ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ୮ ମାସର ଯାତ୍ରା ବେଶ ଆହ୍ୱାନପୂର୍ଣ୍ଣ ରହିଛି।
Trending Photos
ଡେରାଡୁନ: ପାହାଡି ରାଜ୍ୟ ଉତ୍ତରାଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ପୁଷ୍କର ସିଂହ ଧାମୀ। ଉତ୍ତରାଖଣ୍ଡ ରାଜଭବନ ଠାରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ନୂତନ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳ ମଧ୍ୟ ଶପଥ ନେଇଛି।
ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଦଳର ବରିଷ୍ଠ ନେତାଙ୍କୁ ସାକ୍ଷାତ କରିଥିଲେ ପୁଷ୍କର ସିଂହ ଧାମୀ। ଗତ ଶନିବାର ସେ ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ। ଏପରିକି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ରାଜ୍ୟର ୩ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ (Trivendra Singh Rawat), ତିରଥ ସିଂହ ରାୱତ (Tirath Singh Rawat), ବିସି ଖଣ୍ଡୁରୀଙ୍କୁ (BC Khanduri) ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ର।
Also Read: ଯୁବ ମୁଖ୍ୟମନ୍ତ୍ରୀଙ୍କୁ ନେଇ ନାରାଜ ବରିଷ୍ଠ ନେତା, ମାନଭଞ୍ଜନ ଲାଗି ଜାରି ରହିଛି ପ୍ରୟାସ
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ (Uttrakhand CM) ପୁଷ୍କର ସିଂହ ଧାମୀଙ୍କ (CM Pushkar Singh Dhami) ସହ ତାଙ୍କ ନେତୃତ୍ୱଧିନ କ୍ୟାବିନେଟ ମଧ୍ୟ ଶପଥ ଗ୍ରହଣ କରିଛି। ଏଥର ଗଠିତ ହୋଇଥିବା ନୂତନ ମନ୍ତ୍ରୀମଣ୍ଡଳରେ ସତପାଲ ମହାରାଜ, ହରକ ସିଂହ ରାୱତ, ଧନସିଂହ ରାୱତ, ବଂଶୀଧର ଭଗତ, ଯଶପାଲ ଆର୍ଯ୍ୟ, ବିଶନ ସିଂହ, ସୁବୋଧ ଉନିୟାଲ, ଅରବିନ୍ଦ ପାଣ୍ଡେ, ଗଣେଶ ଯୋଶୀ, ରେଖା ଆର୍ଯ୍ୟ, ୟତୀଶ୍ୱରାନନ୍ଦ ପ୍ରମୁଖ ସ୍ଥାନ ପାଇଛନ୍ତି। ନୂତନ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିବାକୁ ନେଇ ଦଳରେ ଅସନ୍ତୋଷ ସୃଷ୍ଟି ହୋଇଥିବା କଥାକୁ ଅସ୍ୱୀକାର କରିଛନ୍ତି ବରିଷ୍ଠ ବିଜେପି ନେତା।
Also Read: Uttrakhand CM ଗାଦି ଛାଡିପାରନ୍ତି Tirath Singh Rawat
ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂହ ଧାମୀଙ୍କ ୮ ମାସର ଯାତ୍ରା ବେଶ ଆହ୍ୱାନପୂର୍ଣ୍ଣ ରହିଛି। କାରଣ ଆଉ ୮ ମାସ ପରେ ଅର୍ଥାତ ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ହେବାକୁ ଯାଉଛି ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ (Uttrakhand Assembly Poll 2022) । ହେଲେ ପୁଷ୍କର ସିଂହ ଧାମୀଙ୍କ ନେତୃତ୍ୱାଧିନ ବିଜେପି ସରକାରଙ୍କୁ ଏହି ଆହ୍ୱାନର ସାମ୍ନା କରିବାକୁ ହେବ।
Also Read: ଗାଦି ଛାଡିପାରନ୍ତି Uttrakhand CM, ସମର୍ଥନରେ ବାହାରିଲେ ଦଳୀୟ ବିଧାୟକ
ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପୁଷ୍କର ସିଂହ ଧାମୀ। ହେଲେ ତାଙ୍କ ସାମ୍ନାରେ ରହିଥିବା ଆହ୍ୱାନର ମୁକାବିଲା ସେ କିପରି କରୁଛନ୍ତି ତାହା ଉପରେ ରହିଛି। ଆସନ୍ତାବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ଦଳକୁ ନିର୍ବାଚନ ବୈତରଣୀ ପାର ହେବାରେ କେତେମାତ୍ରାରେ ସହାୟକ ହେବେ ତାହା ଆଗାମୀ ଦିନରେ ଜଣାପଡି଼ବ। ଯଦିଓ ଏହି ପାହାଡି ରାଜ୍ୟରେ ପୁନର୍ବାର ପୂର୍ଣ୍ଣ ବହୁମତ ସହିତ ସରକାର ଗଠନ କରିବାକୁ ନେଇ ଆଶାବାଦୀ ରହିଛି ବିଜେପି।