ଭିଡ଼ ହିଂସା କରୁଥିବା ଲୋକ ହିନ୍ଦୁତ୍ୱ ବିରୋଧୀ: RSS ମୁଖ୍ୟ ମୋହନ ଭାଗବତ
Advertisement

ଭିଡ଼ ହିଂସା କରୁଥିବା ଲୋକ ହିନ୍ଦୁତ୍ୱ ବିରୋଧୀ: RSS ମୁଖ୍ୟ ମୋହନ ଭାଗବତ

ଭାରତ ସମ୍ବିଧାନ ସଂଖ୍ୟାଲଘୁ ସଂପ୍ରଦାୟର ସ୍ୱାଭିମାନକୁ ସୁରକ୍ଷା ପ୍ରଦାନ କରୁଛି । ସେମାନଙ୍କ ମନରେ ଭୟ ସଂଚାର କରିବା ସମ୍ପୂର୍ଣ୍ଣ ଭୁଲ ବୋଲି ମୋହନ ଭାଗବତ ମତ ରଖିଛନ୍ତି ।

ଭିଡ଼ ହିଂସା କରୁଥିବା ଲୋକ ହିନ୍ଦୁତ୍ୱ ବିରୋଧୀ:  RSS ମୁଖ୍ୟ ମୋହନ ଭାଗବତ

ନୂଆଦିଲ୍ଲୀ: ସବୁ ଭାରତୀୟଙ୍କ ଡିଏନଏ ସମାନ । ସେ ହିନ୍ଦୁ ହୁଅନ୍ତୁ କି ମୁସଲମାନ । ଗାଜିଆବାଦରେ ଆୟୋଜିତ ମୁସଲିମ ରାଷ୍ଟ୍ରୀୟ ମଞ୍ଚ କାର୍ଯ୍ୟକ୍ରମକୁ ସମ୍ବୋଧନରେ ଏପରି ମତ ରଖିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ସଞ୍ଚାଳକ ଡକ୍ଟର ମୋହନ ଭାଗବତ । ଏହାସହିତ ଭିଡ଼ ହିଂସାକୁ ପ୍ରବଳ ବିରୋଧ କରିଛନ୍ତି ଭାଗବତ । 

ଲିଞ୍ଚିଂ (Mob lynching) କରୁଥିବା ଲୋକମାନଙ୍କୁ ହିନ୍ଦୁତ୍ୱ ବିରୋଧୀ କହିବା ସହ ଦେଶରେ ଜାତିଆଣ ବିଭେଦ ସୃଷ୍ଟି ପାଇଁ ରାଜନୀତିକୁ କିଛି ନେତା ଅସ୍ତ୍ର ଭାବରେ ବ୍ୟବହାର କରୁଥିବା କହିଛନ୍ତି RSSମୁଖ୍ୟ ସଂଚାଳକ ଡକ୍ଟର ମୋହନ ଭାଗବତ ( Mohan Bhagwat)  

Also Read: CM ଭାବେ ଶପଥ ନେଲେ Pushkar Singh Dhami, କ'ଣ ରହିବ ତାଙ୍କ ପାଇଁ Challenge?

ଏହାସହିତ ହିନ୍ଦୁ (Hindu), ମୁସଲିମ (Muslim) ଭିନ୍ନ ନୁହଁନ୍ତି କେବଳ ପୂଜା କରିବାର ମାଧ୍ୟମ ବା ଉପାୟ ଭିନ୍ନ ବୋଲି ସେ କହିଛନ୍ତି । ଭାରତ ସମ୍ବିଧାନ ସଂଖ୍ୟାଲଘୁ ସଂପ୍ରଦାୟର ସ୍ୱାଭିମାନକୁ ସୁରକ୍ଷା ପ୍ରଦାନ କରୁଛି । ସେମାନଙ୍କ ମନରେ ଭୟ ସଂଚାର କରିବା ସମ୍ପୂର୍ଣ୍ଣ ଭୁଲ ବୋଲି ମୋହନ ଭାଗବତ ମତ ରଖିଛନ୍ତି ।