ ହୋଇଥିବା ପଟେଲ ମଧ୍ୟ ସୋନିଆ ଗାନ୍ଧିଙ୍କ ରାଜନୈତିକ ପରାମର୍ଶଦାତା ଥିଲେ। ୨୧ ଅଗଷ୍ଟ ୧୯୪୯ରେ ଗୁଜୁରାଟର ଭାରୁଚ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ପଟେଲ ରାଜସ୍ଥାନର ଗେହଲଟ୍ ସରକାରକୁ ବଞ୍ଚାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରାଜନୀତି ପଛରେ ତାଙ୍କୁ ଜଣେ ବିଶେଷଜ୍ଞ ବା ଉତ୍ତମ ଖେଳାଳି ଭାବରେ ବିବେଚନା କରାଯାଉଥିଲା।

ଅମର ସିଂ :

4/9
ଅମର ସିଂ :

ଉତ୍ତର ପ୍ରଦେଶ ରାଜନୀତିରେ ବେସ୍ ସକ୍ରିୟ ଥିବା ଅମର ସିଂ (Amar Singh) ମଧ୍ୟ ଏ ଦୁନିଆ ଛାଡ଼ି ଚାଲିଯାଇଛନ୍ତି। ଅଗଷ୍ଟ ୧ରେ ସେ ସିଙ୍ଗାପୁରର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୁଲାୟମ ସିଂ ଯାଦବଙ୍କ ଘନିଷ୍ଠ, ଏସପିଙ୍କ ଟ୍ରବଲସୁଟର ଏବଂ ଶିଳ୍ପ ଘର ମଧ୍ୟରେ ବିଶେଷ ଅନୁପ୍ରବେଶ ତାଙ୍କୁ ଭିନ୍ନ କରିଥିଲା। ସେ କେବଳ ଯେ ଫିଲ୍ମ ସେଲିବ୍ରିଟିଙ୍କ ସହ ସୁସଂପର୍କ ସ୍ଥାପନ କରିଥିଲେ ତାହା ନୁହେଁ, ବରଂ ସେ ଅନେକ ସେଲିବ୍ରିଟିଙ୍କୁ ରାଜନୀତିରେ ଆସିବା ପାଇଁ ଏକ ସେତୁ ମଧ୍ୟ ପାଲଟିଥିଲେ। ଅମିତାଭ ବଚ୍ଚନଙ୍କ ସହ ଅନର ଅତି ନିକଟତର ହୋଇଥିଲେ। ୨୦୦୮ରେ ଅମର ସିଂ 'ନୋଟ୍ ପାଇଁ ଭୋଟ୍' ଦୁର୍ନୀତି ବିଷୟରେ ଆଲୋଚନା କରିଥିଲେ। ତେବେ ତାଙ୍କୁ ଅଖିଳେଶଙ୍କ ଏସପିରେ ଏଡାଇବାକୁ ପଡିଲା।

ଅଜିତ ଯୋଗି :

5/9
ଅଜିତ ଯୋଗି :

ଭାରତୀୟ ପ୍ରଶାସନିକ ସେବା (IAS) ଚାକିରି  ଛାଡ଼ି ରାଜନୀତିରେ ପ୍ରବେଶ କରିଥିବା ଅଜିତ ପ୍ରମୋଦ କୁମାର ଯୋଗି (Ajit Jogi) ଙ୍କ ମେ ୨୯ରେ ଦେହାନ୍ତ ହୋଇଛି। ଜଣେ ଅମଲାତନ୍ତ୍ର ଭାବରେ ସେ ସିଦ୍ଧ ଜିଲ୍ଲାରେ କାର୍ଯ୍ୟ ଆରମ୍ଭ କରିଥିଲେ। ଅର୍ଜୁନ ସିଂଙ୍କ ସଂସ୍ପର୍ଷରେ ଆସି ସେ ରାଜନୀତିରେ ପ୍ରବେଶ କରିଥିଲେ। ମଧ୍ୟପ୍ରଦେଶ ବିଭାଜନ ପରେ ଅଜିତ ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ। କଂଗ୍ରେସରୁ ବିଦ୍ରୋହ କରିବା ପରେ ସେ ଜନତା କଂଗ୍ରେସ ଛତିଶଗଡ (JCC) ନାମରେ ଏକ ନୂତନ ଦଳ ଗଠନ କରିଥିଲେ ମଧ୍ୟ ଆଶା କରାଯାଉଥିବା ସଫଳତା ପାଇନଥିଲେ।

ଚେତନ ଚୌହାନ :

6/9
ଚେତନ ଚୌହାନ :

ରାଜନୈତିକ ଗଳିରେ କୋରୋନା ଢେର ଉତ୍ପାତ କରିଛି। ପୂର୍ବତନ କ୍ରିକେଟ୍ ତଥା ବିଜେପି ନେତା ଚେତନ ଚୌହାନ (Chetan Chauhan) ଙ୍କର ଦେହାନ୍ତ ଅଗଷ୍ଟ ୧୬ରେ ହୋଇଛି। ସେ କaରୋନାରେ ସଂକ୍ରମିତ ହୋଇଥିଲେ। ଯେଉଁ ସମୟରେ ଚେତନଙ୍କର ଦେହାନ୍ତ ହେଲା ସହି ସମୟରେ ସେ ଉତ୍ତର ପ୍ରଦେଶ ଯୋଗି ସରକାରରେ ମନ୍ତ୍ରୀ ଥିଲେ।  ଚୌହାନ ଦୁଇଥର BJP ଟିକେଟରେ ସାଂସଦ ହୋଇଥିଲେ। ଚେତନ ଚୌହାନ ଭାରତୀୟ କ୍ରିକେଟ୍ ଦଳ ପାଇଁ ୪୦ଟି ଟେଷ୍ଟ ମ୍ୟାଚ୍ ଖେଳି ୨୦୮୪ ରନ୍ କରିଥିଲେ। ଚୌହାନ ଏବଂ ସୁନୀଲ ଗାଭାସ୍କରଙ୍କ ଯୋଡି ସାରା ବିଶ୍ୱରେ ପ୍ରସିଦ୍ଧ।

ତରୁଣ ଗୋଗୋଇ :

7/9
ତରୁଣ ଗୋଗୋଇ :

ସ୍ମୃତିରେ ରାଜନେତାଙ୍କ ତାଲିକାରେ କଂଗ୍ରେସ ନେତା ତରୁଣ ଗୋଗୋଇ (Tarun Gogoi) ଙ୍କ ନାମ ଉଲ୍ଲେଖନୀୟ। ନଭେମ୍ବର ୨୩ରେ ସମୟ ଚକ୍ର ତାଙ୍କୁ ଆମଠାରୁ ଛଡ଼ାଇ ନେଇଥିଲା। ୨୦୦୧ରୁ ୨୦୧୬ ପର୍ଯ୍ୟନ୍ତ ଲଗାତାର ୧୫ ବର୍ଷ ପାଇଁ ଆସାମର ମୁଖ୍ୟମନ୍ତ୍ରୀ ହେବା ତାଙ୍କର ସବୁଠାରୁ ବଡ ସଫଳତା। ଗୋଗୋଇଙ୍କ ରାଜନୈତିକ କ୍ୟାରିୟର ୧୯୬୮ ମସିହାରେ ଆରମ୍ଭ ହୋଇଥିଲା ଏବଂ ୧୯୭୧ ମସିହାରେ ସେ ପଞ୍ଚମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଗୋଗୋଇ ୨୦୦୧ ଟାଟବର୍ ବିଧାନସଭା ନିର୍ବାଚନରେ ​​ଜିତି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଲାଲଜୀ ଟଣ୍ଡନ୍ :

8/9
ଲାଲଜୀ ଟଣ୍ଡନ୍ :

ଉତ୍ତର ପ୍ରଦେଶର ଜଣେ ବରିଷ୍ଠ ବିଜେପି ନେତା ଲାଲଜୀ ଟଣ୍ଡନ (Lalji Tandon) ଙ୍କ ଜୁଲାଇ ୨୧ରେ ଦେହାନ୍ତ ହୋଇଛି । ମଧ୍ୟପ୍ରଦେଶର ରାଜ୍ୟପାଳ ଥିବାବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଟଣ୍ଡନ୍ ମଧ୍ୟ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀ (Atal Biahri Bajpayee) ଙ୍କ ଠାରୁ ଲକ୍ଷ୍ନୌ ସଂସଦୀୟ ଆସନରୁ ପ୍ରତିନିଧିତ୍ୱ କରିଥିଲେ। ଲାଲଜୀ ଟଣ୍ଡନ୍ ଅଟଳଜୀଙ୍କ ପାଦ ପାଦୁକା ନେଇ ଲୋକସଭା ନିର୍ବାଚନରେ ​​ଲଢ଼େଇ କରିଥିଲେ। ତାଙ୍କର ରାଜନୌତିକ କ୍ୟାରିୟର ୧୯୭୮ରେ ବିଧାନ ପରିଷଦର ସଦସ୍ୟ ଭାବରେ ଆରମ୍ଭ ହୋଇଥିଲା। ମନ୍ତ୍ରୀ ହେବା ସହିତ ସେ ବିରୋଧୀ ଦଳର ନେତା ମଧ୍ୟ ଥିଲେ।

 

ସୁରେଶ ଅଙ୍ଗଡି :

9/9
ସୁରେଶ ଅଙ୍ଗଡି :

ଚଳିତ ବର୍ଷ ସେପ୍ଟେମ୍ବର ୨୩ ରେ ରେଳ ବିଭାଗର ମନ୍ତ୍ରୀ ଥିବା ସୁରେଶ ଅଙ୍ଗଡି (Suresh Angadi) ଙ୍କର ମଧ୍ୟ ୨୦୨୦ରେ ଦେହାନ୍ତ ହୋଇଛି। ସେ ୧୧ ସେପ୍ଟେମ୍ବରରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ରେଳ ମନ୍ତ୍ରୀ ସୁରେଶ ଅଙ୍ଗଡି କର୍ଣ୍ଣାଟକର ବେଲଗାମ୍ ରୁ ଲୋକସଭା ସାଂସଦ ଥିଲେ।